କନକ ବ୍ୟୁରୋ : ଆଜିକା ଦିନରେ ଅନେକ ଲୋକଙ୍କର ଗ୍ୟାସ ସମସ୍ୟା ସାଧାରଣ ହୋଇଗଲାଣି । ଏଥିପାଇଁ ପେଟ ଯନ୍ତ୍ରଣା ବି ସମାନ୍ୟ ହୋଇଗଲାଣି । କିନ୍ତୁ ସବୁ ପେଟ ଯନ୍ତ୍ରଣା ଯେ ଗ୍ୟାସ ସମସ୍ୟା ତା ନୁହେଁ ହୋଇପାରେ ଏହା କିଛି ସାଙ୍ଘାତିକ ରୋଗର ଲକ୍ଷଣ । ତେଣୁ ସବୁବେଳେ ପେଟ ଯନ୍ତ୍ରଣାକୁ ଅଣଦେଖା ନକରି ବରଂ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Advertisment

ଆମେରିକାର ହଷ୍ଟନ୍ ଏମଡି  ଆଣ୍ଡରସନ୍ କ୍ୟାନ୍ସର ସେଣ୍ଟରର ମୁଖ୍ୟ ସର୍ଜନ୍ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ କ୍ୟାନ୍ସର ସ୍ପେଶାଲିଷ୍ଟ ପଲ୍ ମ୍ୟାନ୍ସଫିଲ୍ଡ କହିଛନ୍ତି, 'ବାସ୍ତବରେ ପେଟରେ କ୍ୟାନ୍ସର ହୋଇଥିଲେ ଏହାର ଲକ୍ଷଣକୁ ସମସ୍ତେ ସହଜରେ ଜାଣିପାରନ୍ତିନି । ଏହାକୁ ଏସିଡିଟି ସମସ୍ୟା ଭାବି ଅଣଦେଖା କରିଦିଅନ୍ତି । ଭାବନ୍ତି ଅଧିକ ଖାଇଦେବାରୁ କିମ୍ବା ଭୁଲଭାଲ ଖାଇବାରୁ ଏଭଳି ପେଟ ଯନ୍ତ୍ରଣା ହେଉଛି । କିନ୍ତୁ ଯଦି ଆପଣଙ୍କ ପେଟ ଯନ୍ତ୍ରଣା ବାରମ୍ବାର ହେଉଛି କିମ୍ବା ଅଧିକ ଦିନ ଯାଏଁ ଲାଗି ରହୁଛି ତାହେଲେ ଏହାକୁ ସାମାନ୍ୟ ନଭାବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କିଛି ରୋଗୀଙ୍କ ଉଦାହରଣ ଦେଇ ଡାକ୍ତର ପଲ୍ ମ୍ୟାନ୍ସଫିଲ୍ଡ କହିଛନ୍ତି, ଏଭଳି କିଛି ଷ୍ଟୋମାକ୍ କ୍ୟାନ୍ସର ଷ୍ଟେଜରେ ଆସନ୍ତି ଯେତେବେଳେ ଚିକିତ୍ସା କରିବା ଭାରି କଷ୍ଟକର ହୋଇପଡ଼େ । କିନ୍ତୁ ପେଟ କ୍ୟାନ୍ସରର କିଛି ସେମିତି ଗୁରୁତର ଲକ୍ଷଣ ସେମାନଙ୍କୁ ଜଣାପଡ଼ିନଥାଏ । ନ୍ୟୁୟର୍କର ଜଣେ ମହିଳା ଜେନିନ୍ ସୋମା , ଅବଶ୍ୟ ତାଙ୍କର ପେଟ କ୍ୟାନ୍ସର ପ୍ରଥମ ଷ୍ଟେଜରେ ହିଁ କ୍ୟାନ୍ସର ବୋଲି ଜଣାପଡ଼ିଲା । ତାଙ୍କ ପେଟର ମଝି ଭାଗରେ ଜ୍ୱଳନ ହେଉଥିଲା । ମଝିରେ ମଝିରେ ପେଟରେ ଛୁଞ୍ଚି ମାରିବା ପରି ଲାଗୁଥିଲା । ପରୀକ୍ଷା କରିବାରୁ ଜଣାପଡ଼ିଲା ସେ ପେଟ କ୍ୟାନ୍ସର ପ୍ରଥମ ଷ୍ଟେଜରେ ।

ଜର୍ଜିଆର ସାଇକାଟ୍ରିଷ୍ଟ ଏରିକା ହକିନ୍ କହିଛନ୍ତି, ତାଙ୍କ ପେଟରେ ଅଜବ ପ୍ରକାର ଯନ୍ତ୍ରଣା ହେଉଥିଲା । ଯାହା ବେଳେବେଳେ  ସେ ଯନ୍ତ୍ରଣଶ ଛାତି ପର୍ଯ୍ୟନ୍ତ ହେଉଥିଲା । ତାଙ୍କୁ ହାର୍ଟ ସମସ୍ୟା ପରି ମନେହେଲା । ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା କରାଇବା ପରେ ଜଣାପଡ଼ିଲା ଷ୍ଟୋମାକ୍ କ୍ୟାନ୍ସର । ଏମିତି ଅନେକ ଷ୍ଟୋମାକ୍ ଓ ଲିଭର କ୍ୟାନ୍ସର ରୋଗୀ ଆସନ୍ତି ଯାହାଙ୍କଠାରେ ପେଟ ଯନ୍ତ୍ରଣାର କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ଆଉ କିଛି କେସରେ ଲକ୍ଷଣ ଜଣାପଡ଼ିୋଲ ବି ରୋଗୀ ତାକୁ ହେଜ୍ଞାନ କରନ୍ତି ।

ଡାକ୍ତର ପଲ୍ ମ୍ୟାନ୍ସଫିଲ୍ଡଙ୍କ କହିବା ଅନୁସାରେ ପେଟରେ କ୍ୟାନ୍ସର ସେଲ୍ ବଢ଼ୁଥିଲେ ଲକ୍ଷଣ ଗୁଡ଼ିକ ହେଉଛି :

ପେଟ କ୍ୟାନ୍ସର ଲକ୍ଷଣ :

ଖାଦ୍ୟ ଢ଼ୋକିବାରେ କଷ୍ଟ
ଓଜନ କମିଯିବା
ପେଟରେ ଯନ୍ତ୍ରଣା
ଖାଦ୍ୟ ହଜମ ନହେବା (ଡିସ୍ପେସ୍ପିଆ)
ଅଳ୍ପ ଖାଦ୍ୟରେ ପେଟ ପୂରିଯିବା ପରି ଲାଗିବା
ଭୋକ ନଲାଗିବା
ବାନ୍ତି ହେବା 
କଳା ଝାଡ଼ା ହେବା
ପେଟର ଉପର ଭାଗରେ ଯନ୍ତ୍ରଣା ହେବା 
ଲାଲ ରକ୍ତ କଣିକା ସୃଷ୍ଟି ନହେବା (ଏନିମିଆ)

ଅନ୍ୟ ଅର୍ଥରେ କହିବାକୁ ଗଲେ ପେଟ ଯନ୍ତ୍ରଣା ସାମାନ୍ୟ ହୋଇଥିଲେ ତାହା କିଛି ସମୟ ଯାଏଁ ରୁହେ । କିନ୍ତୁ ବାରମ୍ବାର ସେପରି ପେଟ ଯନ୍ତ୍ରଣା ହେଉଥିଲେ ବା ପେଟର ଉପରି ଭାଗରେ ଯନ୍ତ୍ରଣା ଅଧିକ ଦିନ ଯାଏଁ ଲାଗି ରହିଲେ, ବା ଉପରୋକ୍ତ କୌଣସି ଲକ୍ଷଣ ଦେଖାଗଲେ ହେଳା ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନହେଲେ ଭେଳା ବୁଡ଼ିବ ।