ଆଲର୍ଜି ଜନିତ ସମସ୍ୟାକୁ ଚିନ୍ତିତ କି? ଜାଣି ରଖନ୍ତୁ କ’ଣ ଖାଇବା ମନା

Advertisment
ଆଲର୍ଜି ଜନିତ ସମସ୍ୟାକୁ ଚିନ୍ତିତ କି? ଜାଣି ରଖନ୍ତୁ କ’ଣ ଖାଇବା ମନା

Source: myallergyfriend.com

ଆଲର୍ଜି ସମସ୍ୟା କେତେବେଳେ କାହାକୁ କୌଣସି ବି ଜିନିଷରୁ ହୋଇପାରେ । ଏଥିପାଇଁ ଭୟଭୀତ କି ଚିନ୍ତିତ ହେବା ଆଦୌ ଉଚିତ ନୁହେଁ । ବିଶେଷଜ୍ଞଙ୍କ ମତାନୁସାରେ କେବଳ ନିଜ ଖାଦ୍ୟ ଉପରେ ଧ୍ୟାନ ରଖିବା ଦ୍ୱାରା ହିଁ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ନଜର ପକାଇବା ସେହିସବୁ ଜିନିଷ ଉପରେ ।

ଥଣ୍ଡା ଦ୍ରବ୍ୟ:

ଆଲର୍ଜି ସମସ୍ୟା ଭୋଗୁଥିବା ବ୍ୟକ୍ତି ଥଣ୍ଡା ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । କୋଲ୍ଡ ଡ୍ରିଙ୍କସ୍, ଆଇସକ୍ରିମ କିମ୍ବା ଅନ୍ୟ କୌଣସି ଥଣ୍ଡା ଜାତୀୟ ପାନୀୟ ସେବନ କରିବା ଦ୍ୱାରା କାଶ ଏବଂ ଥଣ୍ଡା ଭଳି ସମସ୍ୟା ଦେଖାଯାଇଥାଏ ଏହାଦ୍ୱାରା ଆଜମାର ଶିକାର ମଧ୍ୟ ହୋଇପାରନ୍ତି ।

ମଞ୍ଜି ଜାତୀୟ ଦ୍ରବ୍ୟ:

ବାଦାମ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜିରେ ଆଲର୍ଜିର ଗୁଣ ଅଧିକ ରହିଛି । ଯେତେ ଦୂର ସମ୍ଭବ ହେବ ଏହି ଖାଦ୍ୟଠାରୁ ଦୁରେଇ ରୁହନ୍ତୁ ।

ଟମାଟୋ:

ଟମାଟୋ ଖାଇବା ଦ୍ୱାରା ଆପଣ ଆଲର୍ଜିର ଶିକାର ହୋଇପାରନ୍ତି । ଏହାକୁ ଖାଇବା ଦ୍ୱାରା ଯଦି ଆପଣ ଆଲର୍ଜି ସମସ୍ୟାର ଶିକାର ହୁଅନ୍ତି ତେବେ ଏହି ଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତୁ ।

ଫଳ:

ଏମିତି କିଛି ଫଳ ଅଛି ଯେଉଁଥିରେ ବହୁମାତ୍ରାରେ ଆଲର୍ଜିର ଗୁଣ ଭରି ରହିଛି । ଯେଉଁମାନଙ୍କୁ ରଗୱଡରୁ ଆଲର୍ଜି ରହିଛି, ସେମାନେ କଦଳୀ ଏବଂ ପରିବା ମଧ୍ୟରେ ଜନ୍ହି ଖାଇବା ଉଚିତ ନୁହେଁ ।

ଧନିଆ ପତ୍ର:

ଯଦି ଆପଣଙ୍କର ଆଲର୍ଜି ଜନିତ ସମସ୍ୟା ରହିଛି ତେବେ ଧନିଆ ପତ୍ର ବିଲକୁଲ ବି ଖା’ନ୍ତୁ ନାହିଁ । ଏଥିରେ ଥିବା ପୋଲେନ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe