ଆଜି ରାତି ୯ଟାରେ କେମିତି କରିବେ ବିଜୁଳି ବନ୍ଦ ? ଆପଣଙ୍କ ଘରର କେଉଁ ସୁଇଚ ଅନ୍ ରଖିବେ, କେଉଁ ସୁଇଚ ଅଫ୍ କରିବେ ? ସବିଶେଷ ସୂଚନା ଦେଲେ ଶକ୍ତିମନ୍ତ୍ରୀ

1,571

କନକ ବ୍ୟୁରୋ: କେମିତି କରିବେ ବିଜୁଳି ବନ୍ଦ ? ଆଜି ରାତି ୯ଟାରେ ଆପଣ କେମିତି ଘରର ବିଜୁଳି ବନ୍ଦ କରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପୂରା କରିବେ । ବିଜୁଳି ବନ୍ଦ ନେଇ ଭିଡିଓ ବାର୍ତ୍ତା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ଘରର ଲାଇଟ ସୁଇଚ ବନ୍ଦ କରନ୍ତୁ । ଏକା ସାଙ୍ଗରେ ବନ୍ଦ ନକରି କ୍ରାମାଗତ ଭାବେ ବନ୍ଦ କରନ୍ତୁ । ଘରର ଅନ୍ୟ ବୈଦ୍ୟୁତିକ ଉପକରଣ ଯଥା, ଟିଭି, ଫ୍ରିଜ, ଫ୍ୟାନ, ଏସି ଆଦି ବନ୍ଦ କରନ୍ତୁ ନାହିଁ । ୯ଟା ବେଳେ ଏକା ସାଙ୍ଗରେ ସମସ୍ତେ ବନ୍ଦ କଲେ ଗ୍ରୀଡ ଉପରେ ଚାପ ପଡିବ ବୋଲି ଶକ୍ତି ମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ତେବେ ଆଜି ରାତି ୯ଟାରୁ ୯ଟା ୦୯ ଯାଏଁ ୯ ମିନିଟ୍ ସ୍ୱେଚ୍ଛାକୃତ ଭାବେ ନିଜ ଘରର ଲାଇଟ ବନ୍ଦ କରି ନିଜ ଦୁଆର ମୁହଁରେ ଦୀପ ଜଳାଇ, ମହମବତୀ ଲଗାଇ ଓ ମୋବାଇଲ ଲାଇଟ ଜଳେଇ ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଶକ୍ତି ବିଭାଗ ଲୋକଙ୍କୁ କିଛି ନିବେଦନ କରିଛି । ଏହି ସମୟ ମଧ୍ୟରେ ଲୋକେ କେବଳ ଲାଇଟ ସୁଇଚ ବନ୍ଦ କରିବାକୁ ଓ ଅନ୍ୟ କୌଣସି ସୁଇଚ ବନ୍ଦ ନ କରିବାକୁ ନିବେଦନ କରିଥିଲା ଶକ୍ତିବିଭାଗ । ଏହି ସମୟରେ ମେନ-ସୁଇଚକୁ ଆଦୌ ବନ୍ଦ କରନ୍ତୁନାହିଁ । ଏହି ସମୟରେ ଲୋଡ କମିବା ଓ ବଢିବା ସମ୍ଭାବନା ରହିଛି । ଏହାଦ୍ୱାରା ରାଜ୍ୟ ଓ ଦେଶରେ ବିଦ୍ୟୁତ ବିଭ୍ରାଟ ସୃ୍ଷ୍ଟି ହେବାର ସମ୍ଭାବନା ଅଛି । ଏହା ନହେବା ଲାଗି ବିଦ୍ୟୁତ ବିଭାଗ ରାଜ୍ୟ ଓ ଦେଶ ସ୍ତରରେ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଛି ଶକ୍ତି ବିଭାଗ ।