ସାବଧାନ ! ମୋବାଇଲ ଫୋନ ଯୋଗୁଁ ବ୍ରେନ୍ ଟ୍ୟୁମର ସମସ୍ୟା ହୋଇପାରେ

118

ଏବେ ମୋବାଇଲ ଫୋନର ବ୍ୟବହାର ଖୁବ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଛୋଟ ଠାରୁ ବଡ ସମସ୍ତେ ମୋବାଇଲ ମାୟାରେ ବାୟା । ଅନେକ କଂପାନୀ ଏହାର ଫାଇଦା ନେଉଛନ୍ତି । ଗ୍ରାହକଙ୍କ ଚାହିଦାକୁ ନେଇ ଭିନ୍ନ ଭିନ୍ନ ମଡେଲର ଉନ୍ନତ ଧରଣର ମୋବାଇଟ ସେଟ୍ ବାହାର କରୁଚନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମୋବାଇଲ ଯେତିକି ଉପକାର କରେ ତାଠୁ ଅଧିକ ଅପକାର ମଧ୍ୟ କରିପାରେ ।

ସୂଚନା ଅନୁସାରେ ଏହି ମୋବାଇଲ ଫୋନ ମସ୍ତିଷ୍କ କ୍ୟାନସରର କାରଣ ହୋଇପାରେ । ଏମ୍ସ ଡାକ୍ତରଙ୍କ ଦ୍ୱାରା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ମୋବାଇଲ ଫୋନର ସୀମିତ ବ୍ୟବହାର ଦ୍ୱାରା କିଛି ଅସୁବିଧା ନାହିଁ । ହେଲେ ୧୦ ବର୍ଷରୁ ଅଧିକ ସମୟ ଯାଏ ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ବ୍ରେନ ଟ୍ୟୁମରର ସମସ୍ୟା ୧.୩୩ଗୁଣା ବଢିଯାଇପାରେ । ଏମ୍ସର ଏହି ସମୀକ୍ଷାତ୍ମକ ଅଧ୍ୟୟନ ଅନ୍ତରାଷ୍ଟ୍ରୀୟ ମେଡିକାଲ ଜର୍ଣ୍ଣଲରେ ପ୍ରକାଶିତ ହୋଇଛି ।

କିନ୍ତୁ ମୋବାଇଲ କଂପାନୀଙ୍କ ହୋଇଥିବା ସର୍ବେକ୍ଷଣ ଦ୍ୱାରା ମୋବାଇଲରେ ବ୍ରେନ ଟ୍ୟୁମର ହେବାର ସମସ୍ୟା ନାହିଁ ବୋଲି କହିଛନ୍ତି । କିନ୍ତୁ ରିସର୍ଚ୍ଚ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର କହିଛନ୍ତି ମୋବାଇଲରୁ ବାହାରୁଥିବା ଇଲେକ୍ଟୋ ମ୍ୟାଗ୍ନେଟିକ୍ ରେଡିଏସନ କ୍ୟାନସରର କାରଣ ସାଜିପାରେ ।

ଏଣୁ ଏହି ସମସ୍ୟାରୁ ବଂଚିବା ପାଇଁ ବିଶେଷଜ୍ଞମାନେ କହିଛନ୍ତି ମୋବାଇଲ ଫୋନର ଯେତେ କମ୍ ବ୍ୟବହାର କରିବା ସେତେ ଭଲ ।