ଜିମ୍ ଯାଆନ୍ତୁ କି ନଯାଆନ୍ତୁ , ଡାଏଟରେ ସାମିଲ୍ କରନ୍ତୁ ଏହି ରିଚ୍ ଫୁଡ୍ .. ଦୂର ହେବ ପ୍ରୋଟିନର ଅଭାବ

Advertisment

ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ବାସ୍ଥ୍ୟ ପ୍ରତି ଅହିତକର ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ମେହବହୁଳତା ଭଳି ସମସ୍ୟା ଦେଖାଯିବା ସହ କମ୍ ବୟସରୁ ହିଁ ଡାଏବେଟିସ୍ ଏବଂ ହୃଦୟ ରୋଗ ଭଳି ସମସ୍ୟା ଦେଖାଦେଉଛି । ଅନ୍ୟପକ୍ଷରେ ଶରୀରରେ ପୋଷକ ତତ୍ତ୍ବର ଅଭାବ ମଧ୍ୟ ଦେଖାଯାଉଛି ।

ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ବାସ୍ଥ୍ୟ ପ୍ରତି ଅହିତକର ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ମେହବହୁଳତା ଭଳି ସମସ୍ୟା ଦେଖାଯିବା ସହ କମ୍ ବୟସରୁ ହିଁ ଡାଏବେଟିସ୍ ଏବଂ ହୃଦୟ ରୋଗ ଭଳି ସମସ୍ୟା ଦେଖାଦେଉଛି । ଅନ୍ୟପକ୍ଷରେ ଶରୀରରେ ପୋଷକ ତତ୍ତ୍ବର ଅଭାବ ମଧ୍ୟ ଦେଖାଯାଉଛି ।

Body

Body Photograph: (kanaknews)

କନକ ବ୍ୟୁରୋ : ଆଜିର ଧାଁଦଉଡ଼ ଜୀବନରେ ଲୋକଙ୍କୁ ଅନେକ ପ୍ରକାର ରୋଗ ଗ୍ରାସ କରିଥାଏ । ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ବାସ୍ଥ୍ୟ ପ୍ରତି ଅହିତକର ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ମେହବହୁଳତା ଭଳି ସମସ୍ୟା ଦେଖାଯିବା ସହ କମ୍ ବୟସରୁ ହିଁ ଡାଏବେଟିସ୍ ଏବଂ ହୃଦୟ ରୋଗ ଭଳି ସମସ୍ୟା ଦେଖାଦେଉଛି । ଅନ୍ୟପକ୍ଷରେ ଶରୀରରେ ପୋଷକ ତତ୍ତ୍ବର ଅଭାବ ମଧ୍ୟ ଦେଖାଯାଉଛି । ପ୍ରୋଟିନ୍ ବି କମ୍ ରହୁଛି । ଶରୀରରେ ପ୍ରୋଟିନର ଅଭାବ ହେଲେ ଆରମ୍ଭରୁ ହିଁ ଏହାର ସଂକେତ ଦେଖାଯାଏ । ତେବେ ପ୍ରୋଟିନର ଅଭାବକୁ ପୂରଣ କରିବା ନିହାତି ଜରୁରି । ନଚେତ୍ ସମୟ ପୂର୍ବରୁ ହିଁ ଶରୀରର ହାଡ଼ ଦୁର୍ବଳ ହେବାକୁ ଲାଗେ । ଏହାସହ ଆପଣଙ୍କ ତ୍ବଚାରେ ମଧ୍ୟ ଚମକ କମିଯାଏ । ପ୍ରୋଟିନର ଅଭାବ ହେଲେ ଡାକ୍ତର ପ୍ରଥମେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥା’ନ୍ତି । କିନ୍ତୁ ଯଦି ଆପଣ ଭେଜିଟେରିୟନ୍ ତେବେ ବିନା ଅଣ୍ଡା ଖାଇ ମଧ୍ୟ ଆପଣ ଶରୀରରେ ପ୍ରୋଟିନର ମାତ୍ରାକୁ ବଢ଼ାଇପାରିବେ । ଏହାଦ୍ବାରା ଆପଣଙ୍କ ମସଲ୍ସ ମଜଭୁତ ହେବା ସହ ଆପଣ ଜିମ୍ ନଯାଇ ବି ଫିଟ୍ ରହିପାରିବେ । 

lack_of_protein
lack_of_protein Photograph: (google)

ପ୍ରୋଟିନ୍ ଅଭାବର ଲକ୍ଷଣ

•    ନଖ ଦୁର୍ବଳ ହେବା
•    ମାଂସପେଶୀ ଦୁର୍ବଳ ହେବା
•    ହାଡ଼ରେ ଯନ୍ତ୍ରଣା
•    ଥକ୍କାପଣ
•    ଦୁର୍ବଳତା
•    ଭୋକ ନ ଲାଗିବା
•    କେଶ ଦୁର୍ବଳ ହେବା
•    ଚର୍ମ ଫୁଲିବା

ଏହି ଖାଦ୍ୟରେ ଅଣ୍ଡା ଅପେକ୍ଷା ଅଧିକ ପ୍ରୋଟିନ୍ ମିଳିଥାଏ :

brokoli
brokoli Photograph: (google)

ଆପଣଙ୍କୁ କହି ରଖୁଛୁ ଯେ ବ୍ରୋକୋଲି ଏପରି ଏକ ସୁପରଫୁଡ୍ ଯେଉଁଥିରେ ଅଣ୍ଡା ଅପେକ୍ଷା ଅଧିକ ପ୍ରୋଟିନ୍ ମିଳିଥାଏ । ଆପଣ ଏହାକୁ ସାଲାଡ୍ ରୂପରେ ଖାଇପାରିବେ କିମ୍ବା ଏହାର ଜୁସ୍ ମଧ୍ୟ ପିଇପାରିବେ । ଏହାଦ୍ୱାରା ଆପଣଙ୍କର ଇମ୍ୟୁନିଟି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ । ଏହା ସହିତ ପ୍ରୋଟିନ୍ ଅଭାବକୁ ମଧ୍ୟ ପୂରଣ କରାଯାଇପାରିବ ।

pumpkin-seed
pumpkin-seed Photograph: (google)

କଖାରୁ ମଞ୍ଜିରେ ମଧ୍ୟ ପ୍ରୋଟିନର ଭଲ ମାତ୍ରା ମିଳିଥାଏ । ଏହା ବ୍ୟତୀତ ଏହା ଜିଙ୍କ, ଆଇରନ୍, କପର, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ସେଲେନିୟମର ମଧ୍ୟ ଏକ ଭଲ ଉତ୍ସ ଅଟେ । ଏହାକୁ ଆପଣ ସ୍ମୁଦି କିମ୍ବା ଡ୍ରାଏ ରୋଷ୍ଟ କରି ସାଲାଡ୍ ରେ ମିଶାଇ ଖାଇପାରିବେ ।

chana
chana Photograph: (google)

ଚଣାରେ ମଧ୍ୟ ପ୍ରୋଟିନର ଭଣ୍ଡାର ଲୁଚି ରହିଥାଏ । ଏହା ବ୍ୟତୀତ ଏଥିରେ ଫାଇବରର ମଧ୍ୟ ଭଲ ମାତ୍ରା ମିଳିଥାଏ । ଯଦି ଆପଣ ଏହାକୁ ଖାଆନ୍ତି ତେବେ ଭୋକକୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ । ଏହାଦ୍ୱାରା ଓଜନ ସନ୍ତୁଳିତ ରହିଥାଏ ।

quinoa
quinoa Photograph: (google)

ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ଆପଣ ଡାଏଟରେ କୁଇନୋଆକୁ ମଧ୍ୟ ସାମିଲ କରିପାରିବେ । ଏହା ଓଜନ ହ୍ରାସ କରିବାର ସବୁଠାରୁ ପ୍ରଭାବଶାଳୀ ଖାଦ୍ୟ ଅଟେ ।

peanut butter
peanut butter Photograph: (google)

ଜିମ୍ କରୁଥିବା ଲୋକଙ୍କ ପାଇଁ ପିନଟ ବଟର ଏକ ଉତ୍ତମ ବିକଳ୍ପ ଅଟେ । ଏହା ପ୍ରୋଟିନର ଏକ ଭଲ ଉତ୍ସ । ଆପଣ ଏହାକୁ ବ୍ରାଉନ ବ୍ରେଡ ଉପରେ ଲଗାଇ ଖାଇପାରିବେ । ଏହା ବ୍ୟତୀତ ଏହାକୁ ଓଟମିଲ, ସ୍ମୁଦି ଏବଂ ଶେକ୍ ସହିତ ମଧ୍ୟ ଖାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe