ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥାଏ ଡିଜିଟାଲ ମିଡିଆ : ଅଧ୍ୟୟନ

37

ଯଦି ଆପଣଙ୍କ ପିଲା ଘଂଟା ଘଂଟା ଧରି ଟିଭି ଆଗରେ କିମ୍ବା କମ୍ପ୍ୟୁଟର ,ଗେମ୍ କସୋଲ୍ସ,ଟାବଲେଟ ବା ସ୍ମାର୍ଟଫୋନରେ ଅଧିକ ସମୟ ବିତାଉଛନ୍ତି ତେବେ ଏହା ତାଙ୍କ ଶରୀର ପୀଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହା ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ।

ରିପୋର୍ଟ ଅନୁସାରେ, ଟିଭି ସ୍କ୍ରିନ ଆଗରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ପିଲାଙ୍କଠାରେ ସାଧାରଣତଃ ଡାଇବେଟିସ୍ ଭଳି ସମସ୍ୟା ଦେଖାଦେଇଥାଏ । ପିଲାମାନେ ଏଭଳି ଭାବରେ ବିଭିନ୍ନ ଡିଜିଟାଲ ମିଡିଆ ଆଡକୁ ଆକୃଷ୍ଟ ହେବା ଦ୍ୱାରା ସେମାନଙ୍କଠାରେ ମୋଟାପଣ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଏଥିସହ ଇନସୁଲିନ ରେଜିଷ୍ଟାନ୍ସ ପାଇଁ ମଧ୍ୟ ଏହା ଦାୟୀ ହୋଇଥାଏ । ଇନସୁଲିନ ପାଚନ ଗ୍ରନ୍ଥି ମାଧ୍ୟମରେ ତଥା ହରର୍ମୋନ ଜରିଆରେ ବ୍ଲଡ-ଗ୍ଲୁକୋଜ ସ୍ତରର ବୃଦ୍ଧିକୁ ରୋକିଥାଏ । ଆଉ ଯାହା କାରଣରୁ ଡାଇବେଟିସ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।