ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ : ଦଶହରାରେ ଭିଜିବ ସାରା ଓଡ଼ିଶା ; ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକୁ ୱାର୍ଣ୍ଣିଂ ଜାରି

575

କନକ ବ୍ୟୁରୋ :  ଲଘୁଚାପ ଜନିତ ବର୍ଷାରେ ଭିଜିବ ଦଶହରା ପର୍ବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦଶହରାରେ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି ।

ପ୍ରବଳ ବର୍ଷା ହେବା ନେଇ ଦକ୍ଷିଣ ଓଡିଶା ଜିଲ୍ଲାଗୁଡିକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗରେ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ରପତନ ଠାରୁ ବାୟୁମଣ୍ଡଳରେ ୭.୬ କିଲୋମିଟର ଯାଏଁ ବ୍ୟାପିଛି ।

ପରବର୍ତ୍ତୀ ୨୪ ଘଂଟାରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୪୮ ଘଂଟାରେ ଲଘୁଚାପ ଉତର-ପଶ୍ଚିମ ଓ ଆଗାମୀ ୩ ଦିନ ଯାଏଁ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।