ଆପଣ ଏଯାବତ୍ ନଡିଆ ଏବଂ ତାର ତେଲର ଅନେକ ଉପକାରୀ ଗୁଣ ସଂପର୍କରେ ଜାଣିଥିବେ ନିଶ୍ଚୟ କିନ୍ତୁ ଆଜି ଆମେ ନଡିଆ ତେଲର ଯେଉଁ ଚମତ୍କାରୀ ଗୁଣ ସଂପର୍କରେ ଜଣାଇବାକୁ ଯାଉଛୁ ତାହା ବୋଧହୁଏ ଆପଣଙ୍କୁ ଜଣା ନଥିବ । ଯାହାର ବ୍ୟବହାର କଲେ ଆପଣ ବଜାରରେ ମିଳୁଥିବା ମହଂଗା ବ୍ୟୁଟି ପ୍ରଡକ୍ଟକୁ ମଧ୍ୟ ଭୁଲିଯାଇପାରନ୍ତି । ତେବେ ଚାଲନ୍ତୁ ନଜର ପକାଇବା ସେଗୁଡିକ ଉପରେ ।

Advertisment

ମଶ୍ଚରାଇଜର

ନଡିଆ ତେଲରେ ବହୁତ ପରିମାଣରେ ପୋଷଣ ତଥା ଫାଟି ଏସିଡ ସହିତ ଭିଟାମିନ ଇ ମଧ୍ୟ ଉପଲବ୍ଧ । ଯାହାକି ତ୍ୱଚା ପାଇଁ ମଶ୍ଚରାଇଜିଂ ଭଳି କାମ କରିଥାଏ । ଯଦି ଆପଣଙ୍କର ମଧ୍ୟ ଡ୍ରାଏ ସ୍କ୍ରିନ ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଅଟେ ।

ମେକଅପ ହଟାଇବା ପାଇଁ

ଅଧିକାଂଶ ସମୟରେ ଆପଣଙ୍କୁ ତ୍ୱଚରୁ ୱାଟରପ୍ରୁଫ୍ ମେକଅପ ହଟାଇବା ପାଇଁ ବହୁତ କାମ କରିବାକୁ ପଡିଥାଏ । ତେଣୁ ଯେତେବେଳେ ଆପଣଙ୍କୁ ଲଙ୍ଗ ଲାଷ୍ଟିଂ ଲିପଷ୍ଟିକ କିମ୍ବା ଆଖି ମେକଅପ ହଟାଇବାକୁ ଚାହୁଁଛନ୍ତି ତେବେ ନଡିଆ ତେଲକୁ ତୁଳା ସହାୟତାରେ ତ୍ୱଚାରେ ବ୍ୟବହାର କରନ୍ତୁ । ଏହା ଆପଣଙ୍କର ଆଖିର ଆଖପାଖ ଏରିଆ ତଥା ଆଖିର ନିକଟବର୍ତ୍ତୀ ସମ୍ବେଦନଶୀଳ ଅଂଶ ପାଇଁ ସୁରକ୍ଷିତ ଦେଇଥାଏ ।

ହାଇଲାଇଟର

ନଡିଆ ତେଲ ତ୍ୱଚାରେ ଏକ ପ୍ରାକୃତିକ ହାଇଲାଇଟର ଭଳି କାମ କରିଥାଏ । ବାହାରକୁ ଯିବା ପୂର୍ବରୁ ନଡିଆ ତେଲର କିଛି ମାତ୍ରା ତ୍ୱଚାରେ ଲଗାଇଯାଆନ୍ତୁ ଦେଖିବେ ଚମକ ଆସିବ ।

ବ୍ରଣ

ନଡିଆ ତେଲ ନିଜର ଆଂଟି ବ୍ୟାକ୍ଟେରିଆ ଗୁଣ ପାଇଁ ଜଣାଶୁଣା । ଯାହାଦ୍ୱାରା ସୁନ୍ଦରତା ଖରାପ କରିଥିବା ମୁଖ ବ୍ରଣରୁ ଦୂରେଇ ରଖିଥାଏ । ଏହା ମୁହଁରେ ଥିବା କଳା ଦାଗକୁ ମଧ୍ୟ ହଟାଇବାରେ ସହାୟକ କରିଥାଏ ।

ସନସ୍କ୍ରିନ

ନଡିଆରେ ସାଧାରଣତଃ ପ୍ରାକୃତିକ ରୂପରେ ୪ରୁ ୫ ପ୍ରତିଶତ ଏସପିଏଫ ଉପଲବ୍ଧ ଥାଏ । ଯାହାଦ୍ୱାରା ସୂର୍ଯ୍ୟକିରଣର ଅଲଟ୍ରାଭାଉଲେଟ କିରଣରୁ ମଧ୍ୟ ରକ୍ଷା ମିଳିଥାଏ । ଯଦି ଆପଣ ଅଳ୍ପ ସମୟପାଇଁ ବି ଘର ବାହାରକୁ ଯାଉଛନ୍ତି ତେବେ ନଡିଆ ତେଲ ସନସ୍କ୍ରିନର ଏକ ଭଲ ବିକଳ୍ପ ଅଟେ ।

ସୋଜନ୍ୟ: ଅମର ଉଜାଲା