ଛିଡା ହୋଇ ପାଣି ପିଉଛନ୍ତି କି ? ସାବଧାନ୍, ଆପଣଙ୍କୁ ବି ହୋଇପାରେ ଭୟଙ୍କର ବେମାରୀ

57

ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାସ । ଜଳ ଜୀବଜଗତ ପାଇଁ ବହୁତ ଦରକାରୀ । ବିନା ଜଳରେ ଜୀବନ ଧାରଣ ଅସମ୍ଭବ । ଠିକ ସମୟରେ ଓ ସଠିକ ପରିମାଣରେ ପାଣି ପିଇବା ଦ୍ୱାରା ବହୁତ ରୋଗ ଆପେ ଆପେ ଭଲ ହୋଇଯାଏ । କିନ୍ତୁ ଖାଲି ପାଣି ପିଇଲେ କିଛି ହେବନି । କାରଣ ଆପଣ ଯଦି ଭୁଲ ମୁଦ୍ରାରେ ପାଣି ପିଉଛନ୍ତି , ତେବେ ଆପଣଙ୍କ ଜୀବନ ଯିବାବ ମଧ୍ୟ ଆଶଙ୍କା ରହିଛି । ଏଥିପାଇଁ ପାଣି ପିଇବା ସମୟରେ ଉଚିତ ଧ୍ୟାନ ଦେବା ଉଚିତ୍ । ଆପଣ ଜାଣନ୍ତି କି, ଛିଡ଼ା ହୋଇ ପାଣି ପିଇବା ଅତ୍ୟନ୍ତ କ୍ଷତିକାରକ । ଛିଡ଼ା ହୋଇ ପାଣି ପିଇଲେ ଜୀବନହାନିର ଆଶଙ୍କା ଥାଏ । ଏଥିପାଇଁ କୁହନ୍ତି ଡାକ୍ତର ବସି କି ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । ତେବେ ଆସନ୍ତୁ ଜାଣିବା ଛିଡ଼ା ହୋଇ ପାଣି ପିଇବା ଦ୍ୱାରା କ’ଣ କ’ଣ କ୍ଷତି ହୁଏ ।

– ଛିଡ଼ା ହୋଇ ପାଣି ପିଇବା ଦ୍ୱାରା କିଡ଼ନୀ ଉପରେ ଖରାପ ପ୍ରଭାବ ପଡ଼େ । ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ଛାଣି ନହୋଇ ସିଧାସିଧା ଶରୀରର ବିଭିନ୍ନ ଭାଗରେ ପହଞ୍ଚି ଯାଏ । ଯାହାଦ୍ୱାରା ମୁତ୍ରାଶୟ ଓ ଓ ରକ୍ତରେ ମଇଳା ଜମିଯାଏ ।

– ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଢ଼ିବାର ଆଶଙ୍କା ଥାଏ । ଛଡ଼ା ହୋଇ ପାଣି ପିଇଲେ ପାଣି ଜୋରରେ ତଳ ଆଡ଼କୁ ପଳାଇଯାଏ । ଯାହା ସନ୍ତୁଳନ ବିଗାଡ଼ି ଦିଏ । ଯାହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆରମ୍ଭ ହୁଏ ।

– ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପେଟଳୁ ବିଲକୁଲ ଆରାମ ମିଳେନି । ଏହାଦ୍ୱାରା ପେଟ ଉପରେ ଅଧିକ ଚାପ ପଡ଼େ । ଯାହାଦ୍ୱାରା ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼େ ।

– ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ଉପରୁ ତଳକୁ ଜୋରରେ ଆସେ । ଏହାଦ୍ୱାରା ଆଭ୍ୟନ୍ତୀରୀଣ ଭାଗରେ ନକରାତ୍ମକ ପ୍ରଭାବ ପକାଏ । ଯାହାଦ୍ୱାରା ପେଟ ସମ୍ମନ୍ଧୀତ ରୋଗ ହେବାର ଆଶଙ୍କା ଅଧିକ ବଢ଼ିଯାଏ ।