କନକ ବ୍ୟୁରୋ : ପ୍ରତିଟି ବାଡ଼ି ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ହେଉଛି ଫୁଲ ଗଛ । ସେ ଠାକୁରଙ୍କ ପାଦପଦ୍ମରେ ଶୋଭା ପାଇବାଠୁ ଆରମ୍ଭ କରି ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଇଥାଏ । ଏହି ଫୁଲଙ୍କ ମଧ୍ୟରେ ଅନ୍ୟତମ ମନ୍ଦାର ଫୁଲ । ଯାହା ନା କେବଳ ଚୁଟିକୁ ଚମକ ଦେଇଥାଏ ବରଂ ତ୍ବଚା ଏବଂ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଖୁବ୍ ଲାଭକାରୀ । ମନ୍ଦାର ଫୁଲକୁ ଅନେକ ଔଷଧରେ ମଧ୍ୟ ବ୍ୟବହାର କରାଯାଏ । ଯଦି ଆପଣ ମନ୍ଦାର ଫୁଲକୁ ଖାଆନ୍ତି ତେବେ ଅନେକ ରୋଗରୁ ମୁକାବିଲା କରିବା ପାଇଁ ଏହା ସହାୟକ ହେବ । ତେବେ ଆସନ୍ତୁ ବାଡ଼ିରେ ଫୁଟୁଥିବା ଏହି ବଇଦଙ୍କ ବିଷୟରେ ଅଧିକ ଜାଣିବା ।
/filters:format(webp)/kanak/media/media_files/2025/07/03/gudhalkicgai-2025-07-03-12-35-34.jpg)
ବାଡ଼ିରେ ମନ୍ଦାର ଗଛ ଲଗାଇବାର ଅନେକ ଫାଇଦା ରହିଛି । ମନ୍ଦାର ଫୁଲରେ ବ୍ଲଡ୍ ପ୍ରେସରକୁ କମ୍ କରିବାର ସାମର୍ଥ୍ୟ ରହିଥାଏ । ଜର୍ଣ୍ଣଲ୍ ଅଫ୍ ନ୍ୟୁଟ୍ରିସନର ଏକ ଅଧ୍ୟୟନ ଅନୁସାରେ ମନ୍ଦାର ଫୁଲରେ ପ୍ରସ୍ତୁତ ଚା’ ପିଇବା ଦ୍ବାରା ସିଷ୍ଟୋଲିକ୍ ବ୍ଲଡ୍ ପ୍ରେସର୍ ୧୦ ପଏଣ୍ଟ ପର୍ଯ୍ୟନ୍ତ କମ୍ ହୋଇଥାଏ । ଏହି ଚା’ ଧମନୀରେ ଚାପ ପକାଉଥିବା ଡାୟଷ୍ଟୋଲିକ୍ ବ୍ଲଡ୍ ପ୍ରେସରକୁ ମଧ୍ୟ କମ୍ କରିବାରେ ରାମବାଣ ଭଳି କାମ କରେ । ମନ୍ଦାର ଫୁଲରେ ଥିବା ଫ୍ଲେବୋନୋଇଡସ୍ ଏବଂ ଅନ୍ୟ ଫାଇଟୋକେମିକାଲ୍ସ କାରଣରୁ ଏହି ରକ୍ତ କଣିକା ରିଲାକ୍ସିଙ୍ଗ୍ ଇଫେକ୍ଟ ଦେଇଥାଏ । ମନ୍ଦାର ଫୁଲରେ କୋଲୋଷ୍ଟ୍ରୋଲ୍ କମ୍ କରିବାର ସାମର୍ଥ୍ୟ ମଧ୍ୟ ରହିଛି । ଜର୍ଣ୍ଣଲ୍ ଅଫ୍ ଅଲଟରନେଟିଭ୍ ଆଣ୍ଡ୍ କମ୍ପଲିମେଟରି ମେଡିସିନର ଏକ ଷ୍ଟଡି ମୁତାବକ ମନ୍ଦାର ଫୁଲରେ ତିଆରି ଚା’ କୋଲୋଷ୍ଟ୍ରୋଲ୍ ଲେବଲକୁ ୨୨ ପ୍ରତିଶତ କମ୍ କରିଥାଏ । ଯାହା ଏହାର ହାଇ ଆଣ୍ଟିଅକ୍ସିଡେଣ୍ଟ୍ କ୍ବାଲିଟି ଯୋଗୁ ହୋଇଥାଏ ଏବଂ କୋଲୋଷ୍ଟ୍ରୋଲର ଖରାପ ଅକ୍ସିଡେଣ୍ଟକୁ ରୋକି ହୃଦୟ ରୋଗର ଆଶଙ୍କାକୁ କମ୍ କରିଥାଏ ।
/filters:format(webp)/kanak/media/media_files/2025/07/03/hibiscus-for-health-2025-07-03-12-34-53.jpg)
ମନ୍ଦାର ଫୁଲରେ ଆଣ୍ଟିଇନଫ୍ଲେମେଟରି ଗୁଣ ମହଜୁଦ ହୋଇ ରହିଥାଏ ଯାହା ହୃଦୟ ଜନିତ ଯନ୍ତ୍ରଣାକୁ ଦୂର କରିବାର କାମ କରିଥାଏ । ମନ୍ଦାର ଫୁଲରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏହା ପାଚନ କ୍ରିୟାକୁ ସୁସ୍ଥ ରଖିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ । ଏହି ଫୁଲ ଚର୍ମ ଏବଂ କେଶ ପାଇଁ ମଧ୍ୟ ଖୁବ୍ ଉପକାରୀ । ଏହା ଚର୍ମକୁ ସୁସ୍ଥ ରଖିବା ସହ କେଶକୁ ମଧ୍ୟ ମଜଭୁତ କରିଥାଏ ।
ତେବେ ଶୁଖିଲା ମନ୍ଦାର ଫୁଲକୁ ଗରମ ପାଣିରେ ପକାଇ କିଛି ସମୟ ପରେ ଛାଣି ପିଅନ୍ତୁ । ସ୍ବାସ୍ଥ୍ୟରେ ଫରକ ଜାଣିପାରିବେ । ମନ୍ଦାର ଫୁଲକୁ ବାଟି ଚର୍ମରେ ଲଗାଇଲେ ମଧ୍ୟ ଚର୍ମ ସୁସ୍ଥ ରହେ । ଏହି ଫୁଲକୁ ତେଲରେ ପକାଇ ଗରମ କରି କିଛି ସମୟ ପାଇଁ ରଖିଦିଅନ୍ତୁ ଏବଂ କେଶରେ ଲଗାନ୍ତୁ , କେଶ ମଜଭୁତ ହେବ । ତେବେ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ମନ୍ଦାର ଫୁଲ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।