ଦୀର୍ଘ ସମୟ ଧରି ଟିଭି ଦେଖିବାର ଅଭ୍ୟାସ ଅଛି କି ? ସାବଧାନ ,ଏହା ଆପଣଙ୍କର ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ !

56

ଅବସର ସମୟକୁ ଅଧିକାଂଶ ଲୋକ ଟିଭି ଦେଖିବାରେ କଟେଇଥାନ୍ତି । ଆଉ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବାରେ ମସଗୁଲ୍ ହୋଇଥାନ୍ତି । କେତେବେଳେ ସମୟ ବିତିଯାଏ ଜାଣିପାରିନଥା’ନ୍ତି । ଯଦି ଆପଣ ଏହି ଲୋକଙ୍କ ମଧ୍ୟରେ ସାମିଲ୍ ଅଛନ୍ତି , ଆଉ ଲମ୍ବା ସମୟ ଧରି ବସି ରହି ଟିଭି ଦେଖୁଛନ୍ତି ତ ସାବଧାନ ହୋଇଯା’ନ୍ତୁ । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଏହି ପ୍ରକାର ଲୋକଙ୍କ ପାଇଁ ବୃଦ୍ଧା ଅବସ୍ଥାରେ ଚାଲିଚଳନରେ ସମସ୍ୟା ୩ଗୁଣା ବଢିଯାଇଯାଏ ।

ଏହି ଅନୁଧ୍ୟାନରେ ୫୦ରୁ ୭୧ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ସାମିଲ କରାଯାଇଥିଲା ଏବଂ ପାଖାପାଖି ୧୦ ବର୍ଷ ଯାଏ ଏହି ଲୋକଙ୍କ ଗତିବିଧି ଉପରେ ଲକ୍ଷ୍ୟ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଖୁବ୍ ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ରହିବା କ୍ଷତି କାରକ ଅଟେ । ଯଦି କୈାଣସି ଶାରୀରିକ ଶ୍ରମ ନକରି ଖାଲି ବସି ରହୁଛ ତ , ସେମିତି ବେଳେ ଏହା ଖୁବ୍ ଖରାପ ଅଭ୍ୟାସ ଅଟେ । ଯାହାର ଫଳ ବୃଦ୍ଧାବସ୍ଥାରେ ମିଳିଥାଏ ।

ଏହି ଅନୁଧ୍ୟାନରେ ସାମିଲ୍ ହୋଇଥିବା ଅଂଶଗ୍ରହଣକାରୀ ଯେଉଁମାନେ ଗୋଟିଏ ଦିନରେ ୫ଘଂଟା ବା ଏହାଠୁ ଅଧିିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି ଟିଭି ଦେଖୁଥିଲେ ସେମାନଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଦେଖାଯାଇଥିଲା । ଆଉ ଯେଉଁମାନେ ଗୋଟିଏ ଦିନରେ ଅତି କମରେ ୧ ଘଂଟା ଟିଭି ଦେଖିବାରେ ବିତାଉଥିଲେ ସେମାନଙ୍କର ଚାଲିବା ବୁଲିବାରେ ସମସ୍ୟା କମ୍ ଥିଲା । ଆଉ ମଧ୍ୟ ଏମିତି ଲୋକ ଯେଉଁମାନେ ଏକ ସପ୍ତାହରେ ୩ଘଂଟ ବା ଏହା ଠାରୁ କମ୍ ଶାରୀରିକ ଆକ୍ଟିଭିଟି କରୁଥିଲେ , ସେମାନଙ୍କର ପାଠପଢା ସରିବା ପରେ ଚାଲିବା-ବୁଲିବାରେ ସମସ୍ୟା ଅଧିକ ବଢିଯାଇଥିଲା ।

ୱାଶିଂଟନର ଜର୍ଜ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନୁସନ୍ଧାନର ମୁଖ୍ୟ ଅଥର ପ୍ରଫେସର ଲୋରେତା ଦିପ୍ରୋ କୁହନ୍ତି, ‘ଲମ୍ବା ସମୟ ଧରି ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ( ବିଶେଷକରି ସନ୍ଧ୍ୟା ସମୟ)’ ବୟସ୍କଙ୍କ ପାଇଁ ସବୁଠୁ ଅଧିକା କ୍ଷତିକାରକ । କିଛି ଦିନପୂର୍ବରୁ ଇଂଲଣ୍ଡର ପବ୍ଲିକ୍ ହେଲଥ ଘୋଷଣା କରିଥିଲେ, ତାଙ୍କ ଦେଶ ଏହି ସମୟରେ ଲୋକଙ୍କ ଆଳସ୍ୟ ଓ ନିଷ୍କ୍ରିୟତାର କାରଣରୁ ଏକ ପ୍ରକାର ହେଲଥ ଟାଇମ୍-ବମ୍ ର ଜିନିଷ ହୋଇଗଲାଣି । ଆଉ ଏବେ ଏହି ଅନୁସନ୍ଧାନ ମଧ୍ୟ ଏ ଦିଗକୁ ସୂଚାଇଛି ।

(ସୌଜନ୍ୟ-ନବଭାରତ ଟାଇମ୍ସ)