ଗାଡିରେ ବସି ବୁଲିବା କ୍ଷଣି ବାନ୍ତି ହେଉଛି କି ? ତେବେ ଆପଣାନ୍ତୁ କିଛି ଘରୋଇ ଉପଚାର

106

ଅଧିକାଂଶ ଲୋକଙ୍କର ରୋଗ ଥାଏ କି, ଗାଡିରେ ଗଲା ବେଳେ ବାନ୍ତି ହେବା । ଏଥିପାଇଁ ଯେତେ ପ୍ରକାରଶ ଔଷଧ ଖାଇବା ପରେ ମଧ୍ୟ ଯାତ୍ରା ସମୟରେ ବାନ୍ତି ହେବା ଏକପ୍ରକାରେ ସୁନିଶ୍ଚିୟ । ଆଉ ଏହି କାରଣରୁ ହିଁ ବାହାରକୁ ବୁଲିଯିବାକୁ ଇଚ୍ଛାଥିଲେ ସୁଦ୍ଧା ମନକୁ ମାରି ଘରେ ରହିବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିବ । ତେବେ ଆସନ୍ତୁ ଜାଣିବା. . .

ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ ।

ପିଆଜ ରସ : ଯାତ୍ରାରେ ଯିବାର ଠିକ୍ ଅଧଘଂଟା ପୂର୍ବରୁ ଏକ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ଖାଆନ୍ତୁ । ଏପରି କଲେ ବାନ୍ତି ହେବ ନାହିଁ । ଯଦି ଆପଣଙ୍କ ଲମ୍ବା ବାଟ ଯାତ୍ରା କରୁଛନ୍ତି ତେବେ ସାଥିରେ ଏହି ରସ ନେଇ ଯାଆନ୍ତୁ ।

ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ । ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ ।

ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ । ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ । ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ ।

ପୁଦିନା : ପୁଦିନା ପେଟା ମାଂସପେଶୀକୁ ଆରାମ ଦେଇଥାଏ । ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ । କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ । ସେହିପରି ପୁଦିନା ପତ୍ରରେ ଚା’ ତିଆରି କରି ସେଥିରେ ଏକ ଚାମଚ ମହୁ ପକାନ୍ତୁ । ଯିବା ପୂର୍ବରୁ ଏହାକୁ ପିଇଲେ ବାନ୍ତି ଲାଗି ନଥାଏ ।