ଗ୍ରୀଷ୍ମଦିନରେ ପ୍ରାୟତଃ ଲୋକ ଜୋତା ପିନ୍ଧିବାକୁ କମ ପସନ୍ଦ କରନ୍ତି । ପ୍ରବଳ ଗରମ ଏବଂ ଝାଳ ପାଇଁ ହେଉଥିବା ଦୁର୍ଗନ୍ଧ କାରଣରୁ ଚପଲ , ସ୍ୟାଣ୍ଡେଲ୍ ଏବଂ ଓପନ୍ ଫୁଟୱେର୍ ପିନ୍ଧିବାକୁ ଲୋକ ପସନ୍ଦ କରନ୍ତି । କିନ୍ତୁ ଏହି ସମୟରେ ପଡୁଥିବା ପ୍ରଖର ସୂର୍ଯ୍ୟକିରଣରୁ ଟ୍ୟାନିଙ୍ଗ୍ ମଧ୍ୟ ହୋଇଥାଏ । ଚପଲ ପିନ୍ଧିବା ଦ୍ୱାରା ପାଦ କଳା ପଡିଯାଏ ଏବଂ ପାଦ ଉପରେ ଚପଲର ଚିହ୍ନ ଦେଖାଯାଏ । ଏହି କଳା ଚିହ୍ନ ଦେଖିଲେ ଲାଗେ ଯେପରି ପାଦରେ ମଇଳା ଜମି ହୋଇ ରହିଛି । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହି ଘରୋଇ ଉପଚାର ଆପଣାଇ ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବେ  ।

Advertisment
tan
tan Photograph: (google)

ଯଦିଓ ବଜାରରେ ଉପଲବ୍ଧ ଟ୍ୟାନ୍ ରିମୁଭାଲ୍ କ୍ରିମ୍ ଏହି କଳାଦାଗକୁ ହଟାଇବାରେ ପ୍ରଭାବଶାଳୀ କିନ୍ତୁ ସବୁଦିନ ଏହି କ୍ରିମ୍ ଲଗାଇବା ଦ୍ବାରା ଚର୍ମ ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିପାରେ । ଟ୍ୟାନ୍ ସଫା କରୁଥିବା କ୍ରିମରେ ଏପରି ଉପାଦାନ ଥାଏ ଯାହା ଚର୍ମକୁ ଶୀଘ୍ର ବୃଦ୍ଧ କରିଦିଏ । ଏହି କ୍ରିମରେ ଆକ୍ଟିଭେଟର୍ସ ଥାଏ ଯାହା କିଛି ଲୋକଙ୍କ ଚର୍ମ ଉପରେ ପ୍ରତିକ୍ରିୟା ସୃଷ୍ଟି କରିପାରେ । ତେଣୁ, ଘରୋଇ ଉପାୟ ଅଧିକ ପ୍ରଭାବଶାଳୀ ହୋଇଥାଏ ।

baking soda
baking soda Photograph: (google)

୧. ବେକିଙ୍ଗ୍ ସୋଡ଼ା ଏବଂ କଫି :

ଏହି ପ୍ୟାକ୍ ତିଆରି କରିବା ପାଇଁ ଆପଣଙ୍କୁ ବେକିଙ୍ଗ୍ ସୋଡ଼ା ଏବଂ କଫି ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରିବାକୁ ପଡ଼ିବ । ଆପଣ ଚାହିଲେ ଏଥିରେ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ, ଯାହା ଫଳରେ ଟ୍ୟାନିଙ୍ଗ୍ ସହିତ ମଇଳା ମଧ୍ୟ ସଫା ହୋଇଯିବ । ଲେମ୍ବୁ ଆଣ୍ଟିବ୍ୟାକ୍ଟେରିଆଲ୍ ମଧ୍ୟ ହୋଇଥାଏ, ଯାହା ଶୀଘ୍ର ପ୍ରଭାବ ପକାଇଥାଏ । ଏହି ପ୍ୟାକକୁ ଗୋଡ଼ରେ ଲଗାଇ ବ୍ରଶ୍ ସାହାଯ୍ୟରେ ଘଷନ୍ତୁ ଏବଂ କିଛି ସମୟ ପାଇଁ ଛାଡି ଦିଅନ୍ତୁ ।

tomato , lemon
tomato , lemon Photograph: (google)

୨. ଟମାଟୋ ଏବଂ ଲେମ୍ବୁ ରସ :

ଟମାଟୋରେ ଲାଇକୋପିନ୍ ଥାଏ । ଯାହାକୁ ପ୍ରାକୃତିକ ସନସ୍କ୍ରିନ୍ ବୋଲି ମଧ୍ୟ କୁହାଯାଏ । ତେଣୁ ଟ୍ୟାନିଙ୍ଗ୍ ହୋଇଥିବା ଚର୍ମରେ ଏହାକୁ ଲଗାଇବା ଦ୍ୱାରା କଳାପଣ ଦୂର ହୋଇଥାଏ । ଏହା ସହିତ ଯଦି ଲେମ୍ବୁରସ ସହିତ ମିଶାଇ ଟମାଟୋ ଲଗାନ୍ତି, ତେବେ ଏହା ଅଧିକ ପ୍ରଭାବ ପକାଇଥାଏ ।

papaya paste
papaya paste Photograph: (google)

୩. କଞ୍ଚା ଅମୃତଭଣ୍ଡା :

କଞ୍ଚା ଅମୃତଭଣ୍ଡାର ପେଷ୍ଟକୁ ଟ୍ୟାନିଙ୍ଗ୍ ହୋଇଥିବା ଚର୍ମରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ । ଏହାକୁ ଲଗାଇବା ଦ୍ୱାରା ଚର୍ମ କୋମଳ ହେବା ସଙ୍ଗେ ଉଜ୍ଜ୍ବଳ ହୋଇଥାଏ ।