କନକ ବ୍ୟୁରୋ: ସେନା ପାଇଁ ଆସିବ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ । ଯବାନଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ । ଏହି ଜାକେଟରେ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ । ଜାକେଟର ଓଜନ ହାଲୁକା ଥିବା ବେଳେ ସ୍ୱତନ୍ତ୍ର ଉପାଦାନରେ ପ୍ରସ୍ତୁତ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ବୁଲେଟ ପ୍ରୁଫ୍ ଜାକେଟର ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ଚଣ୍ଡିଗଡ଼ରେ ଥିବା ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବ୍ରୋଟାରୀ(ଟିବିଆରଏଲ)ରେ ଏହି ବୁଲେଟପ୍ରୁଫ୍ ଜାକେଟର ସଫଳ ପରୀକ୍ଷଣ କରାଯାଇଛି । ଜାକେଟରେ ୭ ଦଶମିକ ୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି । ମୋନୋଲିଥିକ ସେରାମିକ ପ୍ଲେଟ ଏବଂ ପୋଲିମର ସହ ଅନ୍ୟାନ୍ୟ ଉପାଦାନ ମିଶାଇ ଏହି ଜାକେଟକୁ ପ୍ରସ୍ତୁତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/Imagebshz-1692289719763.jpg)