କନକ ବ୍ୟୁରୋ : ମଶାଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ କିଛି ଲୋକ ଘରେ କଛୁଆ, ଧୂପକାଠି କିମ୍ବା ମଶା କାର୍ଡର ବ୍ୟବହାର କରୁଥିବା ବେଳେ ଆଉ କିଛି ଲୋକ ଇଲେକ୍ଟ୍ରି ମେସିନର ବ୍ୟବହାର କରନ୍ତି । ମଶାଙ୍କୁ ମେସିନରେ ମାରିବା ପରେ ମଧ୍ୟ ସକେଟରେ ଲଗାତାର ଏହି ମେସିନ୍ ଚାର୍ଜରେ ବସିଥାଏ । ଲୋକ ଭାବନ୍ତି ଏହି ଛୋଟ ମେସିନରେ କେତେ ବିଜୁଳି ଖର୍ଚ୍ଚ ଆସିବ , ସେଥିପାଇଁ ସକେଟରେ ଲଗାତାର ଏହି ମେସିନ୍ ଲାଗିଥାଏ । ଯଦି ଆପଣ ବି ଏହା ଭାବି ସକେଟରେ ମେସିନକୁ ଦିନତମାମ ଚାର୍ଜରେ ଲଗାଉଛନ୍ତି ତେବେ ତୁରନ୍ତ ନିଜ ଚିନ୍ତାଧାରାକୁ ବଦଳାନ୍ତୁ । ନଚେତ୍ ଏହି ଛୋଟ ଭୁଲ୍ ଆପଣଙ୍କ ପକେଟ୍ ଉପରେ ମହଙ୍ଗା ପ୍ରଭାବ ପକାଇବ । 

Advertisment
Machine
Machine Photograph: (google)

ଗୁଡ୍ ନାଇଟ୍, ଅଲ୍ ଆଉଟ୍ ଭଳି ମଶା ମାରିବା ମେସିନରେ ଏକ ଛୋଟ ହିଟର ଥାଏ । ଏହି ହିଟର ଲିକ୍ୱିଡ୍ କଣ୍ଟେନରକୁ ଗରମ କରିଥାଏ, ଯେଉଁଥିରେ ଲିକ୍ୱିଡ୍ ଗ୍ୟାସରେ ପରିବର୍ତ୍ତନ ହୋଇ ମଶାମାନଙ୍କୁ ମାରିଥାଏ । ଯେହେତୁ ଏଥିରେ ହିଟର ଲାଗିଛି ତେଣୁ ଏହା ସବୁ ସମୟରେ ବିଜୁଳି ବ୍ୟବହାର କରିଥାଏ କିନ୍ତୁ ଅଧିକାଂଶ ଲୋକଙ୍କୁ ଏ ବିଷୟରେ ଜ୍ଞାତ ନଥାଏ । 

womans-hand-with-an-electric-ant
womans-hand-with-an-electric-ant Photograph: (Google)

ସାଧାରଣତଃ ଏହି ଡିଭାଇସ୍‌ଗୁଡ଼ିକ ୫ ରୁ ୭ ୱାଟ୍ ବିଜୁଳି ବ୍ୟବହାର କରନ୍ତି । ଯଦି ଏହାକୁ କ୍ରମାଗତ ୨୪ ଘଣ୍ଟା ପାଇଁ ସକେଟରେ ଲଗାଯାଏ ତେବେ ଏହା ପ୍ରତିଦିନ ପ୍ରାୟ ୦.୧୨ ୟୁନିଟ୍ ବିଜୁଳି ଖର୍ଚ୍ଚ କରିଥାଏ । ଅର୍ଥାତ୍ ଏହା ପ୍ରାୟ ୩.୬ ୟୁନିଟ୍ ବିଜୁଳି ଗୋଟିଏ ମାସରେ ଏବଂ ବର୍ଷକୁ ପ୍ରାୟ ୪୩.୮ ୟୁନିଟ୍ ବିଜୁଳି ଖର୍ଚ୍ଚ କରିଥାଏ । ବର୍ତ୍ତମାନ ଯଦି ଗୋଟିଏ ୟୁନିଟର ହାରାହାରି ମୂଲ୍ୟ ₹୫ ଧରାଯାଏ ତେବେ କେବଳ ଗୋଟିଏ ମେସିନ୍ ବର୍ଷକୁ ₹୨୧୯ ର ବିଜୁଳି ଖାଏ । ଅନ୍ୟପକ୍ଷରେ ଯଦି ଘରେ ଏପରି ଦୁଇଟି ମେସିନ୍ ଅଛି ତେବେ ବାର୍ଷିକ ଖର୍ଚ୍ଚ ₹୪୩୮ କୁ ବୃଦ୍ଧି ପାଇଥାଏ । ଅନେକ ଘରେ ତିନି-ଚାରିଟି ମେସିନ୍ ଲାଗିଥାଏ ଯାହାଦ୍ୱାରା ଏହି ଖର୍ଚ୍ଚ ଆହୁରି ଅଧିକ ବଢ଼ିପାରେ । ଏହିପରି ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହା ଦେଖିବାକୁ ସାମାନ୍ୟ ଲାଗେ କିନ୍ତୁ କ୍ରମାଗତ ବ୍ୟବହାର କରିବା ଦ୍ୱାରା ବିଜୁଳିର ବ୍ୟବହାର ବଢ଼ାଇ ଦେଇଥାଏ । ତେଣୁ ଏହି ମଶା ମାରୁଥିବା ମେସିନର ବ୍ୟବହାର ଭାବିଚିନ୍ତି କରିବା ଦରକାର । ଦିନତମାମ ସକେଟରେ ଏହି ମେସିନ୍ ଲଗାଇବା ଯାହା ଟଙ୍କାରେ ନିଆଁ ମାରିବା ତାହା ।