କନକ ବ୍ୟୁରୋ : ଆଜିର ଧାଁଦଉଡ଼ ଜୀବନରେ ଲୋକଙ୍କୁ ଅନେକ ପ୍ରକାର ରୋଗ ଗ୍ରାସ କରିଥାଏ । ଖାଦ୍ୟପେୟରେ ଅନିୟମିତତା ଏବଂ ସ୍ବାସ୍ଥ୍ୟ ପ୍ରତି ଅହିତକର ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ମେହବହୁଳତା ଭଳି ସମସ୍ୟା ଦେଖାଯିବା ସହ କମ୍ ବୟସରୁ ହିଁ ଡାଏବେଟିସ୍ ଏବଂ ହୃଦୟ ରୋଗ ଭଳି ସମସ୍ୟା ଦେଖାଦେଉଛି । ଅନ୍ୟପକ୍ଷରେ ଶରୀରରେ ପୋଷକ ତତ୍ତ୍ବର ଅଭାବ ମଧ୍ୟ ଦେଖାଯାଉଛି । ପ୍ରୋଟିନ୍ ବି କମ୍ ରହୁଛି । ଶରୀରରେ ପ୍ରୋଟିନର ଅଭାବ ହେଲେ ଆରମ୍ଭରୁ ହିଁ ଏହାର ସଂକେତ ଦେଖାଯାଏ । ତେବେ ପ୍ରୋଟିନର ଅଭାବକୁ ପୂରଣ କରିବା ନିହାତି ଜରୁରି । ନଚେତ୍ ସମୟ ପୂର୍ବରୁ ହିଁ ଶରୀରର ହାଡ଼ ଦୁର୍ବଳ ହେବାକୁ ଲାଗେ । ଏହାସହ ଆପଣଙ୍କ ତ୍ବଚାରେ ମଧ୍ୟ ଚମକ କମିଯାଏ । ପ୍ରୋଟିନର ଅଭାବ ହେଲେ ଡାକ୍ତର ପ୍ରଥମେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥା’ନ୍ତି । କିନ୍ତୁ ଯଦି ଆପଣ ଭେଜିଟେରିୟନ୍ ତେବେ ବିନା ଅଣ୍ଡା ଖାଇ ମଧ୍ୟ ଆପଣ ଶରୀରରେ ପ୍ରୋଟିନର ମାତ୍ରାକୁ ବଢ଼ାଇପାରିବେ । ଏହାଦ୍ବାରା ଆପଣଙ୍କ ମସଲ୍ସ ମଜଭୁତ ହେବା ସହ ଆପଣ ଜିମ୍ ନଯାଇ ବି ଫିଟ୍ ରହିପାରିବେ । 

Advertisment
lack_of_protein
lack_of_protein Photograph: (google)

ପ୍ରୋଟିନ୍ ଅଭାବର ଲକ୍ଷଣ

•    ନଖ ଦୁର୍ବଳ ହେବା
•    ମାଂସପେଶୀ ଦୁର୍ବଳ ହେବା
•    ହାଡ଼ରେ ଯନ୍ତ୍ରଣା
•    ଥକ୍କାପଣ
•    ଦୁର୍ବଳତା
•    ଭୋକ ନ ଲାଗିବା
•    କେଶ ଦୁର୍ବଳ ହେବା
•    ଚର୍ମ ଫୁଲିବା

ଏହି ଖାଦ୍ୟରେ ଅଣ୍ଡା ଅପେକ୍ଷା ଅଧିକ ପ୍ରୋଟିନ୍ ମିଳିଥାଏ :

brokoli
brokoli Photograph: (google)

ଆପଣଙ୍କୁ କହି ରଖୁଛୁ ଯେ ବ୍ରୋକୋଲି ଏପରି ଏକ ସୁପରଫୁଡ୍ ଯେଉଁଥିରେ ଅଣ୍ଡା ଅପେକ୍ଷା ଅଧିକ ପ୍ରୋଟିନ୍ ମିଳିଥାଏ । ଆପଣ ଏହାକୁ ସାଲାଡ୍ ରୂପରେ ଖାଇପାରିବେ କିମ୍ବା ଏହାର ଜୁସ୍ ମଧ୍ୟ ପିଇପାରିବେ । ଏହାଦ୍ୱାରା ଆପଣଙ୍କର ଇମ୍ୟୁନିଟି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ । ଏହା ସହିତ ପ୍ରୋଟିନ୍ ଅଭାବକୁ ମଧ୍ୟ ପୂରଣ କରାଯାଇପାରିବ ।

pumpkin-seed
pumpkin-seed Photograph: (google)

କଖାରୁ ମଞ୍ଜିରେ ମଧ୍ୟ ପ୍ରୋଟିନର ଭଲ ମାତ୍ରା ମିଳିଥାଏ । ଏହା ବ୍ୟତୀତ ଏହା ଜିଙ୍କ, ଆଇରନ୍, କପର, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ସେଲେନିୟମର ମଧ୍ୟ ଏକ ଭଲ ଉତ୍ସ ଅଟେ । ଏହାକୁ ଆପଣ ସ୍ମୁଦି କିମ୍ବା ଡ୍ରାଏ ରୋଷ୍ଟ କରି ସାଲାଡ୍ ରେ ମିଶାଇ ଖାଇପାରିବେ ।

chana
chana Photograph: (google)

ଚଣାରେ ମଧ୍ୟ ପ୍ରୋଟିନର ଭଣ୍ଡାର ଲୁଚି ରହିଥାଏ । ଏହା ବ୍ୟତୀତ ଏଥିରେ ଫାଇବରର ମଧ୍ୟ ଭଲ ମାତ୍ରା ମିଳିଥାଏ । ଯଦି ଆପଣ ଏହାକୁ ଖାଆନ୍ତି ତେବେ ଭୋକକୁ ନିୟନ୍ତ୍ରଣ କରିବା ସହଜ ହୋଇଯାଏ । ଏହାଦ୍ୱାରା ଓଜନ ସନ୍ତୁଳିତ ରହିଥାଏ ।

quinoa
quinoa Photograph: (google)

ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ଆପଣ ଡାଏଟରେ କୁଇନୋଆକୁ ମଧ୍ୟ ସାମିଲ କରିପାରିବେ । ଏହା ଓଜନ ହ୍ରାସ କରିବାର ସବୁଠାରୁ ପ୍ରଭାବଶାଳୀ ଖାଦ୍ୟ ଅଟେ ।

peanut butter
peanut butter Photograph: (google)

ଜିମ୍ କରୁଥିବା ଲୋକଙ୍କ ପାଇଁ ପିନଟ ବଟର ଏକ ଉତ୍ତମ ବିକଳ୍ପ ଅଟେ । ଏହା ପ୍ରୋଟିନର ଏକ ଭଲ ଉତ୍ସ । ଆପଣ ଏହାକୁ ବ୍ରାଉନ ବ୍ରେଡ ଉପରେ ଲଗାଇ ଖାଇପାରିବେ । ଏହା ବ୍ୟତୀତ ଏହାକୁ ଓଟମିଲ, ସ୍ମୁଦି ଏବଂ ଶେକ୍ ସହିତ ମଧ୍ୟ ଖାଇପାରିବେ ।