କନକ ବ୍ୟୁରୋ : ଭାର ଉତ୍ତୋନଳକାରୀ ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି । ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ବହୁଦିନ ହେବ ପିଜା ଖାଇନଥିବା ନେଇ କହିଥିଲେ । ଏହାସହ ସେ ପିଜା ଖାଇବାକୁ ଇଚ୍ଛା ପ୍ରକାଶ କରିବା ପରେ ଏହାକୁ ନେଇ ଦେଶର ସବୁଠାରୁ ଅଧିକ ପିଜା ବିକ୍ରେତା କମ୍ପାନୀ ‘ଡୋମିନସ’ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।
ଡୋମିନସ୍ ପକ୍ଷରୁ କୁହାଯାଇଛି କି, ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାର ଉତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନୀ ତରଫରୁ ଆଜୀବନ ମାଗଣାରେ ପିଜା ଯୋଗାଇ ଦିଆଯିବ ।
କହିରଖୁ କି ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଚାନୁ ଏବେ ଗଣମାଧ୍ୟମରେ ଛାଇ ହୋଇଯାଇଛନ୍ତି । ଗାଁ ଠୁ ସହର ସବୁ ବର୍ଗର ଲୋକେ ମୀରାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୂଲି ନାହାନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ବାଦଶାହା ଅମିତାଭ ବଚନ, ଅଭିଶେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାବାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/29-14.jpg)