ଆପଣ ଜାଣିଛନ୍ତି କି? ଖାଲି ଅଣ୍ଡା ନୁହେଁ ବରଂ ତାର ଖୋଳ ମଧ୍ୟ ବେଶି ଉପକାରୀ

Advertisment
ଆପଣ ଜାଣିଛନ୍ତି କି? ଖାଲି ଅଣ୍ଡା ନୁହେଁ ବରଂ ତାର ଖୋଳ ମଧ୍ୟ ବେଶି ଉପକାରୀ

ଅନେକ ଦୈନିକ ଅଣ୍ଡା ଖାଇବା ପାଇଁ ଉପଦେଶ ଦେଇଥାଆନ୍ତି । କୁହାଯାଏ, ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗ ହୋଇ ନ ଥାଏ । ସାଧାରଣତଃ ଅଣ୍ଡା ଖାଇବା ପରେ ଅଣ୍ଡାଖୋଳକୁ ଅଦରକାରୀ ଭାବି ପିଙ୍ଗା ଯାଇଥାଏ । ତେବେ ଆପଣ ଜାଣିଛନ୍ତି କି କେବଳ ଯେ ଅଣ୍ଡା ଖାଇବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ ତାହା ନୁହଁ ବରଂ ଅଣ୍ଡାର ଖୋଳର ମଧ୍ୟ ବିଭିନ୍ନ ଉପକାରିତା ରହିଛି। କିଛି ବ୍ୟକ୍ତି ଏହା ଜାଣିଥିଲେ ହେଁ ଅନେକ ଏହା ବିଷୟରେ ଅଜଣା ରହିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ଅଣ୍ଡାଖୋଳର ବିଭିନ୍ନ ଉପକାରିତା ।

-କପଡ଼ାରେ ଚମକ ଆଣିବା ପାଇଁ ଅଣ୍ଡା ଖୋଳ ବହୁ ଲାଭଦାୟକ । ଏଥିପାଇଁ କପଡ଼ା ସଫା କରୁଥିବା ସମୟରେ ବାଲ୍ଟିଏ ପାଣିରେ ଅଣ୍ଡା ଖୋଳ ଗୁଣ୍ଡକୁ ପକାଇ ରାତି ସାରା କପଡ଼ା ବତୁରାଇ ରଖନ୍ତୁ । ସକାଳେ କପଡ଼ା ଗୁଡ଼ିକୁ ଧୋଇ ଦିଅନ୍ତୁ ଦେଖିବେ କପଡ଼ାର ଚମକ ବର୍ଦ୍ଧିତ ହୋଇଯିବ ।

-ଅଣ୍ଡାର ଖୋଳରୁୁ କ୍ୟାଲସିୟମ୍ ମିଳିପାରିବ । ଅଣ୍ଡାର ଖୋଳକୁ ଗରମ ପାଣିରେ ସଫା କରି ଏହାକୁ ଶୁଖାନ୍ତୁ । ଏହାପରେ ଏହାକୁ ଗୁଣ୍ଡ କରିଦିଅନ୍ତୁ ଏବଂ ପବନ ଯାଇ ନପାରୁଥିବା ଏକ ପାତ୍ରରେ ବନ୍ଦ କରି ରଖନ୍ତୁ । ଏହି ଗୁଣ୍ଡକୁ ଆପଣ କ୍ୟାଲସିୟମ୍ ପାଉଡ଼ର ଭାବେ ବ୍ୟବହାର କରିପାରିବେ ।

-ପନିପରିବାରେ ହେଉଥିବା ଛୋଟ ଛୋଟ ପୋକକୁ ଦୂରେଇ ରଖିବା ପାଇଁ ଏହା ଚାରିପାଖରେ ଅଣ୍ଡାର ଖୋଳକୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ । ଦେଖିବେ ପୋକ ହେବା କମ ହେଇଯିବ । ଏହା ସହ ଘରେ ଅଧିକ ପରିମାଣର ଅସରପା ହେଉଥିଲେ ସେହି ସ୍ଥାନରେ ଅଣ୍ଡା ଖୋଳ ରଖିଦିଅନ୍ତୁ ଦେଖିବେ ଅସରପା ଆଉ ପାଦ ମାଡ଼ିବେ ନାହିଁ ।

-ଆପଣ ଜାଣିଛନ୍ତି କି ଖାଲି ପୋକଯୋକ ନୁହଁ ବରଂ ବିଲେଇଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ ଅଣ୍ଡା ଖୋଳ । ଅନେକ ସମୟରେ ବିଲେଇ ଘରକୁ ଆସି ଅପରିଷ୍କାର କରିଥାନ୍ତି । ଏହି ସମୟରେ ଯେଉଁ ଯାଗାକୁ ବିଲେଇ ଆସୁଛି ସେଠାରେ ଅଣ୍ଡା ଖୋଳ ପକାଇ ଦିଅନ୍ତୁ । ବହୁ ଶୀଘ୍ର ଏହାର ସୁବିଧା ଆପଣ ଦେଖିପାରିବେ ।

-ଅଣ୍ଡା ଖୋଳ ଗୁଣ୍ଡକୁ ଅଣ୍ଡାରେ ଗୋଳେଇ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ସହ ତ୍ୱଚାର ରୁକ୍ଷତା ଏବଂ ଦାଗ ଦୂର ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe