କନକ ବ୍ୟୁରୋ : ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗର ପୂର୍ବତନ ଡାକ୍ତର ଅନନ୍ୟ ଗୁପ୍ତା କୁହନ୍ତି ଯେ ଯଦି ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ଅଛି ତେବେ ଏହା ବାରମ୍ବାର ଘା’ ହେବାର ଏକ ବଡ଼ କାରଣ ହୋଇପାରେ । କିଛି ଅଟୋଇମ୍ୟୁନ୍ ରୋଗ ଯେପରିକି ଲୁପସ୍ କିମ୍ବା ବେହଚେଟ୍ ସିଣ୍ଡ୍ରୋମ୍ ଯାହା ଏକ ବିରଳ କିନ୍ତୁ ଗମ୍ଭୀର ଅଟୋଇମ୍ୟୁନ୍ ଏବଂ ଇନଫ୍ଲାମେଟୋରୀ ରୋଗ ଯାହା ଶରୀରର ରକ୍ତନଳୀଗୁଡ଼ିକରେ (ବ୍ଲଡ୍ ଭେସେଲ୍ସ) ପ୍ରଦାହ (inflammation) ସୃଷ୍ଟି କରେ । ଏହି ରୋଗ ଶରୀରର ଅନେକ ଅଂଶକୁ ଏକ ସମୟରେ ପ୍ରଭାବିତ କରିପାରେ - ଯେପରିକି ମୁହଁ, ଆଖି, ଚର୍ମ, ଯୌନାଙ୍ଗ, ଗଣ୍ଠି ଏବଂ ବେଳେବେଳେ ମସ୍ତିଷ୍କ ଓ ପାଚନ ତନ୍ତ୍ର । ଅଟୋଇମ୍ୟୁନ୍ ରୋଗ ମଧ୍ୟ ବାରମ୍ବାର ମୁହଁରେ କ୍ଷତ କିମ୍ବା ଘା'ର କାରଣ ହୋଇପାରେ । ଏହା ସହିତ ଲଗାତାର ଥକ୍କା ଲାଗିବା, ଦୁର୍ବଳତା କିମ୍ବା ବାରମ୍ବାର ଅସୁସ୍ଥ ହେବା ମଧ୍ୟ ଏହି ଅସୁବିଧାର ସଙ୍କେତ ହୋଇପାରେ ।
/filters:format(webp)/kanak/media/media_files/2025/07/22/lips-sprue-symptoms-2025-07-22-19-13-05.jpg)
ଯେତେବେଳେ ପେଟରେ ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ଏସିଡିଟି ବାରମ୍ବାର ହୁଏ ସେତେବେଳେ ଏହାର ପ୍ରଭାବ ମୁହଁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼େ । ଅଧିକ ଏସିଡ୍ ସୃଷ୍ଟି ହେବା ଦ୍ୱାରା ଶରୀରରେ ଗରମ ବଢ଼ିଥାଏ ଯେଉଁଥିପାଇଁ ମୁହଁରେ ଜ୍ୱାଳା ଏବଂ ଘା’ ହୋଇପାରେ । ଭୁଲ୍ ଖାଦ୍ୟପେୟ, ବିଳମ୍ବରେ ଖାଇବା ଏବଂ ମସଲାଯୁକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ ହୋଇପାରେ । ଦୀର୍ଘ ସମୟ ଧରି ଲାଗି ରହିଥିବା ପାଚନ ସମସ୍ୟା ମଧ୍ୟ ମୁହଁରେ ଘା'କୁ ବାରମ୍ବାର ବାହାରିବାର କାରଣ ହୋଇପାରେ । ଭିଟାମିନ୍ B12, ଆଇରନ୍ ଏବଂ ଫୋଲିକ୍ ଏସିଡର ଅଭାବ ମଧ୍ୟ ମୁହଁରେ ବାରମ୍ବାର ଘା’ ହେବାର ଏକ ବଡ଼ କାରଣ ହୋଇଥାଏ । ଯେତେବେଳେ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳେ ନାହିଁ, ସେତେବେଳେ ଟିସୁଗୁଡ଼ିକର ମରାମତି କମ୍ ହୋଇଯାଏ । ଯେଉଁଥିପାଇଁ ଘା’ ଶୀଘ୍ର ଭଲ ହୁଏ ନାହିଁ ଏବଂ ବାରମ୍ବାର ସମସ୍ୟା ଉପୁଜିପାରେ । ଯଦି ଘା’ ଏକରୁ ଦୁଇ ସପ୍ତାହ ମଧ୍ୟରେ ଠିକ୍ ହେଉନାହିଁ କିମ୍ବା ବାରମ୍ବାର ଗୋଟିଏ ସ୍ଥାନରେ ହେଉଛି ବା ଖାଇବା ପିଇବାରେ ଅସୁବିଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବେଳେବେଳେ ଏହା ମୁଖ କର୍କଟ କିମ୍ବା ଗମ୍ଭୀର ସଂକ୍ରମଣର ମଧ୍ୟ ସଙ୍କେତ ହୋଇପାରେ ।