ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’

78

କନକ ବ୍ୟୁରୋ: ୪ ଦଶନ୍ଧିରୁ ଅଧିକ ଭାରତୀୟ ସିପିଂ ଓ ସାମୁଦ୍ରିକ ଶିଳ୍ପ ଏବଂ ଓଡ଼ିଶା ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷ ଶିଳ୍ପପତି ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସଏଲ)ର ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ସମ୍ମାନଜନକ ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ୨୦୨୩’ ପ୍ରଦାନ କରାଯାଇଛି ।

୨୪ ଫେବ୍ରୁଆରୀ ୨୦୨୩ରେ ଦ ଲଳିତ ଗ୍ରେଟ ଇଷ୍ଟର୍ଣ୍ଣ, କୋଲକାତାରେ ଏକଜିମ ଇଣ୍ଡିଆ ସିପିଂ ଟାଇମ୍ସ ଦ୍ୱାରା ଆୟୋଜିତ ଇଷ୍ଟର୍ଣ୍ଣ ଷ୍ଟାର ଆୱାର୍ଡସ ୨୦୨୩ ଅବସରରେ ଅନୁଷ୍ଠିତ ଇଷ୍ଟ କୋଷ୍ଟ ମାରିଟାଇମ ଫୋରମ ୨୦୨୩ର ଅଷ୍ଟମ ସଂସ୍କରଣ କାର୍ୟ୍ୟକ୍ରମରେ ଗୋପାଳ କ୍ରିଷ୍ଣା, ପୂର୍ବତନ ସଚିବ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ଓଏସଏଲ୍ ଗ୍ରୁପ ୨୦୨୩ ପାଇଁ ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ ଦ ଇୟର ପୁରସ୍କାର ହାସଲ କରିଛି। ଏହି ଅବସରରେ ଚନ୍ଦନ ମିଶ୍ର, ନିର୍ଦ୍ଦେଶକ, ଓଏସଏଲ୍ ଗ୍ରୁପ ଏବଂ ଟିମ୍ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ୟ୍ୟକ୍ରମରେ ଓଏସଏଲ୍ ଗ୍ରୁପର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମାଜରେ ପରିବର୍ତ୍ତନ ଆଣିଥିବା, ସମାଜର ଉନ୍ନତି ଲାଗି ଉଲ୍ଲେଖନୀୟ ଅବଦାନ ରଖିଥିବା, ଔଦ୍ୟୋଗିକତାରେ ସ୍ୱତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିଥିବା ଏବଂ ଦୃଷ୍ଟାନ୍ତମୂଳକ ନେତୃତ୍ୱ ଗୁଣାବଳି ପ୍ରଦର୍ଶନ କରିଥିବା ଶିଳ୍ପ ଧରୋହରମାନଙ୍କୁ ଏହି କାର୍ୟ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ତାଙ୍କ ନେତୃତ୍ୱରେ ଥିଲା ଯେ ସେ ପ୍ରମୁଖ ବନ୍ଦର ସହର ପାରାଦୀପରେ ଓଡ଼ିଶାର ପ୍ରଥମ ରିଭରାଇନ ଜେଟିର ମାର୍ଗଦର୍ଶକ ସାଜିଥିଲେ, ଯାହା କି ବହୁବିଧ ପରିବହନ ବ୍ୟବସ୍ଥା ବ୍ୟବହାର ସହ ପରିବହନ କ୍ଷେତ୍ର ପାଇଁ ଏକ ନୂଆ ପରିମାପ ସାଜିଥିଲା ।