ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢିଥିବାବେଳେ ମୃତ୍ୟୁହାର କମିଛି : ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

68

କନକ ବ୍ୟୁରୋ : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢିଥିବାବେଳେ ମୃତ୍ୟୁ ହାରକୁ କମାଯାଇ ପାରିଛି ବୋଲି ଟ୍ୱିଟ କରି ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏନେଇ ସିଏମଓ ପକ୍ଷରୁ ଏକ ଟ୍ୱିଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳରେ ବଜ୍ରପାତ ପ୍ରତିରୋଧ ବ୍ୟବସ୍ଥା କରାଯାଇଛି । ଆଇଏମଡି ପକ୍ଷରୁ ଯଥେଷ୍ଟ ପୂର୍ବରୁ ବଜ୍ରପାତ ନେଇ ଲୋକଙ୍କୁ ସଚେତନ କରାଯାଉଛି ।

୩ରୁ ୫ ଦିନ ପୂର୍ବରୁ ମିଡିୟମ ରେଞ୍ଜ ପାଇଁ ସଚେତନ କରାଯାଉଥିବାବେଳେ ୧ରୁ ୩ ଦିନ ପୂର୍ବରୁ ସର୍ଟରେଞ୍ଜ ଓ ୨ରୁ ୩ ଘଂଟା ପୂର୍ବରୁ ସତର୍କ କରିବା ପାଇଁ ନାଓକାଷ୍ଟ କରାଯାଉଛି । ସେହିଭଳି ଦାମିନୀ ଆପ ବଜ୍ରପାତର ନିର୍ଦ୍ଦିଷ୍ଟ ଅଂଚଳ ପାଇଁ ୪୦ ମିନିଟ ପୂର୍ବରୁ ସତର୍କ କରାଇ ଦେଉଛି । ଏହିସବୁ ଆଗୁଆ ସୂଚନା ଫଳରେ ବଜ୍ରାଘାତ ଜନିତ ମୃତ୍ୟୁ କମାଇ ପାରିଥିବା ଟ୍ୱିଟରେ କୁହାଯାଇଛି ।