ସାବଧାନ ! ବଜାରରେ ମିଳୁଥିବା ଲହୁଣୀ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

22

ସାଧାରଣତଃ ଅଧିକାଂଶ ସମୟରେ ଆପଣ ଆପଣଙ୍କ ଖାଦ୍ୟରେ ବ୍ରେଡ୍ ସହିତ ବଟର ବା ଲହୁଣୀ ଖାଉଥିବେ । ନଚେତ୍ ଅନ୍ୟ ତରିକାରେ ମଧ୍ୟ ଲହୁଣୀକୁ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ଏହାକୁ ଯେ ଖାଲି ବ୍ୟବହାର କରିଦେଲେ ହେବ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ତାହା ମଧ୍ୟ ଜାଣିବା ଉଚିତ । ତେବେ ଯେତେବେଳେ ଏହାକୁ କିଣୁଛନ୍ତି ଆପଣଙ୍କର ଏହା ଜାଣିବା ନିହାତି ଜରୁରୀ ସେଥିରେ ଲୁଣର ମାତ୍ରା ଅଛି କି ନାହିଁ ।

ବିଶେଷଜ୍ଞଙ୍କ ମତରେ ସଲ୍ଟେଡ ବଟର ବା ଲୁଣମିଶ୍ରିତ ଲହୁଣୀରେ ସାଧାରଣତଃ ଲୁଣର ମାତ୍ରା ଅଧିକ ଥାଏ । ଏହା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି ପାଇବାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ ଯଦି ଆପଣ ଅନସଲ୍ଟେଡ୍ ବଟର ବା ବିନା ଲୁଣମିଶ୍ରିତ ଲହୁଣୀ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ରୋଷେଇରେ ସାଧାରଣତଃ ଘର ତିଆରି ବଟର ବା ଲହୁଣୀ ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ ଲହୁଣୀରେ ଅଧିକ ପରିମାଣରେ ଆଂଟି-ଆକ୍ସିଡେଟ୍ ରହିଥିବା ସହ କେରୋଟିନ୍ ଓ ଭିଟାମିନ-ଏ ମଧ୍ୟ ପ୍ରଚୁର ପରିମାଣରେ ମିଶିକରି ରହିଥାଏ । ଯାହା ବିଭିନ୍ନ ରୋଗବ୍ୟାଧିରୁ ଶରୀରକୁ ସବୁବେଳେ ଦୂରେଇ ରଖେ ।

ସେହିଭଳି ସଲ୍ଟେଡ୍ ବଟର ବା ଲୁଣ ଥିବା ଲହୁଣୀରେ ସାଧାରଣତଃ ଲୁଣ ଏଥିପାଇଁ ମିଶିଥାଏ ଯେଉଁଥି ପାଇଁ କି ଏହା ବେଶି ସମୟ ସତେଜ ରହିପାରିବ । ମାତ୍ର ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଶରୀରର ପୋଷଣ, ସୋଡିୟମ ସ୍ତର ଓ କୋଲେଷ୍ଟ୍ରଲ ଆଦି ସମସ୍ୟା ବୃଦ୍ଧି ପାଇବାର ଦେଖାଯାଇଥାଏ । ଆଉ ଏହା ମୋଟାପଣ ମଧ୍ୟ ବଢାଇଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.