ରକ୍ତଚାପ ଜନିତ ସମସ୍ୟାରେ ପୀଡିତ କି ? ତେବେ ଜାଣି ରଖନ୍ତୁ ଏହାର ପ୍ରକୃତ କାରଣ ଓ ନିରାକରଣ ସଂପର୍କରେ, ଦରକାର ପଡିବନି କୌଣସି ଔଷଧର ସେବନ

180

ରକ୍ତଚାପ ଜନିତ ସମସ୍ୟାରେ ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । କାରଣ ବିଶ୍ୱର ପ୍ରାୟତଃ ଅଧିକାଂଶ ଲୋକେ ଏହି ରୋଗର ଶିକାର ହୋଇଥାନ୍ତି । ତେବେ ଏହି ରୋଗକୁ କୌଣସି ସାମାନ୍ୟ ରୋଗ ଭାବି ଅଣଦେଖା କରିବା ଆଦୌ ଠିକ୍ ନୁହେଁ । କାରଣ ଏଥିପାଇଁ ଆପଣଙ୍କର ଜୀବନ ମଧ୍ୟ ଚାଲିଯିବାର ଭୟ ରହିଛି । ତେଣୁ ଏହି ରୋଗର ମୂଳ ଉତ୍ପାଟନ କରିବା ପାଇଁ ଆଜି ଆମେ ଆପଣଙ୍କ ଯେଉଁ ପରାମର୍ଶ ଦେବୁ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । କାରଣ ଯଦି ଆପଣ ଏହିସବୁ ଦିଗ ପର୍ତି ଧ୍ୟାନ ଦିଅନ୍ତି ତେବେ ର୍କଚାପ ଜନିତ ସମସ୍ୟାରୁ ଆପଣ ସବୁଦିନ ପାଇଁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ରୋଗର କାରଣ ଏବଂ ନିରାକରଣ ସଂପର୍କରେ.. . .

ସର୍ବ ପ୍ରଥମେ ଆପଣ ଜାଣି ରଖିବା ଉଚିତ କି, ବାସ୍ତବରେ ରକ୍ତଚାପ କଣ ? ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର୍ଯ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବନ୍ଦୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । କାରଣ ହାଇ ବ୍ଲଡପ୍ରେସର ହେବା ଦ୍ୱାରା ବ୍ଲଡ ସନ୍ତୁଳନ ହରାଇବସିଥାଏ । ଏବଂ ତାହା ସଙ୍କୁଚିତ ହୋଇଯାଇଥାଏ । ଏହାଦ୍ୱାରା ପାକସ୍ଥଳୀକୁ ବ୍ଲଡ ପହଂଚିବାକୁ ଅନେକ ଅସୁବିଧା ହୋଇଥାଏ । ଅଧିକାଂଶ ଲୋକେ ତ ବ୍ଲଡପ୍ରେସରକୁ ରୋଗ ବୋଲି ମାନିବାକୁ ଏକଦମ ନାରାଜ । କିନ୍ତୁ ଏହି ସମସ୍ୟା କୌଣସି ଗମ୍ଭୀର ରୋଗର ମୂଳ ସ୍ତର ବୋଲି କହିପାରିବା ।

ବ୍ଲଡ ପ୍ରେସର ହେବାର ମୁଖ୍ୟ କାରଣ

ଶରୀରର ଓଜନ ଅହେତୂକ ଭାବରେ ବୃ୍ଦ୍ଧି ପାଇବା . ନିୟମିତ ଭାବରେ ବ୍ୟାୟାମ ନକରିବା , ପୂର୍ବରୁ ପରିବାରରେ କେହି ଏହାର ଶିକାର ହୋଇଥିଲେ, ଲଗାତର ଭାବରେ ଚିନ୍ତାରେ ରହିବା , ଧୂମ୍ରପାନ କରିବା, ଥାଇରଏଡ ଏବଂ ଟ୍ୟୁମର ଭଳି ଅନେକ ରୋଗ ହୋଇଥିଲେ ।

କେତେ ରହିବା ଆବଶ୍ୟକ

ନର୍ମାଲ ବିପି ୧୨୦/୮୦ରୁ କମ ରହିବା ଆବଶ୍ୟକ । ଏହା ଉପର ସ୍ତରକୁ ଗଲେ ଏହାକୁ ପ୍ରି-ହାଇପରଂଟେସନ ବୋଲି କୁହାଯାଏ । ଯଦି ବିପି ୧୨୦ରୁ ୧୩୯, ୮୦ରୁ ୮୯ ମଧ୍ୟରେ ରୁହେ ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଷ୍ଟ୍ରୋକ, କିଡନୀ , ହାର୍ଟ ଆଟାକ, ଡାଇବେଟିସ ଏବଂ ବେମାତିଆବିନ୍ଦୁ ଭଳି ଅନେକ ମାରାତ୍ମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୧୪୦/୯୦ର ସ୍ଥିତିରେ ଏହାକୁ ହାଇବ୍ଲଡପ୍ରେସର କୁହାଯାଏ, ଯାହାକୁ ସବୁଠାରୁ ଅଧିକ ଖତରନାକ ସ୍ତର ବୋଲି କୁହାଯାଇଥାଏ ।

ବିପି ଯାଂଚ କରିବାର ଉଚିତ ସମୟ

ବିଶେଷଜ୍ଞଙ୍କ ମତାନୁସାରେ, ୪୦ ବର୍ଷ ବୟସରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବ୍ଲଡ ପ୍ରେସର ଯାଂଚ କରିନେବା ଉଚିତ । ଯଦି ବିପି ସାମାନ୍ୟ ରହିଛି ତେବେ ପ୍ରତି ୬ମାସରେ ଥରେ ଲେଖାଏଁ ବ୍ଲଡ ପ୍ରେସର ଯାଂଚ କରିନେବା ଉଚିତ ।

ମୁକ୍ତି ପାଇବେ କିପରି

• ପ୍ରତିଦିନ ୪୫ ମିନିଟ୍ ଲେଖାଏଁ ବ୍ୟାୟାମ କରନ୍ତୁ ।

• ଯଦି ଆପଣ ବେଶି ବାଟ ଚାଲିପାରିବେ ନାହିଁ ତେବେ ପ୍ରତିଦିନ ଅତି କମରେ ୫ କିଲୋମିଟର ଚାଲିବାକୁ ଚେଷ୍ଟା କରନ୍ତୁ । ସେହିପରି ଯଦି ଆପଣ ଜଣେ ହାର୍ଟ ପେସେଂଟ ଅଟନ୍ତି ତେବେ ଆପଣ ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଲୋଡନ୍ତୁ ।

• ଲୁଣ କମ୍ ଖାଆନ୍ତୁ । ପାମ୍ପଡ ଖାଆନ୍ତୁ ନାହିଁ । ଦିନକୁ ମାତ୍ର ଅଧା ଚାମଚ ଲୁଣ ଖାଇବାକୁ ଚେଷ୍ଟା କରନ୍ତୁ ।

• ଶରୀରର ଓଜନକୁ ନିୟନ୍ତ୍ରଣ କରନ୍ତୁ । ବାରମ୍ବାର ଓଜନ ଚେକ୍ କରନ୍ତୁ ।

• ନିଜର ହବି ପାଇଁ ସମୟ ଦିଅନ୍ତୁ । ଯଦି ଆପଣଙ୍କର ଖେଳିବାକୁ କିମ୍ବା ଗୀତ ଶୁଣିବାକୁ ପସନ୍ଦ କରନ୍ତି ତେବେ ଏଥିପାଇଁ ଟାଇମ ବାହାର କରନ୍ତୁ ।

• ଫଳ ଏବଂ ହାଇ-ଫାଇବର ଥିବା ଖାଦ୍ୟ ଖାଆନ୍ତୁ ।

• ଫାଷ୍ଟଫୁଡ (ମ୍ୟାଗି, ବର୍ଗର, ପିଜା, ପାସସ୍ତା)ଆଦି , ଅଏଲି ଜିନିଷ (ସିଙ୍ଗଡା , ବରା, ପିଆଜି , ପକୁଡି)ଏବଂ କୋଲ୍ଡ ଡ୍ରିଙ୍କସ, ମିଠା ଜିନିଷ (ଫ୍ରୁଟ କ୍ରିମ, ପେଷ୍ଟ୍ରି, ଗୋଲାବଜାମୁ , ମଇଦ, ଦେଶୀ ଘିଅ, ବନସ୍ପତି. ଲହୁଣି, ନଡିଆ ତେଲ) ସେହିପରି ଆଚାର , ଚିପ୍ସ, କୁକିଜ୍ ଆଦି ବ୍ୟତୀତ ଅଣ୍ଡାର ହଳଦିଆ ଅଂଶ , ରେଡ୍ ମିଟ ଆଦି ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।