ମାତ୍ର ଅଧ ଗ୍ଲାସ୍ ପାଣିରେ ନୂଆ ଭଳି ଦିଶିବ କୌଣସି ବି ପୁରୁଣା ଗାଡି । ଜାଣନ୍ତୁ କିପରି….

55

ବାଇକ୍ ,ସ୍କୁଟର କିମ୍ବା କାର ଆମର ଦୈନନ୍ଦିନ ଜୀବନ ପାଇଁ ଏକପ୍ରକାରେ ଜରୁରୀ ହୋଇପଡିଛି । ଅଫିସ ଯିବାରେ ଥାଉ କିମ୍ବା ବଜାର, ଏଗୁଡିକର ଆବଶ୍ୟକତା ସବୁବେଳେ ଦରକାର ପଡିଥାଏ । ତେବେ ଏଗୁଡିକର ଯେତେ ବ୍ୟବହାର କରାଯାଇଥାଏ, ତାହା ବହୁତ ଶୀଘ୍ର ମଇଳା ବି ହାଇଯାଇଥାଏ । ବିଶେଷ କରି ଯଦି କାର ମଇଳା ହୋଇଯାଏ ତେବେ ତାକୁ ସଫା କରିବାକୁ ବହୁତ ପାଣି ଖର୍ଚ୍ଚ ହୋଇଥାଏ । ଯାହାଦ୍ୱାରା ପାଣି ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଥାଏ । ତେବେ ଏହାକୁ ଦୃଷ୍ଟି ରଖି ଏବେ ଏହାର ଏକ ସମାଧାନର ବାଟ ବାହାର କରାଯାଇଛି , ଯାହା ଜରିଆରେ କେବଳ ଅଧ ଗ୍ଲାସ ପାଣିରେ ହିଁ ଗୋଟିଏ କାରକୁ ସଂପୂର୍ଣ୍ଣ ରୂପେ ସଫା କରାଯାଇପାରିବ । ତେବେ କିପରି, ଜାଣିବା ପାଇଁ ପଢନ୍ତୁ ପୂରା ଖବର….

ଏହି ସଲ୍ୟୁସନକୁ ‘ୱାଟରଲେସ୍ କାର ୱାସ୍’ କୁହାଯାଇଥାଏ । ଯାହାକୁ ତିଆରି କରିଛି ଚାଇନିଜ୍ କଂପାନୀ । ଏହି ସଲ୍ୟୁସନ ଜରିଆରେ କୌଣସି ବି କାର, ବାଇକ୍ ତଥା ସ୍କୁଟରର ମ୍ୟାଟେଲିକ୍ ପାର୍ଟକୁ ଚମକିଲା କରାଯାଇପାରିବ । ଏଥିସହିତ ହିଁ ଏଥିରେ ଅନ୍ୟାନ୍ୟ ପାର୍ଟକୁ ମଧ୍ୟ ସଫା କରାଯାଇପାରିବ । ବଡ କଥା ହେଲା କି, ସଂପୂର୍ଣ୍ଣ କାରଟିକୁ ମାତ୍ର ୫ମିଲିଲିଟର ସଲ୍ୟୁସନରେ ଚକାଚକ୍ ହୋଇଯିବ । ଅର୍ଥାତ୍ ମାତ୍ର ୨୫୦ ମିଲିଲିଟରରେ ଆପଣ ୫୦ ଥର କାର ସଫା କରିପାରିବେ ।

ଗାଡି ସଫା କରିବାର ତରିକା

• ଏହି ସଲ୍ୟୁସନକୁ ୫ ମିଲିଲିଟର ଅଧ ଗ୍ଲାସ ପାଣିରେ ମିଶାଇ ଲିକ୍ୱିଡ୍ ପ୍ରସ୍ତୁତ କରିପାରିବେ ।

• ଏବେ କାର, ବାଇକ୍ କିମ୍ବା ସ୍କୁଟର ଯାହାକୁ ବି ସଫା କରିବାର ଅଛି ତାକୁ ଏକ ଶୁଖିଲା କପଡାରେ ଗାଡିରେ ଲାଗିଥିବା ଧୂଳିକୁ ହଟାଇ ଦିଅନ୍ତୁ ।

• ଏବେ ସୂତା କପଡାରେ ଏହି ଲିକ୍ୱିଡକୁ ନେଇ କାରକୁ ଧିରେ ଧିରେ ପୋଛନ୍ତୁ । ଏହାପରେ ଦେଖିବେ ଆପଣଙ୍କ ଗାଡିଟି ପୂରା ନୂଆ ଭଳି ଦେଖାଯିବ ।