କନକ ବ୍ୟୁରୋ: ବିଜ୍ଞାନ ସବୁବେଳେ ଆମକୁ ଚକିତ କରିଛି। ହେଲେ ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି, ଯାହା ମନୁଷ୍ୟ ଜାତିର ଅସ୍ତିତ୍ୱକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ୟ୍ୟ କଲାଭଳି ଅଧ୍ୟୟନ ଏବେ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ପୁରୁଷଙ୍କ ଓ୍ୱାଇ କ୍ରୋମୋଜୋମ୍ ଧିରେ ଧିରେ ବିଲୁପ୍ତ ହେବାରେ ଲାଗିଛି । ଏଭଳି ଆଶଙ୍କା କରାଯାଉଛି ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ।

ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ଓ୍ୱାଇ କ୍ରୋମୋଜୋମ୍ । ଆଉ ଆଗାମୀ କୋଟିଏ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇପାରେ । ପୁତ୍ର ସନ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ ଓ୍ୱାଇ କ୍ରୋମୋଜୋମ୍ । ମନୁଷ୍ୟ ଓ ଅନ୍ୟ ସ୍ତନ୍ୟପାୟୀ ଶିଶୁଙ୍କର ଲିଙ୍ଗ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଓ୍ୱାଇ କ୍ରୋମୋଜୋମ୍ ଏବେ ସଙ୍କଟରେ । କାରଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ଓ୍ୱାଇ କ୍ରୋମୋଜୋମ୍ । ଏହାକୁ ନେଇ ଏକ ଅଧ୍ୟୟନ ସାମ୍ନାକୁ ଆସିବା ପରେ ମଣିଷର ଅସ୍ତିତ୍ୱ କିପରି ବଜାୟ ରହିବ, ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଧିରେ ଧିରେ ହ୍ରାସ ପାଉଥିବା ଓ୍ୱାଇ କ୍ରୋମୋଜୋମ୍ ଆଗାମୀ କିଛି ବର୍ଷ ଭିତରେ ଯେ, ସମ୍ପୂର୍ଣ୍ଣ ଲୋପ ପାଇଯିବ ସେଭଳି ଆଶଙ୍କା କରାଯାଉଛି।
 
ସଙ୍କଟରେ ପୁରୁଷଙ୍କ ଅସ୍ତିତ୍ବ !
୧.୧କୋଟି ବର୍ଷରେ ସମ୍ପୂର୍ଣ୍ଣ ଲୋପ ପାଇବ

ଆଉ କୋଟିଏ ବର୍ଷ ପରେ ପୁରୁଷଙ୍କ ଓ୍ୱାଇ କ୍ରୋମୋଜୋମ୍ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ଅଧ୍ୟୟନରୁ ଜଣାପଡିଛି। ‘ଓ୍ୱାଇ’ କ୍ରୋମୋଜୋମ୍ ବା ଗୁଣସୂତ୍ର ସମୟାତୀତ ହେବାରେ ଲାଗିଛି। ଯଦି ଏହି ଧାରା ଜାରି ରହେ, ଆଉ ମାତ୍ର ୧.୧ କୋଟି ବର୍ଷ ମଧ୍ୟରେ ଏହି କ୍ରୋମୋଜୋମ୍ ସମ୍ପୂର୍ଣ୍ଣ ଭାବେ ଉଭାନ ହୋଇଯିବ ।
-    ‘ଓ୍ୱାଇ’ କ୍ରୋମୋଜୋମ୍ ଅପେକ୍ଷାକୃତ ଛୋଟ 
-    ‘ଏକ୍ସ’ କ୍ରୋମୋଜୋମ୍ ତୁଳନାରେ ଅପେକ୍ଷାକୃତ କମ୍ ଜିନ୍ ଧାରଣ କରେ
-    ମାତ୍ର ପୁରୁଷ ସନ୍ତାନ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରେ
-    ବିଗତ ୩୦ କୋଟି ବର୍ଷରେ ଅପେକ୍ଷାକୃତ ହ୍ରାସ ପାଇଛି ‘ଓ୍ୱାଇ’ କ୍ରୋମୋଜୋମ୍
-    ନିଜର ମୂଳ ୧,୪୩୮ ଜିନ୍ ମଧ୍ୟରୁ ୧,୩୯୩ ଜିନ୍ ହରାଇ ସାରିଛି
-    ଆଉ ମାତ୍ର ୪୫ଟି ଜିନ୍ ରହିଛି ‘ଓ୍ୱାଇ’ କ୍ରୋମୋଜୋମ୍
 

ପୁରୁଷଙ୍କ କ୍ଷେତ୍ରର ମିଳିଥାଏ ଏହି ‘ଓ୍ୱାଇ’ କ୍ରୋମୋଜୋମ୍ । ଏହା ଏକ ଲିଙ୍ଗଗତ ଗୁଣସୂତ୍ର । ଏହି କ୍ରୋମୋଜୋମ୍ ପୁରୁଷଙ୍କ ଭିତରେ ତାଙ୍କ ଲକ୍ଷଣ ବଢାଇଥାଏ । ପୁରୁଷଙ୍କ ଦାଢ଼ି, ତାଙ୍କ ଶରୀରର ଗଠନ ସବୁକିଛି ‘ଓ୍ୱାଇ’ କ୍ରୋମୋଜୋମ୍ ନିର୍ଦ୍ଧାରଣ କରେ । ମହିଳାଙ୍କ ଠାରେ କେବଳ ‘ଏକ୍ସ’ କ୍ରୋମୋଜୋମ୍ ରହିଥାଏ । ହେଲେ ପୁରୁଷଙ୍କ ଠାରେ ଉଭୟ ଏକ୍ସ ଓ ୱାଇ କ୍ରୋମୋମଜୋମ୍ ରହିଥାଏ  । ଆଉ ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ଏକ୍ସ ଓ ୱାଇ କ୍ରୋମୋଜୋମ୍ ପ୍ରମୁଖ ଭୂମିକା ତୁଲାଇଥାଏ । 
 
ଯଦି ପ୍ରକୃତରେ ଓ୍ୱାଇ କ୍ରୋମୋଜୋମ୍ ଉଭାନ୍ ହୋଇଯିବ, ତାହାଲେ କଣ ପୁରୁଷ ଜାତି ହିଁ ଲୋପ ପାଇଯିବ । ଏ ଦିଗରେ ଅଧିକ ଅଧ୍ୟୟନ ଜାରି ରହିଛି ।