କନକ ବ୍ୟୁରୋ : ଆଜିର ଧାଁଦୌଡ଼ ଜୀବନରେ ଶରୀରକୁ ସୁସ୍ଥ ରଖିବା କୌଣସି ଚ୍ୟାଲେଞ୍ଜଠାରୁ କିଛି କମ୍ ନୁହେଁ । ଖାଦ୍ୟପେୟରେ ଅନିୟମିତତା , ଅଧିକ ତେଲ-ମସଲାଯୁକ୍ତ ଖାଦ୍ୟ ଖାଇବା ଏବଂ ଚାପ କାରଣରୁ ଶରୀର ସମୟ ପୂର୍ବରୁ ହିଁ ଦୁର୍ବଳ ହୋଇଯାଏ । ଏଭଳି ସ୍ଥିତିରେ ସକାଳୁ ଖାଲି ପେଟରେ ଚାଲିବା ଶରୀର ପାଇଁ ବରଦାନ ସାବ୍ୟସ୍ତ ହେବ । ଏହା ନା କେବଳ ଶରୀରକୁ ଏନର୍ଜେଟିକ୍ ରଖେ , ଗମ୍ଭୀର ସମସ୍ୟାକୁ ମୁକାବିଲା କରିବା ପାଇଁ ମଧ୍ୟ ସହାୟ ହୁଏ । ଖୋଲା ପବନ , ହାଲୁକା ଖରା ଦେହରେ ବାଜିଲେ ଉଭୟ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଠିକ୍ ରୁହେ । ତେବେ ଆସନ୍ତୁ ସକାଳୁ ସକାଳୁ ଖାଲି ପେଟରେ ଚାଲିବା ଶରୀର ପ୍ରତି କେତେ ଲାଭଦାୟକ ଜାଣିବା ।
/filters:format(webp)/kanak/media/media_files/2025/06/21/walk-2025-06-21-11-23-28.jpg)
ଖାଲି ପେଟରେ ସକାଳୁ ଚାଲିବା ଦ୍ୱାରା ଶରୀରର ଚର୍ବି ଶୀଘ୍ର ହ୍ରାସ ପାଇଥାଏ । ଏହା ଏକ ପ୍ରାକୃତିକ ଫ୍ୟାଟ୍ ବର୍ଣ୍ଣିଙ୍ଗ୍ ପ୍ରକ୍ରିୟା, ଯାହା ବର୍ଦ୍ଧିତ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଦୈନିକ ସକାଳୁ ଚାଲିବା ଦ୍ୱାରା ମେଟାବୋଲିଜିମ୍ ବଢ଼ିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ । ଏହାଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ ଏବଂ ଶରୀର ଫିଟ୍ ରହିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ସକାଳର ଚଲାବୁଲା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଇନ୍ସୁଲିନ୍ ସେନ୍ସିଟିଭିଟି ବଢ଼ାଇ ବ୍ଲଡ୍ ସୁଗାର ଲେବଲକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ । ନିୟମିତ ଚାଲିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ, ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଏବଂ କୋଲେଷ୍ଟ୍ରୋଲ୍ ଲେବଲ୍ ବାଲାନ୍ସ ହୋଇ ରହିଥାଏ । ଏହା ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍ ଭଳି ରୋଗରୁ ରକ୍ଷା କରିଥାଏ ।
/filters:format(webp)/kanak/media/media_files/2025/06/21/walking-2025-06-21-11-26-57.jpg)
ଚାଲିବା ଦ୍ୱାରା ଶରୀରରେ ଅମ୍ଲଜାନ ଯୋଗାଣ ବଢ଼ିଥାଏ, ଯାହା ଇମ୍ୟୁନ୍ ସିଷ୍ଟମକୁ ମଜଭୁତ କରିଥାଏ ଏବଂ ଶରୀରକୁ ସଂକ୍ରମଣ ସହ ଲଢ଼ିବାରେ ସକ୍ଷମ କରିଥାଏ । ସକାଳୁ ସକାଳୁ ଚାଲିବା ଦ୍ୱାରା ଶରୀରରେ ଏଣ୍ଡୋର୍ଫିନ୍ ହର୍ମୋନ୍ ରିଲିଜ୍ ହୋଇଥାଏ, ଯାହା ମାନସିକ ସ୍ଥିତି ପାଇଁ ଭାରି ଭଲ । ଏହା ଚାପ, ଚିନ୍ତା ଏବଂ ଡିପ୍ରେସନ୍ କମ୍ କରିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ଚାଲିବା ଦ୍ୱାରା ଅନ୍ତନଳୀର କାର୍ଯ୍ୟଦକ୍ଷତା ବଢ଼ିଥାଏ, ଯାହା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ସକାଳୁ ଚାଲିବା ଦ୍ୱାରା ହାଡ଼ରେ କ୍ୟାଲସିୟମ୍ ଅବଶୋଷଣ ଭଲ ହୋଇଥାଏ ଯାହା ହାଡ଼କୁ ମଜଭୁତ ରଖିଥାଏ ଏବଂ ଗଣ୍ଠିବାତର ଆଶଙ୍କା କମ୍ ହୋଇଥାଏ । ଦ୍ରୁତ ଗତିରେ ଚାଲିବା ଦ୍ବାରା ଫୁସଫୁସର କ୍ଷମତା ବଢ଼ିଥାଏ ଏବଂ ଶରୀରକୁ ଅଧିକ ଅକ୍ସିଜେନ୍ ମିଳିଥାଏ, ଯାହା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ଆରାମ ଦେଇଥାଏ । ସକାଳର ଥଣ୍ଡା ପବନ ଏବଂ ଝାଳ ଶରୀରକୁ ଡିଟକ୍ସ କରିଥାଏ, ଯାହା ତ୍ୱଚାକୁ ସୁସ୍ଥ ଏବଂ ଚମକ କରିଥାଏ ।