ଗାଡିରେ ବୁଲିବା ବେଳେ ବାନ୍ତି କିମ୍ବା ମୁଣ୍ଡବିନ୍ଧା ହେଉଛି କି ? ତେବେ ଯାତ୍ରା କରିବା ସମୟରେ ଆଦୌ ପିଅନ୍ତୁ ନାହିଁ ଏହି ୨ଟି ଜିନିଷ

1,402

ଆଜିଠାରୁ ଆରମ୍ଭ ବର୍ଷର ଶେଷ ତଥା ଅନ୍ତିମ ମାସ । ଚାହୁଁ ଚାହୁ ଚାଲି ଆସିବ ନୂଆ ବରଷ । ଆଉ ନୂଆ ବର୍ଷକୁ ନେଇ ଲୋକଙ୍କ ମଧ୍ୟରୁ ଏବେଠାରୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ କରିବାର ପ୍ଲାନିଂ । କିଛି ଲୋକେ ତ ନ୍ୟୁ ଇୟର ସେଲିବ୍ରେଟ ପାର୍ଟି ଏବେଠାରୁ ପ୍ଲାନିଂ କରିଦେଲେଣି । କିଏ ନିଜର କିଛି ଖାସ୍ ବନ୍ଧୁମାନଙ୍କ ସହିତ ତ କେହି ବାହାରେ କୌଣସି ମନପସନ୍ଦର ଜାଗାରେ ନ୍ୟୁ ଇୟର ସେଲିବ୍ରେଟ୍ କରିବାକୁ ଯୋଜନା କରିଲେଣି ।

ତେବେ ଦୁର୍ଭାଗ୍ୟର ବିଷୟ ହେଲା କିଛି ଲୋକେ ନିଜର କିଛି ଶାରୀରିକ ସମସ୍ୟା କାରଣରୁ ନୂଆ ବର୍ଷକୁ ମନଖୋଲି ଅନୁଭବ କରିବାର ମଜାକୁ ମନ ଭିତରେ ମାରି ଦିଅନ୍ତି । ଖାସ କି ସେହି ଲୋକମାେ, ଯେଉଁମାନେ କି ଅଧିକାଂଶ ସମୟରେ ଗାଡିରେ ଯାତ୍ରା କରିବା ସମୟରେ ବାନ୍ତି କିମ୍ବା ମୁଣ୍ଡ ବିନ୍ଧା ଭଳି ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ପୂରା ପ୍ଲାନିଂ ବେକାର ହୋଇଯାଇଥାଏ । ଖାଲି ସେ ନୁହଁନ୍ତି ତାଙ୍କ ସାଥିରେ ଯାଇଥିବା ଲୋକ ବି ତାଙ୍କ ସହିତ ସଫର ହୋଇଥାନ୍ତି । ତେଣୁ ଏଭଳି ଅବସ୍ଥାରେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ଜଣାଇବୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ ।

• ଗାଡିରେ ବସିବା ପୂର୍ବରୁ କିମ୍ବା କୌଣସି ଦୂର ସ୍ଥାନକୁ ଗାଡିରେ ଯାତ୍ରା କରିବା ସମୟରେ କଫି କିମ୍ବା ଚାହା ପିଅନ୍ତୁ ନାହିଁ । କାରଣ,ଏଥିରେ ଥିବା କେଫିନରେ କିଛି ଏଭଳି ତତ୍ୱ ମିଶିଥାଏ ଯାହା ଆପଣଙ୍କର ଶରୀରକୁ Dehydrateକରିଦେଇଥାଏ ।

• ଏହାଛଡା ଯଦି ଆପଣଙ୍କୁ ଏସିଡିଟିର ସମସ୍ୟା ଥିବ ତେବେ ଭୁଲରେ କେବେ ଚାହା କିମ୍ବା କଫି ପିଅନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କର ସମସ୍ୟା ଆହୁରୀ ଅଧିକ ବଢିପାରେ ।

• ସେହିପରି ଚାହା ଏବଂ କଫି ଭଳି ହିଁ ଏନର୍ଜି ଡ୍ରିଙ୍କରେ ବି କେଫିନର ମାତ୍ରା ବହୁତ ଅଧିକ ରହିଥାଏ । ଯେଉଁ କାରଣରୁ ଶରୀରରେ ପାଣିର ଅଭାବ ତ ଦେଖାଯିବ ଏଥିସହିତ ହିଁ ଏହାଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ ଏବଂ ଆସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।

• ସେହିପରି କିଛି ଲୋକଙ୍କର ଅଭ୍ୟାସ ଥାଏ କି ସେମାନେ ଟ୍ରାଭେଲିଂ ସମୟରେ ଚିପ୍ସ ଏବଂ ତେଳରେ ଛଣା ଯାଇଥିବା ଖାଦ୍ୟ ଜିନିଷ ଖାଇଥାନ୍ତି । ଯାହାକି ବହୁତ ହିଁ ଖରାପ ଅଭ୍ୟାସ ଅଟେ । ଏଥିରେ ଥିବା ଲୁଣ ଶରୀର ଭିତରେ ଥିବା ପାଣିକୁ ଶୁଖାଇ ଦେଇଥାଏ । ଯାହାଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଦେଇଥାଏ ।

• ଏହାଛଡା ଯେଉଁ ଲୋକଙ୍କର ଯାତ୍ରା ସମୟରେ ହାତ-ଗୋଡ ଫୁଲିଯିବାର ସମସ୍ୟା ରହିଛି , ସେମାନେ ବି ଲୁଣ ଜାତୀୟ ଜିନିଷ ଖାଦ୍ୟପଦାର୍ଥରୁ ଦୂରେଇ ରହିବା ବହୁଲ ଭଲ ।