ଅତର ବ୍ୟବହାର କରୁଥିଲେ ସାବଧାନ ! ଏହା ହାନିକାରକ ହୋଇପାରେ

Advertisment
ଅତର ବ୍ୟବହାର କରୁଥିଲେ ସାବଧାନ ! ଏହା ହାନିକାରକ ହୋଇପାରେ

source-http://www.amarujala.com

ସାଧାରଣତଃ ଦୈନନ୍ଦିନ ଜୀବନରେ ସମସ୍ତେ ପରଫ୍ୟୁମ୍ ବା ଅତର ବ୍ୟବହାର କରିଥାନ୍ତି । ଅଫିସ୍ ବା କଲେଜ ଯିବାବେଳେ ସୁଗନ୍ଧିତ ଡିୟୋ ବା ଅତର ଲଗାଇବା ଏକ ସାଧାରଣ ଅଭ୍ୟାସ । କିନ୍ତୁ ଏହି ଅତର ଆପଣଙ୍କ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ଦରକାରରୁ ଅଧିକ ବ୍ୟବହାର କରିବା ଦ୍ୱାରା ଏହା ଅନେକ ରୋଗର କାରଣ ସାଜିଥାଏ ।

ପରଫ୍ୟୁମ ବା ଅତରରେ ଥିବା କେମିକାଲ୍ସ ଏଲର୍ଜି ,ଆସ୍ଥମା ସହ ଅନେକ ଚର୍ମ ରୋଗର ସୁଯୋଗ ସୃଷ୍ଟି କରିଥାଏ । ଅତରରେ ଅକ୍ସିଜନ ଓ ସିଲିକନର ମିଶ୍ରଣ ଥାଏ । ଏହାଛଡା ଏହାର ରସାୟନ ଶରୀରରେ କ୍ୟାନସରର ସମ୍ଭାବନା ସୃଷ୍ଟି କରିଥାଏ ।

ଗର୍ଭାବସ୍ଥାରେ ଅତର ବ୍ୟବହାର କରିବା ,ଜନ୍ମିତ ପିଲା ପାଇଁ ଘାତକ ହୋଇପାରେ । ଏହାର ବାସ୍ନାରେ ଶିଶୁର ହାର୍ମୋନ୍ସରେ ଗଡବଡ ହେବାର ସମ୍ଭାବନା ଅଧିକ ଥାଏ । ଏଣୁ ଯଦି ଆପଣ ଅତ୍ୟଧିକ ଅତର ପ୍ରିୟ । ଏଥିରେ ଟିକେ ସାବଧାନତା ଅବଲମ୍ବନ କଲେ ବିପଦରୁ ମୁକୁଳିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe