କେବେ କେବେ ଆମକୁ ଲାଗିଥାଏ କି,ଆମ ଜୀବନଟି ଯେମିତି ଏଠାରେ ହିଁ ରହିଯାଇଛି। ଯେଉଁ କାରଣକୁ ନେଇ ଆମେ ବହୁତ ଚିନ୍ତିତ ହେବାକୁ ଲାଗିଥାଉ। ଆଉ ଏହି କାରଣକୁ ନେଇ ଆମକୁ କିଛି ବି ହେଲେ ଭଲ ଲାଗିନଥାଏ । ତେଣୁ ଆପଣ ଆପଣଙ୍କ ଜୀବନକୁ ଏପରି ଯିବାକୁ ଦିଅନ୍ତୁ ନାହିଁ,ବରଂ ଆପଣ ଆପଣଙ୍କ ଜୀବନରେ ଏମିତି କିଛି କାମ କରନ୍ତୁ ଯାହା ଦ୍ୱାରା କି ଆପଣଙ୍କ ଜୀବନଟି ଖୁସିରେ କଟିବ ।

Advertisment

• ଆମେ ଯଦି ଚାହିଁବା ତ ଆମ ଜୀବନର ଛୋଟ-ଛୋଟ କଥାକୁ ଧ୍ୟାନରେ ରଖି ତାହାକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇପାରିବା । ତେଣୁ ଆପଣମାନେ ସେଇ କାର୍ଯ୍ୟକୁ କେବଳ କରନ୍ତୁ,ଯେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ଖୁସି ମିଳୁଅଛି!କିଛି ଏମିତି କାର୍ଯ୍ୟ ଯାହାକି ଆପଣଙ୍କୁ ଶାନ୍ତି ଦେଉଅଛି । ଏହା କରିବା ଯୋଗୁଁ ଆପଣଙ୍କୁ ଲାଗିବ କି କିଭଳି ଏହା ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣୁଛି।ଆଉ ଏହି ପରିବର୍ତ୍ତନ ଆପଣଙ୍କୁ ଖୁସି ହିଁ ଖୁସି ପ୍ରଦାନ କରିବ!

•  ଏତଦବ୍ୟତୀତ ଆପଣଙ୍କୁ ଯଦି କାହାରି କଥାଟି କଷ୍ଟ ଦେଇଅଛି,ତେବେ ଆପଣ ଏହାକୁ ହୃଦୟରେ ଲଗାଇକି ବସନ୍ତୁ ନାହିଁ,ବରଂ ତାହାକୁ ଭୁଲିବାକୁ ଚେଷ୍ଟା କରନ୍ତୁ । ନହେଲେ ସେଇ କଥାଟି ଆପଣଙ୍କ ମନରେ ମନରେ ରହି ହିଁ ଆପଣଙ୍କୁ କଷ୍ଟ ଦେଉଥିବ । ଆଉ ଆପଣଙ୍କ ଚିନ୍ତାଟି ବଢ଼ାଇଦେବ ।

•  ଏହାଛଡ଼ା ଆପଣ ଯେ କୌଣସି ଛୋଟକଥା ହେଉନା କାହିଁକି ପଛକେ,ସେଥିରେ ବି ନିଜର ଖୁସିଟିକୁ ଖୋଜି ବୁଲନ୍ତୁ । ଏହାସହିତ ନିଜର ଆଜିରେ ଜିଇଁବା ଶିଖନ୍ତୁ । ଏହା କରିବା ଦ୍ୱାରା ଆପଣ ଆପଣଙ୍କର ଆଜିକା ଦିନର ସତକୁ ଆପଣାଇବା ସହିତ ଅତୀତକୁ ଭୁଲଯିବେ,ଯାହାକି ଆପଣଙ୍କ ଭବିଷ୍ୟତକୁ ସୁଧାରିବାରେ ସାହାଯ୍ୟ କରିବ।

•  ଏହା ଛଡ଼ା ଆପଣ କୌଣସି ବି ଅନ୍ତିମ ପରିଣାମକୁ ନେଇ ନିରାଶ ନ ହୋଇ ବରଂ ନିଜର ପ୍ରୟାସକୁ ଜାରି ରଖନ୍ତୁ, ଯାହାକି ଶେଷରେ ଆପଣଙ୍କୁ ସଫଳତା ଆଣିଦେବ ।