ସାବଧାନ ! ସକାଳେ ଖାଲି ପେଟରେ ରହିଲେ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

49

ପୂରା ଦିନ ଭିତରେ ସକାଳ ଜଳଖିଆ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏ କଥା ଉଣାଅଧିକେ ସମସ୍ତଙ୍କୁ ଜଣା । ସକାଳୁ ଭୋକ ନ ହେଉଥିବାରୁ ଅନେକ ଲୋକ ସକାଳ ଖାଇବାକୁ ଗୁରୁତ୍ୱ ଦେଇନଥାନ୍ତି । ମାତ୍ର ଜାଣି ରଖିବା ଉଚିତ ଯେ ସକାଳୁ ନ ଖାଇବା ଦ୍ୱାରା ଆପଣ ଜୀବନବ୍ୟାପୀ ରୋଗର ଶିକାର ହୋଇପାରନ୍ତି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ସକାଳେ ଜଳଖିଆ ଖାଉଥିବା ଲୋକେ ଅପେକ୍ଷାକୃତ ସୁସ୍ଥ ଓ ପ୍ରଫୁଲ୍ଲ ରହିଥାନ୍ତି । ସକାଳୁ ନ ଖାଇବା ଏକପ୍ରକାର ଚିଡ଼ିଚିଡ଼ାପଣର କାରଣ ମଧ୍ୟ ହୋଇଥାଏ ।

ତେବେ ନ୍ୟୁୟର୍କର ସ୍ୱାସ୍ଥ୍ୟ ଗବେଷକ ତଥା ଲେଖକ ଡ.ଭାଲେଟିନ୍ ଫୁଷ୍ଟର ଏବଂ ମାଉଣ୍ଟ୍ ସିନାଇ ସୂଚନା ଦେଇଛନ୍ତି, ଯେ ଶରୀର ସବୁଠାରୁ ବେଶୀ ଶକ୍ତି ସକାଳୁ ହିଁ ସୃଷ୍ଟି କରିପାରେ । ପୂର୍ବରୁ ମଧ୍ୟ ଅନେକ ଗବେଷକ ସକାଳ ଖାଇବା ଉପରେ ନିଜର ମତାମତ ରଖିଛନ୍ତି । ଏଯାବତ୍ ସକାଳ ଖାଇବାକୁ ସସସ୍ତେ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ।

ନିକଟରେ ଗବେଷକମାନେ ହୃଦ୍ ସମସ୍ୟା ନ ଥିବା ୪,୦୫୨ ଜଣ ବ୍ୟକ୍ତିଙ୍କୁ ନେଇ ଏକ ଗବେଷଣା କରିଥିଲେ । ଏହି ଗବେଷଣାରୁ ଜାଣିବାକୁ ମିଳିଲା ଯେ ଏମାନେ ସମସ୍ତେ ସକାଳ ଖାଇବା ଗ୍ରହଣ କରନ୍ତି । ସର୍ଭେରେ ସାମିଲ୍ ହୋଇଥିବା ମୋଟାମୋଟି ୩ ପ୍ରତିଶତ ବ୍ୟକ୍ତି ସକାଳ ଜଳଖିଆ ଖାଆନ୍ତି ନାହିଁ । ସେମାନଙ୍କ ମଧ୍ୟରେ ୬୯ ପ୍ରତିଶତ ଲୋକେ ସକାଳେ ହାଲକା ଖାଦ୍ୟ ଗ୍ରହଣ କରନ୍ତି ଏବଂ ୨୮ ପ୍ରତିଶତ ବ୍ୟକ୍ତି ଭଲ ଭାବେ ଖାଦ୍ୟ ଗ୍ରହଣ କରିଥାନ୍ତି ।

ସକାଳୁ ଖାଦ୍ୟ ଗ୍ରହଣ କରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତଃ ପୁରୁଷମାନେ ଥିଲେ । ଏମାନଙ୍କ ବ୍ୟତୀତ ଧୂମପାନ ଏବଂ ଡାଏଟିଂ କରୁଥିବା ବ୍ୟକ୍ତି ମଧ୍ୟ ସକାଳ ଖାଇବା ଖାଇ ନ ଥିବା ଦେଖିବାକୁ ମିଳିଛି । ଏହାଛଡ଼ା କଫି ଏବଂ କମଳା ରସ ପ୍ରିୟ ବ୍ୟକ୍ତିମାନେ ମଧ୍ୟ ସକାଳ ଖାଇବା ପ୍ରତି ଧ୍ୟାନ ଦେଇ ନ ଥାନ୍ତି ।

ସକାଳ ଜଳଖିଆ ଖାଉ ନ ଥିବା ବ୍ୟକ୍ତିଙ୍କର ବେକ ହାଡ଼ ଏବଂ ଶରୀରର ବିଭିନ୍ନ ସୂକ୍ଷ୍ମ ଶିରା ଟାଣ ହେବା ଫଳରେ ଏହା ବ୍ୟକ୍ତି ଅସୁସ୍ଥ କରିପକାଏ । କହିବାକୁ ଗଲେ ସକାଳ ଖାଦ୍ୟ ଖାଉ ନ ଥିବା ବ୍ୟକ୍ତି ସାଧାରଣତଃ ଏକ ଅସୁସ୍ଥ ଜୀବନ ଯାପନ କରିଥାନ୍ତି ।

କେତେକଙ୍କ ଧାରଣା ଯେ, ସକାଳ ଖାଇବା ଛାଡ଼ି ଦେଲେ ଓଜନ କମ୍ ହୋଇଥାଏ । ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟ ସକାଳେ ଖାଇ ନ ଥାନ୍ତି । ମାତ୍ର ସମୟେ ସମୟେ ଏହା ଓଲଟା ପ୍ରଭାବ ପକାଏ । ଏହା ବ୍ୟକ୍ତିକୁ ଅତ୍ୟଧିକ ମୋଟା କରି ଦେଇପାରେ ।

ଏଠାରେ କହି ରଖୁଛୁ କି, ଅନେକ ଲୋକଙ୍କୁ ସକାଳୁ ଖାଇବାକୁ ଇଚ୍ଛା ହୋଇ ନ ଥାଏ ବା ଭୋକ କରି ନ ଥାଏ । ସେ କ୍ଷେତ୍ରରେ ପେଟ ପୂରା ନ ଖାଇଲେ ବି ଫଳ କିମ୍ବା କୌଣସି ସ୍ୱସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ସକାଳୁ କ୍ଷୀର ପିଇବା ମଧ୍ୟ ଦେହ ପାଇଁ ଭଲ ।