କନକ ବ୍ୟୁରୋ : ମେଦବହୁଳତା କିମ୍ବା ଶରୀରର ଚର୍ବିକୁ ଅନେକ ରୋଗର ମୂଳ କାରଣ ବୋଲି କୁହାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ମୋଟାପଣ ମସ୍ତିଷ୍କ ରୋଗର ଚିକିତ୍ସା ମଧ୍ୟ କରିପାରେ । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ ନିକଟରେ ପ୍ରୟାଗରାଜର IITରେ ହୋଇଥିବା ଏକ ନୂଆ ଅଧ୍ୟୟନରେ ଏହି କଥା ଉପରେ ଗୁରୁତ୍ୱ ଦିଆଯାଇଛି ଯେ କିପରି ଆମ ଶରୀରର ଫ୍ୟାଟ୍ ମସ୍ତିଷ୍କ ରୋଗ ଏବଂ ମେରୁଦଣ୍ଡରେ ଲାଗିଥିବା ଆଘାତର ଚିକିତ୍ସା କରିବାରେ ସାହାଯ୍ୟ କରିପାରେ । ଏଠାରେ କହିରଖୁଛୁ ଯେ ଏହିଭଳି ରୋଗରେ ଆକ୍ରାନ୍ତ ରୋଗୀଙ୍କର ସ୍ମରଣ ଶକ୍ତି, ଚିନ୍ତା କରିବା, ବୁଝିବାର କ୍ଷମତା ଏବଂ ଶରୀରର ସନ୍ତୁଳନ ଧୀରେ ଧୀରେ ଶେଷ ହେବାକୁ ଲାଗିଥାଏ । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ଚିକିତ୍ସା ନଥିଲା । ଡାକ୍ତରମାନେ କେବଳ ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଦେଉଥିଲେ । ଏଭଳି ପରିସ୍ଥିତିରେ ଏହି ଗବେଷଣା ଅତ୍ୟନ୍ତ ଲାଭଦାୟକ ହୋଇପାରେ ।
/filters:format(webp)/kanak/media/media_files/2025/07/09/belly-fat-reasons-2025-07-09-14-51-03.jpg)
ପ୍ରୟାଗରାଜ IITର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ IITର ପ୍ରଯୁକ୍ତ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଙ୍ଗୀତା ସିଂ ଏବଂ ଛାତ୍ରୀ ଆୟୁଷି ଏହି ଗବେଷଣାକୁ ସଫଳତାର ସହିତ ଶେଷ କରିଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ ଶରୀରର ଚର୍ବିରେ ଷ୍ଟେମ୍ ସେଲ୍ ଥାଏ, ଯାହା ସାହାଯ୍ୟରେ ଚିକିତ୍ସା କରାଯାଏ । ଏହି ଗବେଷଣା ଅନୁଯାୟୀ ଶରୀରର ଚର୍ବିକୁ ବ୍ୟବହାର କରି ମସ୍ତିଷ୍କର କୋଷିକାଗୁଡ଼ିକୁ ପୁନର୍ବାର ତିଆରି କରାଯାଇ ପାରିବ । ଏହି ଟେକନିକରେ ଚର୍ବିରୁ ଷ୍ଟେମ୍ ସେଲ୍ ବାହାର କରାଯିବ ଏବଂ ଏକ ବିଶେଷ ପ୍ରକାରର ଲିକ୍ବିଡରେ ରଖାଯିବ । ଏଥିରେ ଦୁଇପ୍ରକାର ପ୍ରୋଟିନ୍ ଥାଏ ଯାହା ଷ୍ଟେମ୍ ସେଲ୍କୁ ମଜଭୁତ କରିଥାଏ ଏବଂ ଏହାକୁ ମସ୍ତିଷ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରୋଟିନ୍ ସେଲ୍ରେ ପହଞ୍ଚେ ଏବଂ ବ୍ରେନର କାର୍ଯ୍ୟ କରିବାର କ୍ଷମତା ବଢ଼େ । ଏହି ଦୁଇଟି ପ୍ରୋଟିନ୍ ହେଉଛି- NGF (Nerve Growth Factor) ଏବଂ BDNF (Brain Derived Neurotrophic Factor) ଯାହା ମିଶି ନ୍ୟୁରୋନ୍ ତିଆରି କରନ୍ତି । ଯଦିଓ ଏହା ଏକ ସଫଳ ଚିକିତ୍ସା କିନ୍ତୁ ଏଥିରେ ଏକ ସମସ୍ୟା ମଧ୍ୟ ରହିଛି । ତାହା ହେଉଛି ଏହି ପ୍ରୋଟିନ୍ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ ।
/filters:format(webp)/kanak/media/media_files/2025/07/09/mental-health-2025-07-09-14-53-47.jpg)
ଚିଟୋସନ ନାନୋକେରିୟର କ'ଣ ?
ଚିଟୋସନ କଙ୍କଡ଼ାର ଖୋଳରୁ ତିଆରି ହେଉଥିବା ଏକ ପ୍ରାକୃତିକ ପଦାର୍ଥ ଅଟେ । ଏହାକୁ ନାନୋ-ପାର୍ଟିକଲ୍ସରେ ପରିବର୍ତ୍ତନ କରାଯାଇ ସେଥିରେ ଦୁଇ ପ୍ରକାରର ପ୍ରୋଟିନ୍ ଭର୍ତ୍ତି କରାଯାଏ । ଏହି ନାନୋ ସେଲ୍ ହିଁ ପ୍ରୋଟିନ୍କୁ ମସ୍ତିଷ୍କରେ ଭର୍ତ୍ତି କରିବାର କାମ କରିଥାଏ ।
ଏହି ଗବେଷଣା କେଉଁ ଲୋକମାନଙ୍କ ପାଇଁ ଲାଭଦାୟକ ଅଟେ ?
• ଅଲଜାଇମର ରୋଗୀମାନଙ୍କ ପାଇଁ ଲାଭଦାୟକ ।
• ଏହି ଗବେଷଣା ପାର୍କିସନର ଚିକିତ୍ସା କରିବ ।
• ମସ୍ତିଷ୍କ ଆଘାତ ଏବଂ ପକ୍ଷାଘାତର ଚିକିତ୍ସା କରିବାରେ ସଫଳ ।
କେବେ ହେବ ଟେଷ୍ଟିଙ୍ଗ?
ଏହି ରିପୋର୍ଟ ଅନ୍ତର୍ଜାତୀୟ ଜର୍ଣ୍ଣାଲ ବାୟୋଲୋଜିକାଲ ମାକ୍ରୋ ମଲିକୁଲ୍ସରେ ପ୍ରକାଶିତ କରାଯାଇଛି । ଡାକ୍ତର ସଙ୍ଗୀତା କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟର ଟ୍ରାଏଲ୍ ଆରମ୍ଭ କରାଯାଇଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଲିନିକାଲ ଟ୍ରାଏଲ୍ ହେବ । ଏଥିରେ ରୋଗୀଙ୍କର ଚିନ୍ତା କରିବା ଏବଂ ବୁଝିବା ଠାରୁ ଆରମ୍ଭ କରି କ୍ୟାଲସିୟମ୍ ଇମେଜିଙ୍ଗ ଏବଂ ପ୍ୟାଚ୍ କ୍ଲାମ୍ପ ଭଳି ଟେଷ୍ଟ ମଧ୍ୟ କରାଯିବ । ଏହାସହ ରୋଗୀଙ୍କ ରୋଗ ଅନୁସାରେ ସଙ୍କେତଗୁଡ଼ିକୁ ମଧ୍ୟ ଯାଞ୍ଚ୍ କରାଯିବ ।