ଓଜନ ହ୍ରାସ କରାଇବା ପାଇଁ ପିଅନ୍ତୁ ଏହି ସବୁ ଜୁସ୍‌, ମିଳିବ ଅନେକ ଫାଇଦା

ଓଜନ ହ୍ରାସ କରାଇବା ପାଇଁ ପିଅନ୍ତୁ ଏହି ସବୁ ଜୁସ୍‌, ମିଳିବ ଅନେକ ଫାଇଦା

Source:

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପ୍ରାୟ ଅଧାରୁ ଅଧିକାଂଶ ଲୋକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଆମେ ଆଜି ଆପଣଙ୍କୁ ଏମିତି କିଛି ଜୁସ୍ ସଂପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

ପ୍ରଥମ ଜୁସ୍: ଗୋଟାଏ କାକୁଡ଼ି, ଗୋଟାଏ ଲେମ୍ବୁ, ୧୦ ରୁ ୧୨ଟି ମିଣ୍ଟ୍ ପତ୍ର, ଏକ ଟେବୁଲ୍ ସ୍ପୁନ୍ ବଟା ଅଦା ଏବଂ ୨ ଗ୍ଲାସ ପାଣିକୁ ମିଶାଇ ପେସି ଦିଅନ୍ତୁ। ତାହାକୁ ପିଇବା ଦ୍ୱାରା ଓଜନ କମ୍ ହେବା ସହ ଆହୁରି ଅନେକ ଫାଇଦା ମିଳିଥାଏ।

ଦ୍ୱିତୀୟ ଜୁସ୍: ଗୋଟାଏ କମଳା, ୬ରୁ ୮ଟି ଷ୍ଟ୍ରବେରି, ୮ରୁ ୧୦ଟି ପୋଇ ପତ୍ର, ଏବଂ ଗୋଟାଏ କପ୍ ଆଲ୍ମଣ୍ଡ୍ ଖିରକୁ ପକାଇ ମିଶ୍ରଣ କରି ତାହାକୁ ପିଅନ୍ତୁ। ଏହା ମଧ୍ୟ ଏକ ଓଜନ ନିୟନ୍ତ୍ରଣକାରୀ ଜୁସ୍।

ତୃତୀୟ ଜୁସ୍: ୩ଟି ଗାଜର, ଗୋଟାଏ କାକୁଡ଼ି, ଫାଳେ ଲେମ୍ବୁ ଏବଂ ଗୋଟାଏ ସେଓ ମିଶ୍ରଣ କରି ଏକ ଜୁସ୍ ତିଆରି କରନ୍ତୁ। ତାହାକୁ ପିଇବା ଦ୍ୱାରା ମଧ୍ୟ ଓଜନ କମାଯାଇ ପାରେ।

ଚତୁର୍ଥ ଜୁସ୍: ଗୋଟାଏ ଟେବୁଲ୍ ଚାମଚ ମହୁ, ୨ କପ୍ ପାଣି, ଗୋଟାଏ ଟେବୁଲ୍ ଚାମଚ ଲେମ୍ବୁ ଏବଂ ଗୋଟାଏ ଟେବୁଲ୍ ଚାମଚ ଅଦାର ମିଶ୍ରଣ କରି ପିଇବା ଦ୍ୱାରା ଓଜନ କମ ହେବା ସହ ଆହୁରି ଗୁଡ଼ାଏ ଫାଇଦା ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe