ଆପଣ ମର୍ଣ୍ଣିଂ ୱାକ କରୁଛନ୍ତି ? କିଛି ଜିନିଷ ପ୍ରତି ଧ୍ୟାନ ଦେଲେ ସ୍ୱାସ୍ଥ୍ୟ ପାଇଁ ଭଲ

Advertisment
ପ୍ରାତଃଭ୍ରମଣ ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ ! ଧ୍ୟାନ ଦିଅନ୍ତୁ . . .

source-http://zengofit.com

କନକ ବ୍ୟୁରୋ : ନିଜକୁ ଫିଟ୍‌ ରଖିବାକୁ ଏବେ ସମସ୍ତେ ବ୍ୟଗ୍ର। ସବୁ ଲୋକ ଚାହାନ୍ତି ସୁସ୍ଥ ଓ ସୁନ୍ଦର ଜୀବନ। ସକାଳୁ ଉଠି ଚାଲିବା କିମ୍ବା ଦୌଡ଼ିବାର ଅଭ୍ୟାସ ଯେଉଁମାନଙ୍କର ଅଛି ସେମାନେ ନିଶ୍ଚିତ ଭାବେ ସୁସ୍ଥ ତ ହୋଇଥାନ୍ତି। ଏହା ସହିତ ସେମାନଙ୍କ ଚେହେରାର ଚମକ ମଧ୍ୟ ବୃଦ୍ଧି ପାଇଥାଏ। ତେବେ, ଖାଲି ମର୍ଣ୍ଣିଂ ଓ୍ଵାକ୍‌ କରିଦେଲେ ହେବନି ସେଥି ସହିତ ଆପଣଙ୍କୁ କେତୋଟି ନିର୍ଦ୍ଦିଷ୍ଟ ଦିଗ ଉପରେ ଧ୍ୟାନ୍‌ ଦେବାକୁ ହେବ। ସେ ସବୁ କରିଲେ ଆପଣଙ୍କ ଶ୍ରମ ଟିକେ ବେଶି ଫଳପ୍ରଦ ହେବ। ନିମ୍ନରେ ଉଲ୍ଲେଖ କରାଯାଇଛି ସକାଳୁ ଉଠି ଚାଲି ସାରିବା ପରେ କ’ଣ ସବୁ କରିବାକୁ ହେବ।

ସକାଳୁ ଉଠି ଚାଲିବା ପରେ ସଙ୍ଗେ ସଙ୍ଗେ ପାଣି, ଚା’ କିମ୍ବା କୌଣସି ପ୍ରକାର ପାନୀୟ ଦ୍ରବ୍ୟ ପାନ କରନ୍ତୁ ନାହିଁ। ଟିକେ ସମୟ ନିଅନ୍ତୁ। ଦେହର ଝାଳ ମରିବା ପରେ ଯଦି ପାରୁଛନ୍ତି ପଇଡ଼ ପଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ। ଏହାବ୍ୟତୀତ ଆଖୁ ରସ, କଲରା ରସ, ଗାଜର ରସ, ବିଟ୍‌ ରସ, ଲାଉ ରସ ଆଦି ପିଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ। ମନେରଖନ୍ତୁ ଚାଲିକି ଆସିବା ପରେ ଚା’ କିମ୍ବା କଫି ପିଇବା କଥା ଆଦୌ ଭାବନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe