ସାବଧାନ ! ହାତରେ ପିନ୍ଧୁଥିବା ରବର ବ୍ୟାଣ୍ଡ୍ ଖୁବ୍ କ୍ଷତିକାରକ

53

ମୁଣ୍ଡରେ ବନ୍ଧାଯାଉଥିବା ରବର ବ୍ୟାଣ୍ଡକୁ ଅଧିକାଂଶ ସମୟରେ ହାତରେ ଗୁଡାଇ ରଖିବାର ଅଭ୍ୟାସ ଅନେକ ମହିଳା କରିଥାନ୍ତି । ହେଲେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କେତେ ସମସ୍ୟା ସୃଷ୍ଟି କରେ ଏହା କେହି ଜାଣିନଥାନ୍ତି । ଦୀର୍ଘ ସମୟ ଧରି ହାତରେ ରବର ବ୍ୟାଣ୍ଡ ରହିବା ଦ୍ୱାରା ଚର୍ମ ଏବଂ ସ୍ନାୟୁ ସଙ୍କୁଚିତ ହୋଇଥାଏ । ଏହାଦ୍ୱାରା ହାତର ପାପୁଲି,ଆଙ୍ଗୁଠିରେ ସଠିକ୍ ରୂପେ ରକ୍ତ ସଂଚାଳନ ହୋଇପାରେନାହିଁ । ଆଉମଧ୍ୟ ଆବଶ୍ୟକ ପରିମାଣର ଅମ୍ଲଜାନ ହାତରେ ପହଁଚିପାରିନଥାଏ ।

ଆମେରିକାନ୍ ଏକାଡେମୀ ଅଫ୍ ନ୍ୟୁରୋଲୋଜି ପକ୍ଷରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ ,ପ୍ରତିଦିନ ରବର ବ୍ୟାଣ୍ଡକୁ ହାତରେ ଗୁଡାଇବା ଦ୍ୱାରା ହାତର କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ । ଏହାଛଡା ମହିଳାମାନେ ଘରକାମ କରିବା ସମୟରେ ବାରମ୍ବାର ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ରବର ବ୍ୟାଣ୍ଡଟି ଓଦା ହୋଇଥାଏ । ଫଳରେ ଏହି ଓଦା ରବର ବ୍ୟାଣ୍ଡଟି ଅଦିକ ସମୟ ହାତରେ ରହିବା ଦ୍ୱାରା ଫଙ୍ଗଲ ଇନଫେକଶନ ଭଳି ସମସ୍ୟା ସୃଷ୍ଟିହୋଇଥାଏ ।