ଗର୍ଭାବସ୍ଥାରେ ମା’କୁ ହେଲେ ଜ୍ୱର, ପ୍ରଭାବ ପଡେ ପିଲା ଉପରେ ! ହୃଦୟ ବିକାର ଘଟିପାରେ ଗର୍ଭସ୍ଥ ଶିଶୁର

42

ୱାଶିଂଟନ : ଗର୍ଭାବସ୍ଥାର ପ୍ରଥମ ୩ରୁ ୮ ସପ୍ତାହରେ ଯଦି ଗର୍ଭବତୀ ମହିଳାଙ୍କୁ ଜ୍ୱର ହୋଇଯାଏ , ଏହା ଦ୍ୱାରା ଶିଶୁକୁ ହୃଦୟ ଓ ଚେହେରାରେ ବିକାର ସମସ୍ୟା ହୋଇପାରେ । ଅନୁସନ୍ଧାନକର୍ତ୍ତା ଅନେକ ଦଶକରୁ ଏହା ଜାଣିଥିଲେ କି ପ୍ରଥମ ୩ମାସରେ ଜ୍ୱର କାରଣରୁ ଶିଶୁକୁ ହୃଦୟ ବିକାର ଓଠ ତଥା ତାଳୁ କଟିବା ଭଳି ସମସ୍ୟା ବଢିଯାଏ । ଏହି ବିଷୟ ଉପରେ ପ୍ରଥମେ ମଧ୍ୟ ଚର୍ଚ୍ଚା ହୋଇଛି କି କିଛି ଭାଇରସ୍ ବା ସଂକ୍ରାମକ କାରଣରୁ ଏହି ବିକାର ଜନ୍ମ ହୋଇଥାଏ ଅଥବା କେବଳ ଜ୍ୱର କାରଣରୁ ଏହି ସମସ୍ୟା ଜନ୍ମ ନେଇଥାଏ ।

ବୈଜ୍ଞାନିକମାନଙ୍କୁ ଏବେ ଏହି କଥାର ପ୍ରମାଣ ମିଳିଛି । ପ୍ରଥମେ ୩ରୁ ୮ ସପ୍ତାହ ଭିତରେ ଗର୍ଭାବତୀ ସ୍ତ୍ରୀକୁ ଜ୍ୱର କାରଣରୁ ଜନ୍ମନେଉଥିିବା ପିଲାଠାରେ ହୃଦୟ ବିକାଶ ପ୍ରଭାବିତ ହୁଏ । ସାଇନ୍ସ  ସିଗନାଲିଂ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ପ୍ରଥମ ୩ମାସରେ ଏସିଟାମିନୋଫେନ୍ ର ଉଚିତ୍ ବ୍ୟବହାର ଦ୍ୱାରା ମା’କୁ ଜ୍ୱର ହେବାରୁ ରୋକା ଯାଇପାରେ । ଏହାଦ୍ୱାରା ଜନ୍ମଦାତା ଦୋଷକୁ କିଛି ନିର୍ଦ୍ଦିଷ୍ଟ ସମୟ ଯାଏ ରୋକାଯାଇପାରିବ ।

ଆମେରିକାର ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଏରିକ୍ ବେନ୍ନର କହିଛନ୍ତି, ଯେଉଁଠାରେ ଡାକ୍ତର ଗର୍ଭାବସ୍ଥାରେ ମହିଳାଙ୍କୁ ଯେକୈାଣସି ପ୍ରକାରର ଔଷଧ ଖାଇବାକୁ ମନାକରିଥାନ୍ତି , ସେଠାରେ ଜ୍ୱର କମ୍ କରିବା ପାଇଁ ଏସିଟାମିନୋଫେନର ବ୍ୟବହାରରୁ ଲାଭ ହୋଇପାରେ କହିପାରିବେ । ମହିଳାଙ୍କୁ ନିଜର ଡାକ୍ତରଙ୍କ ସହ ସବୁ ସମସ୍ୟା ଓ ଅବସ୍ଥା ବିଷୟରେ ଆଲୋଚନା କରିପାରିବେ ।

( ସୌଜନ୍ୟ- ନବଭାରତ ଟାଇମ୍ସ)