ସାଧାରଣତଃ ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ସମସ୍ତେ ହିଁ ଚାହୁଁଛନ୍ତି କି କିଭଳି ସେମାନେ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଅଲଗା ଦେଖାଯିବେ। ଯେଉଁ କାରଣକୁ ନେଇ ସେମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡ଼କ୍ଟ ସହିତ ପାର୍ଲରକୁ ଯାଇ ସେମାନଙ୍କର ବହୁତ ଗୁଡ଼ାଏ ଟଙ୍କାକୁ ମଧ୍ୟ ଖର୍ଚ୍ଚ କରୁଛନ୍ତି।ତେବେ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଫେସ୍ପ୍ୟାକ୍ ବିଷୟରେ ଜଣାଇବୁ,ଯାହାକିକି ଗୋଟିଏ ଦିନ ମଧ୍ୟରେ ହିଁ ଆପଣଙ୍କ ମୁହଁକୁ ଗୋରା ଏବଂ ଚମକପ୍ରଦ କରିଦେବ।ଯାହାରକି କୌଣସି ବି ହେଲେ ପାର୍ଶ୍ୱପ୍ରତିକ୍ରିୟା ନାହିଁ । ଆଉ ଏଥିପାଇଁ ମଧ୍ୟ ଆପଣଙ୍କ ପକେଟ୍ରୁ ଅଯଥା ଟଙ୍କାକୁ ବାହାର କରିବାକୁ ପଡ଼ିବ ନାହିଁ ।
ଆସନ୍ତୁ ଜାଣିବା ଏହି ଘରୋଇ ଉପାୟରେ ପ୍ରସ୍ତୁତ ହୋଇଥିବା ଫେସ୍ପ୍ୟାକ୍ ବିଷୟରେ..
ଆବଶ୍ୟକୀୟ ସସାଗ୍ରୀ:
୧- ଏକ ଚାମଚ ବେସନ।
୨-ଏକ ଚାମଚ ଲେମ୍ବୁ।
୩-ଏକ ଚାମଚ ଏଲୋଭରା ଜେଲ୍।
୪-ଅଧା ଚାମଚ ହଳଦୀ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମତଃ ଆପଣ ଏକ ପାତ୍ରକୁ ନେଇ ସେଥିରେ ଏକ ଚାମଚ ବେସନ,ଏକ ଚାମଚ ଏଲୋଭରା ଜେଲ୍, ଏକ ଚାମଚ ଲେମ୍ବୁ ରସ ଏବଂ ଅଧା ଚାମଚ ହଳଦୀର ଗୁଣ୍ଡକୁ ମିଶ୍ରଣ କରନ୍ତୁ। ଏଥି ସହିତ ଆପଣ ଏହାକୁ ଆପଣଙ୍କ ମୁହଁରେ ସର୍କ୍ୟୁଲାର୍ ମୋସନ୍ରେ ଲଗାଇ ଦେଇ ୨୦ ରୁ ୨୫ ମିନିଟ୍ ପର୍ୟ୍ୟନ୍ତ ଶୁଖିବାକୁ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ତେବେ ହଁ, ଆପଣମାନେ ଯଦି ଏହାର ଭଲ ରେଜଲ୍ଟ ପାଇବାକୁ ଚାହୁଁଥାଆ’ନ୍ତି ତ,ତେବେ ଆପଣଙ୍କୁ ଏହାର ପ୍ରୟୋଗକୁ ଅତିକମ୍ରେ ସପ୍ତାହକ ମଧ୍ୟରେ ୩ରୁ ୪ ଥର କରିବାକୁ ପଡ଼ିବ, ଯାହାକି ଆପଣଙ୍କ ମୁହଁକୁ ଗୋରା ଏବଂ ଚମକପ୍ରଦ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/girl-beauty.jpg)