କନକ ବ୍ୟୁରୋ : ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ ଓ ୨୫ରେ ରାଜ୍ୟରେ ପୁଣି ବର୍ଷା ହୋଇପାରେ । ପଶ୍ଚିମା ଝଡ ପ୍ରଭାବରେ  ଏହି ଦୁଇ ଦିନ ବର୍ଷା ଆଶଙ୍କା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା ଦିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି ।

Advertisment

ସେହିଭଳି କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ  ହାଲୁକା ବର୍ଷା ଆଶଙ୍କା ରହୁଛି । ୨୪ତୁଳନାରେ ୨୫ରେ ଅଧିକ ବର୍ଷା ଆଶଙ୍କା କରାଯାଉଛି । ତେବେ ୨୫ଯାଏଁ ରାଜ୍ୟରେ ଶୀତ କମ୍ ରହିବ । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ବିଜୁଳ ଓ ଘଡଘଡି ସହ ବର୍ଷା ହୋଇପାରେ । ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟର ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଓଡିଶାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ତେବେ ଦୁଇ ଦିନ ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତପମାତ୍ରା ୩ରୁ ୪ଡିଗ୍ରୀ କମିବ । ଏହାର ପରବର୍ତ୍ତୀ ପୁଣି ୩ ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତକାଲି ଗୋପାଳପୁର ଠାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେଠାରେ ୨୨.୨ ମିଲିମିଟର ବର୍ଷା ହୋଇଛି । ବରଗଡ ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ହାଲୁକା ବର୍ଷା ହୋଇଥିଲା । ତେବେ ପଶ୍ଚିମା ଝଡ ପ୍ରଭାବରେ ଅନେତ ସ୍ଥାନରେ ତାରି ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି । ଉପକୂଳ ଓଡିଶାରେ ରାତି ତାପମାତ୍ରା ୪.୬ଡିଗ୍ରୀ ଯାଏଁ ବୃଦ୍ଧି ଘଟିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ୪.୫ ଡିଗ୍ରୀ ଯାଏଁ ବଢିଛି ।