କନକ ବ୍ୟୁରୋ : ମୌସୁମୀ ଆସିବା ମାତ୍ରେ ଚୁଟି ସମ୍ବନ୍ଧୀୟ ଅନେକ ସମସ୍ୟା ଆରମ୍ଭ ହୋଇଯାଏ । ଚୁଟି ଝଡ଼ିବା ସହ ଦୁର୍ଗନ୍ଧ ମଧ୍ୟ ହୁଏ । ସବୁଠାରୁ ବଡ଼ ସମସ୍ୟା ହେଉଛି ଉକୁଣି । ବର୍ଷାଦିନେ ଉକୁଣି କେବଳ ଚୁଟିକୁ ନଷ୍ଟ କରେ ତାହା ନୁହେଁ ବରଂ ଏହା ଜଣଙ୍କ ମୁଣ୍ଡରୁ ଅନ୍ୟଜଣଙ୍କ ମୁଣ୍ଡକୁ ମଧ୍ୟ ଡେଇଁଥାଏ । ବିଶେଷ କରି ସ୍କୁଲ ପିଲାଙ୍କ କିମ୍ବା ଭିଡ଼ରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଏହା ଶୀଘ୍ର ବ୍ୟାପିଥାଏ । ଯଦି ଚୁଟିକୁ ସଫା ନ ରଖାଯାଏ କିମ୍ବା ମୁଣ୍ଡରେ ଲଗାତାର ଝାଳ ଜମା ହୁଏ, ତେବେ ଉକୁଣି ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ସମୟ ପୂର୍ବରୁ ଘରୋଇ ଉପାୟ ଅବଲମ୍ବନ କରିବା ଜରୁରି । ଯାହାଦ୍ୱାରା ଏହି ସମସ୍ୟା ମୁଣ୍ଡ ଟେକିବା ପୂର୍ବରୁ ହିଁ ଶେଷ ହୋଇଯିବ । ତେବେ କେମିତି ଉକୁଣି ସମସ୍ୟାରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା ।
/filters:format(webp)/kanak/media/media_files/2025/07/07/lice-treatment-2025-07-07-14-51-49.jpg)
୧. ଚୁଟିକୁ ସଫା ଏବଂ ଶୁଖିଲା ରଖନ୍ତୁ :
ମୌସୁମୀରେ ଚୁଟିକୁ ଖୋଲା ଛାଡ଼ିବା କିମ୍ବା ଓଦା ଚୁଟି ସହିତ ଅଧିକ ସମୟ ରହିବା ଦ୍ବାରା ଉକୁଣି ସମସ୍ୟା ବଢ଼ିଥାଏ । ଯେତେବେଳେ ବି ଚୁଟି ଧୋଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଶୁଖାଇ ଦିଅନ୍ତୁ । ଯଦି ଚୁଟି ଓଦା କିମ୍ବା ଚିପଚିପା ରହେ, ତେବେ ଉକୁଣି ଶୀଘ୍ର ବଢ଼ିବେ ।
୨. ନିମ୍ବ ପେଷ୍ଟ ଲଗାନ୍ତୁ :
ନିମ୍ବ ପତ୍ରରେ ବ୍ୟାକ୍ଟେରିଆ ଏବଂ କୀଟାଣୁ ନାଶ କରିବାର ଶକ୍ତି ଥାଏ । ନିମ୍ବର ତାଜା ପତ୍ରକୁ ବାଟି ପେଷ୍ଟ ବନାନ୍ତୁ ଏବଂ ଏହାକୁ ଚୁଟିମୂଳରେ ଲଗାନ୍ତୁ । ୩୦ ମିନିଟ୍ ପରେ ଚୁଟି ଧୋଇ ଦିଅନ୍ତୁ । ଏହା ଉକୁଣି ହଟାଇବାର ରାମବାଣ ଉପାୟ ସାବ୍ୟସ୍ତ ହେବ ।
୩. ନଡ଼ିଆ ତେଲରେ ମାଲିସ୍ କରନ୍ତୁ :
ନଡ଼ିଆ ତେଲ ଚୁଟିମୂଳକୁ ପୋଷଣ ଦେବା ସହିତ ଉକୁଣିର ଗ୍ରୋଥକୁ ରୋକିଥାଏ । ହାଲୁକା ଗରମ ନଡ଼ିଆ ତେଲରେ ରାତିସାରା ମାଲିସ୍ କରନ୍ତୁ ଏବଂ ସକାଳେ ଶାମ୍ପୁରେ ଧୋଇ ଦିଅନ୍ତୁ । ଏହି ଟିପ୍ସକୁ ସପ୍ତାହକୁ ୨ ଥର ବ୍ୟବହାର କରନ୍ତୁ ଉକୁଣି କମିଯିବେ ।
୪. ଆପଲ୍ ସାଇଡର୍ ଭିନେଗାରର ବ୍ୟବହାର :
ଏକ ଗ୍ଲାସ୍ ପାଣିରେ ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର ମିଶାଇ ଚୁଟିମୂଳରେ ଲଗାନ୍ତୁ । ୧୫ ମିନିଟ୍ ପରେ ଚୁଟିକୁ ଶାମ୍ପୁରେ ଧୋଇ ଦିଅନ୍ତୁ । ଏହା ଚୁଟିମୂଳକୁ ସଫା କରିଥାଏ ଏବଂ ଉକୁଣିକୁ ଶେଷ କରିଥାଏ ।
୫. ପାନିଆ ଏବଂ ତକିଆ ଅଲଗା ରଖନ୍ତୁ :
ଉକୁଣି ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ଶୀଘ୍ର ବ୍ୟାପିଥାଏ । ସେଥିପାଇଁ ନିଜର ପାନିଆ, ତକିଆ ଏବଂ ତକିଆର କଭର କାହା ସହିତ ସେୟାର୍ କରନ୍ତୁ ନାହିଁ ।