ସକାଳ ୯ଟା ଆଗରୁ କରିପକାନ୍ତୁ ଏହି ୭ କାମ; ସାରା ଦିନ ସୁପର ଆକ୍ଟିଭ୍ ରହିବେ, ସଫଳତା ଆପଣଙ୍କ ହାତ ଚୁମିବ

Advertisment

ମନୋବିଜ୍ଞାନୀ ଏବଂ ବିଶେଜ୍ଞେଙ୍କ କହିବା କଥା, ଭୋର ସମୟରେ ଆମ ମସ୍ତିଷ୍କ ସବୁଠୁ ଅଧିକ ସକ୍ରିୟ ଥାଏ । ତେଣୁ ଭଲ କାମର ପରିଣାମକୁ ଯେତିକି ଶୀଘ୍ର ଗ୍ରହଣ କରିପାରେ ଖରାପ ଚିନ୍ତା ବା କାମର ପରିଣାମକୁ ବି ସେତିକି ଶୀଘ୍ର ଗ୍ରହଣ କରିଥାଏ । ତେଣୁ ସକାଳ ଭଲରେ ଆରମ୍ଭ ହେଲେ ପୂରା ଦିନ ଭଲରେ କଟିବ ନିଶ୍ଚୟ ।

ମନୋବିଜ୍ଞାନୀ ଏବଂ ବିଶେଜ୍ଞେଙ୍କ କହିବା କଥା, ଭୋର ସମୟରେ ଆମ ମସ୍ତିଷ୍କ ସବୁଠୁ ଅଧିକ ସକ୍ରିୟ ଥାଏ । ତେଣୁ ଭଲ କାମର ପରିଣାମକୁ ଯେତିକି ଶୀଘ୍ର ଗ୍ରହଣ କରିପାରେ ଖରାପ ଚିନ୍ତା ବା କାମର ପରିଣାମକୁ ବି ସେତିକି ଶୀଘ୍ର ଗ୍ରହଣ କରିଥାଏ । ତେଣୁ ସକାଳ ଭଲରେ ଆରମ୍ଭ ହେଲେ ପୂରା ଦିନ ଭଲରେ କଟିବ ନିଶ୍ଚୟ ।

Do These 7 Things

Do These 7 Things Photograph: (Kanak News)

କନକ ବ୍ୟୁରୋ : କୁହାଯାଏ ନା ଦିନର ଆରମ୍ଭ ସକାଳୁ ହୁଏ । ସକାଳ ଖୁସିରେ ଆରମ୍ଭ ହେବ ତ ପୂରା ଦିନ ବିନ୍ଦାସ କଟିବ । ହେଲେ ଯଦି ସକାଳଟା ବ୍ୟସ୍ତତାରୁ ଆରମ୍ଭ ହୁଏ ତ ପୂରା ଦିନ ମାନସିକ ଅବସାଦ, ଦ୍ୱନ୍ଦ୍ୱରେ ବିତିବା ଥୟ । ଏକ୍ସପର୍ଟସ୍ ବି ଏକଥାକୁ ସ୍ୱୀକାର କରିଛନ୍ତି ।

ମନୋବିଜ୍ଞାନୀ ଏବଂ ବିଶେଜ୍ଞେଙ୍କ କହିବା କଥା, ଭୋର ସମୟରେ ଆମ ମସ୍ତିଷ୍କ ସବୁଠୁ ଅଧିକ ସକ୍ରିୟ ଥାଏ । ତେଣୁ ଭଲ କାମର ପରିଣାମକୁ ଯେତିକି ଶୀଘ୍ର ଗ୍ରହଣ କରିପାରେ ଖରାପ ଚିନ୍ତା ବା କାମର ପରିଣାମକୁ ବି ସେତିକି ଶୀଘ୍ର ଗ୍ରହଣ କରିଥାଏ । ତେଣୁ ସକାଳ ଭଲରେ ଆରମ୍ଭ ହେଲେ ପୂରା ଦିନ ଭଲରେ କଟିବ ନିଶ୍ଚୟ । ଯଦି ଆମେ ସକାଳ ୯ଟା ଆଗରୁ କିଛି ଛୋଟ ଛୋଟ କିନ୍ତୁ ଜରୁରି ଅଭ୍ୟାସକୁ ନିଜ ରୁଟିନ୍ ବା ଦିନଚର୍ଯ୍ୟାରେ ସାମିଲ କରବା ତାହେଲେ କେବଳ ଆମ ମୁଡ୍ ଠିକ୍ ରହିବା ତା ନୁହେଁ ତା ସହ ଆମ କାମ କରିବାର ଦକ୍ଷତା ବି ବଢ଼ିବ ।

ଆଲାର୍ମ ନୁହେଁ ଛାଏଁ ଉଠନ୍ତୁ :

ସକାଳୁ ଶୀଘ୍ର ଉଠିବାକୁ ଆମେ ସାଧାରଣତଃ ଆଲାର୍ମ ବ୍ୟବହାର କରିଥାଉ କିନ୍ତୁ ଏହାର ସ୍ନୁଜିଙ୍ଗ ଆମ ପାଇଁ ଭଲ ହୋଇନଥାଏ । କାରଣ ଆମେ ଆଲାର୍ମ ସହ ଉଠିଲେ ତର ତର ହୋଇ ଉଠୁ ଆଉ ଆମ ମସ୍ତିଷ୍କ ହଡ଼ବଡ଼ ହୋଇଯାଏ, ଶାନ୍ତ ରୁହେନି । ତେଣୁ ରାତିରେ ଶୀଘ୍ର ଶୋଇବାକୁ ଅଭ୍ୟାସ କଲେ ସକାଳୁ ଶୀଘ୍ର ଆଉ ଆପେ ଆପେ ନିଦ ଭାଙ୍ଗିବ । ଫଳରେ ଆପଣଙ୍କ ପୂରା ଦିନ ପାଇଁ ପ୍ଲାନିଂ ଶାନ୍ତ ଓ ସୁସ୍ଥ ମସ୍ତିଷ୍କରେ ଆଉ ଖୁସିରେ କରିପାରିବେ । ପୂରା ଦିନ ପ୍ରଡକ୍ଟିଭ୍ ହେବ ।

ଶେଯ ସଜାଡ଼ନ୍ତୁ :

ସକାଳୁ ଉଠୁ ଉଠୁ ପ୍ରଥମ କାମ ହେଉଛି ନିଜ ଶେଯକୁ ବ୍ୟବସ୍ଥିତ କରନ୍ତୁ । ଆପଣଙ୍କୁ ଏକଥାଟି ଅଜବ ଲାଗୁଛି ନା ? କିନ୍ତୁ ଏହା ସତ ଶେଯର ଆମର ମାନସିକ ସ୍ଥିତି ଉପରେ ପ୍ରଭାବ ରହିଛି । ଶେଯ ଯଦି ବ୍ୟବସ୍ଥିତ ରୁହେ ତାହେଲେ ଏହାର ସୁପ୍ରଭାବ ଆମ ମନ ଉପରେ ପଡ଼େ । ଆପଣଙ୍କ ରୁମ ଯେତେ ସଜଡ଼ା ହୋଇଥିବ ଆପଣଙ୍କ ଉପରେ ସେତିକି ସକାରାତ୍ମକ ପ୍ରଭାବ ପଡ଼ିବ ।

ଶରୀରକୁ ହାଇଡ୍ରେଟ୍ ରଖନ୍ତୁ :

ରାତିର ୭-୮ ଘଣ୍ଟା ଭିତରେ ଶରୀରର ଜଳୀୟ ଅଂଶ କମିଯାଇଥାଏ । ତେଣୁ ସକାଳୁ ମୁହଁ ଧୋଇବା ପରେ ହାଲକା ଉଷୁମ ପାଣି ନଚେତ୍ ନର୍ମାଲ ପାଣି ସହ ସକାଳ ଆରମ୍ଭ କରନ୍ତୁ । ଏହା ଶରୀରକୁ  ଟକ୍ସିନ୍ସ ମୁକ୍ତ କରିବା ସହ ଶରୀରକୁ ପୂରା ତରୋତାଜା ରଖେ ।

ହାଲକା ବ୍ୟାୟାମ :

ଶରୀରକୁ ପୂରା ସଜାଗ ଏବଂ ଏନର୍ଜେଟିକ୍ କରିବାକୁ  ସକାଳୁ ’ଲାଇଟ୍ ମୁଭମେଣ୍ଟ’ ମାନେ ହାଲକା ବ୍ୟାୟାମ କରନ୍ତୁ । ଏଥିପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଜିମରେ ରହିବା ଦରକାର ନାହିଁ । ମାତ୍ର ୧୫ରୁ ୨୦ ମିନିଟ୍ କିଛି ଷ୍ଟ୍ରେଚିଙ୍ଗ ଓ ଯୋଗାସନ ଘରେ କରନ୍ତୁ, ପୂରା ଦିନଟା ଫୂର୍ତ୍ତିରେ କଟିବ । ଦେହ, ମସ୍ତିଷ୍କ ଆକ୍ଟିଭ୍ ରହିବ । ଯେଉଁ କାମ କରିବେ ଫୋକସରେ କରିପାରିବେ ।

ଯୋଜନା ପ୍ରସ୍ତୁତ କରନ୍ତୁ :

ବିନା ଯୋଜନାରେ କାମ କରିବା ଅନ୍ଧାରରେ ବାଡ଼ି ବୁଲେଇଲା ଭଳି କଥା । ତେଣୁ ସକାଳୁ ଅନ୍ତତଃ ୯ଟା ପୂର୍ବରୁ ପୂରା ଦିନ ପାଇଁ ଯୋଜନା ଲେଖି ରଖନ୍ତୁ । କାମର ଗୁରୁତ୍ୱ ଅନୁସାରେ କାହା ପରେ କ’ଣ କରିବେ ଲେଖି ରଖନ୍ତୁ । ଫଳରେ ଆପଣଙ୍କ ମନରୁ କେଉଁ କାମ ଭୁଲିହେବନି । ସବୁ କାମ ଠିକ୍ ସମୟରେ ଠିକଭାବେ ହୋଇପାରିବ ।

ସୋସିଆଲ ମିଡିଆରୁ ଦୂରରେ ରୁହନ୍ତୁ :

ଆପଣଙ୍କ ଲକ୍ଷ କରିଥିବେ ଅଧିକାଂଶ ଲୋକ ସକାଳୁ ଉଠୁ ଉଠୁ ମୋବାଇଲ ଧରୁଛନ୍ତି । ସେଥିରେ ଫେସବୁକ୍, ହ୍ୱାଟ୍ସଆପ, ଚାଟିଙ୍ଗ ଚେକ୍ କରିବା ସହ ନିଜେ ବି ଚାଟିଙ୍ଗ କରିବା ଆରମ୍ଭ କରି ଦିଅନ୍ତୁ ନହେଲେ ରିଲ୍ସ ସ୍କ୍ରୋଲ କରିଚାଲନ୍ତି । ଏଥିରେ ସମୟ କଟିଯାଇ ଅନ୍ୟ କାମ ସବୁ ବିଗିଡ଼ିଯାଏ । ତେଣୁ ସକାଳୁ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇରୁହନ୍ତୁ ।

ଶାନ୍ତ ମନରେ ହାଲକା ଜଳଖିଆ କରନ୍ତୁ:

କୁହାଯାଏ ନା ସକାଳ ଜଳଖିଆ ସବୁବେଳେ ରାଜ ଭଳି କରିବା ଦରକାର । ସକାଳ ୯ଟା ପୂର୍ବରୁ ଏକ ପୁଷ୍ଟିକର, ପ୍ରୋଟିନ ଯୁକ୍ତ ବ୍ରେକଫାଷ୍ଟ କରିବା ନିହାତି ଜରୁରି । ଏହା ଆପଣଙ୍କ ଉଭୟ ମାନସିକ ଓ ଶାରୀରିକ ଭାବେ ଶାନ୍ତ ରଖିବ ଏବଂ ଆଣଙ୍କ ଏକାଗ୍ରତାକୁ ସ୍ଥିର ରଖିବ ।

ସଫଳତା ରାତାରାତି ମିଳିଯାଏନି । ଏଥିପାଇଁ ନିଜର ଦୈନିକ ଅଭ୍ୟାସକୁ ସଠିକ ରଖିବାକୁ ପଡ଼େ । ତେବେ ସକାଳ ୯ଟା ଆଗରୁ ଏପରି କିଛି ଅଭ୍ୟାସକୁ ନିୟମରେ ପାକଇଲେ ଆପଣଙ୍କ ଚିନ୍ତାଧାରା, କାମ ସବୁଥିରେ ସ୍ଥିରତାଆସିବ । ସଫଳତା ଆପଣଙ୍କ ହାତ ଚୁମିବ, ଏକଥା ଅସ୍ୱୀକାର କରିହେବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe