କନକ ବ୍ୟୁରୋ : ବର୍ଷା ଦିନ ଆସିଲେ କୀଟପତଙ୍ଗଙ୍କ ଯେମିତି ରଜ ପଡ଼େ । ଏହି ସମୟରେ ଘରକୁ ଘର ଘୁରିବୁଲନ୍ତି ଏହି କୀଟ । ଯାହା ଫଳରେ ଘରେ ଛୋଟ ପିଲା ଥିଲେ ଭାରି ଅସୁବିଧା ହୁଏ । ଘରେ ଖେଳିବା ସମୟରେ ଛୋଟ ପିଲାମାନେ କୌତୁହଳ ସହିତ ଏହି କୀଟକୁ ପାଟିରେ ପୂରାଇ ଦିଅନ୍ତି । ଯାହାଦ୍ବାରା ଅନେକ ସମୟରେ ଛୋଟ ଛୁଆଙ୍କୁ ସଂକ୍ରମଣର ଶିକାର ହେବାକୁ ମଧ୍ୟ ପଡ଼ିଥାଏ । ଖାଲି ଏତିକି ନୁହେଁ ବର୍ଷାରେ ଏହି କୀଟପତଙ୍ଗ ଖାଦ୍ୟରେ ମଧ୍ୟ ପଡ଼ିଯାଆନ୍ତି ଯାହା ଦେହ ପ୍ରତି ହିତକର ନୁହେଁ । ତେବେ ଏଭଳି ସମସ୍ୟାକୁ କିପରି ମୁକାବିଲା କରିବା ଆସନ୍ତୁ ଜାଣିବା ।  

Advertisment
Flies-scaled
Flies-scaled Photograph: (google)

ବଜାରରେ ଅନେକ କମ୍ପାନିର କୀଟପତଙ୍ଗ ନାଶକ ସ୍ପ୍ରେ ଉପଲବ୍ଧ ରହିଛି । କିନ୍ତୁ ଏହି ସ୍ପ୍ରେ କ୍ରମାଗତ ଭାବେ ବ୍ୟବହାର କରିବା ଦ୍ବାରା ମଣିଷ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏଭଳି ପରିସ୍ଥିତିରେ ଘରେ ବି ଆପଣ ସ୍ପ୍ରେ ତିଆରି କରି କୀଟପତଙ୍ଗ ଦାଉରୁ ରକ୍ଷା ପାଇପାରିବେ । ଏହି ସ୍ପ୍ରେ ଘରେ ଘୁରି ବୁଲୁଥିବା ପିମ୍ପୁଡ଼ି, ମାଛି ଏବଂ ଅସରପା ସହିତ ଅନ୍ୟାନ୍ୟ ପୋକକୁ ଦୂର କରିବାରେ ଭଲ ପ୍ରଭାବ ପକାଇଥାଏ । ବର୍ଷାଦିନେ କୀଟପତଙ୍ଗକୁ ଦୂର କରିବା ପାଇଁ ଏକ ସରଳ ସ୍ପ୍ରେ ଘରେ ତିଆରି କରାଯାଇପାରିବ । ଏହି ସ୍ପ୍ରେ ତିଆରି କରିବା ପାଇଁ ଏକ ପାତ୍ରରେ ପାଣି ଗରମ କରନ୍ତୁ । ଏହି ପାଣିରେ ଲବଙ୍ଗ ମିଶାନ୍ତୁ । ପାଣିର ରଙ୍ଗ ପରିବର୍ତ୍ତନ ହେଲେ ସେଥିରେ ଏକ ଚାମଚ ବେକିଂ ସୋଡ଼ା ମିଶାନ୍ତୁ । ଏବେ ଏହି ମିଶ୍ରଣକୁ ଥଣ୍ଡା କରି ଏକ ସ୍ପ୍ରେ ବୋତଲରେ ରଖି ସେଥିରେ କିଛି ତେଜପତ୍ର ଭାଙ୍ଗି ପକାଇ ଦିଅନ୍ତୁ । ଏବେ ଆପଣଙ୍କର ସ୍ପ୍ରେ ପ୍ରସ୍ତୁତ । ଭିନେଗାରର ଗନ୍ଧ ଯୋଗୁଁ କୀଟପତଙ୍ଗ ଦୌଡ଼ି ପଳାନ୍ତି । ଏକ ସ୍ପ୍ରେ ବୋତଲରେ ଭିନେଗାର ଭର୍ତ୍ତି କରି କୀଟପତଙ୍ଗଙ୍କ ଉପରେ ସ୍ପ୍ରେ କରିପାରିବେ । ନଚେତ ଭିନେଗାର ପାଣିରେ ଘରର ଚଟାଣ ପୋଛନ୍ତୁ । ଏପରି କରିବା ଦ୍ୱାରା ଘରର ଚଟାଣରେ କୀଟପତଙ୍ଗ ବୁଲିବା ହ୍ରାସ ପାଇବ ।

garlic spray wee
garlic spray wee Photograph: (Google)

ଲୁଣ ଓ ଲେମ୍ବୁ ମଧ୍ୟ ଏକ ଭଲ ଘରୋଇ ଉପଚାର ପ୍ରମାଣିତ ହୁଏ । କୀଟପତଙ୍ଗମାନଙ୍କୁ ମାରିବା ପାଇଁ ସେମାନଙ୍କ ଉପରେ ଲୁଣ କିମ୍ବା ଲୁଣିଆ ପାଣି କିମ୍ବା ଲେମ୍ବୁ ପାଣି ସିଞ୍ଚି ପାରିବେ । ରସୁଣ ମଧ୍ୟ କୀଟପତଙ୍ଗକୁ ମାରିଥାଏ । ଏଥିପାଇଁ ରସୁଣକୁ ଗୁଣ୍ଡ କରି ପାଣିରେ ପକାଇ ଭଲ ଭାବରେ ମିଶ୍ରଣ କରନ୍ତୁ । ଏହାକୁ କୀଟପତଙ୍ଗ ଉପରେ ସିଞ୍ଚିଲେ କୀଟ ମରିଯାଇଥାଆନ୍ତି ।