ଅଣ୍ଡା ସିଝା ପାଣି ଫିଙ୍ଗନ୍ତୁ ନାହିଁ : କାହିଁକି ଜାଣନ୍ତୁ ?

68

ଅଣ୍ଡା ସିଝାଇ ସାରିବା ପରେ ଯେଉଁ ପାଣି ରହିଯାଏ , ସେଥିରୁ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲସ୍ ଓ କ୍ୟାଲସିୟମ ମିଳିଥାଏ । ଅନେକ ଏହି ପାଣିକୁ ନଷ୍ଟ ଭାବି ଫିଙ୍ଗିଦେଇଥାନ୍ତି । କିନ୍ତୁ ଏହା ଆମର ଉପକାରରେ ଆସିପାରିବ । ଆସନ୍ତୁ ଜାଣିବା –

ଅନେକ ଆପାର୍ଟମେଣ୍ଟରେ ରଖିଥିବା ଗଛଗୁଡିକୁ ସିଧାସଳଖ ସୂର୍ଯ୍ୟକିରଣ ମିଳିପାରେନାହିଁ । ଏପରି ସ୍ଥିତିରେ ଅଣ୍ଡା ସିଝା ପାଣି ସେହି ଗଛମୂଳରେ ଦେଲେ ଏହା ଖୁବ୍ ଭଲ ବଢିପାରିବ । ଅଣ୍ଡା ସିଝା ପାଣିରେ ଅର୍ଗାନିକ କ୍ୟାଲସିୟମ ଥାଏ ଯାହା ଗଛର ଚେରକୁ ଖୁବ୍ ମଜବୁତ୍ କରେ । ସିଝାଇବା ବେଳେ ଅଣ୍ଡାକୁ ମିନେରାଲସ୍ ବାହାରି ସେହି ପାଣିରେ ମିଶିଥାଏ । ଏଣୁ ଏହା ଗଛ ପାଇଁ ଭଲ ଖତ ଭଳି ।

ଅତି କମରେ ମାସକୁ ଥରେ ଗଛରେ ଅଣ୍ଡା ସିଝା ପାଣି ଦେବା ଉଚିତ୍ । ଏହି ପାଣି ଥଣ୍ଡା ହେବା ପରେ ଗଛ ମୂଳରେ ଦେବେ । ଭିନ୍ନ ଭିନ୍ନ ରସାୟନଯୁକ୍ତ ସାର ଦେବା ଅପେକ୍ଷା ଅଣ୍ଡା ସିଝା ପାଣି ଗଛରେ ଦେଲେ ଅଧିକ ଉପକାର ମିଳିଥାଏ ଏହା ପରିବେଶ ପ୍ରଦ୍ୟୁଷଣ ମୁକ୍ତ ମଧ୍ୟ ।