ଶିଶୁର ଉତ୍ତମ ବିକାଶ ପାଇଁ ଆୟୋଡିନ ଜରୁରୀ

157

ଆୟୋଡିନ ଅଭାବରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସନ୍ତୁ ଏଠାରେ କିଛି ଟିପ୍ପଣୀ ଜାଣିବା ଯାହାଦ୍ୱାରା ଥାଇରଏଡ ଭଳି ସମସ୍ୟାକୁ ରୋକାଯାଇପାରିବ ଏବଂ ନବଜାତ ଶିଶୁର ଉତ୍ତମ ବିକାଶ କରାଯାଇପାରିବ ।

ଏକ ଅନୁଧ୍ୟାନ ମୁତାବକ, ହାରାହାରି ୪.୨କୋଟି ଭାରତୀୟଙ୍କ ପକ୍ଷେ ଥାଇରଏଡ ହର୍ମୋନ ଅସମାନ୍ୟ ଅଟେ । ବିଶ୍ୱରେ ଥାଇରଏଡ ରୋଗୀଙ୍କ ମଧ୍ୟରୁ ୨୧ପ୍ରତିଶତ କେବଳ ଭାରତୀୟ ଥିବା ସଙ୍କେତ ମଧ୍ୟ ମିଳିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଥାଇରଏଡ ଭାଗ ଅଧିକ ଥିବା ଅଧ୍ୟୟନରୁ ଜଣାପଡିଛି । ପୁରୁଷଙ୍କ ମଧ୍ୟରେ ୨୪ପ୍ରତିଶତ ଥିବା ବେଳେ ମହିଳାଙ୍କ ମଧ୍ୟରେ ୨୬ପ୍ରତିଶତ ଭାଗ ଥିବା ଅଧ୍ୟୟନରୁ ଜଣାପଡିଛି । ବିଶ୍ୱ ଆୟୋଡିନ ଅଭାବ ଦିବସରେ ଶରୀରର ସମୂଚିତ ବିକାଶ ଲାଗି ଆୟୋଡିନ ନିହାତି ଆବଶ୍ୟକ ଏବଂ ଏଥିପାଇଁ ସମସ୍ତେ ଜାଗ୍ରତ ରହିବା ଲାଗି ତଥ୍ୟ ପ୍ରଦାନ କରାଯାଇଥିଲା । ଏକ ସାମାନ୍ୟ ବ୍ୟକ୍ତିକୁ ପ୍ରତିଦିନ ୧୫୦ମାଇକ୍ରୋଗ୍ରାମ ଆୟୋଡିନ ଜରୁରୀ । ମାତ୍ର ସାମାନ୍ୟ ମହିଳାଙ୍କ ତୁଳନାରୁ ଗର୍ଭବତୀ ମହିଳାଙ୍କୁ ଅଧିକ ଆୟୋଡିନ ଜରୁରୀ । କାରଣ ଆୟୋଡିନର ମାତ୍ରା କମିବା ହେତୁ ଗର୍ଭବତୀ ମହିଳା ଓ ତାଙ୍କ ଶିଶୁ ଉପରେ କୁପ୍ରଭାବ ପଡିଥାଏ ।

ଇଣ୍ଡିଆନ୍ ମେଡିକାଲ ଆସୋସଏସନ (ଆଇଏମଏ)ର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. କେ.କେ. ଅଗ୍ରୱାଲ କହିଛନ୍ତି ଆୟୋଡିନ ଥାଇରଏଡ ଗ୍ରନ୍ଥିରେ ଏକତ୍ରିତ ହୁଏ । ଏହା ଥାଏରୋକ୍ସିନ(ଟି୩) ତଥା ଟ୍ରାଇଆୟୋଡୋଥାରୋନିନ( ଟି୪) ଥାଇରଏଡ ହର୍ମୋନ ଉତ୍ପାଦନ ଲାଗି ମହତ୍ୱପୂର୍ଣ ଅଟେ । ଶରୀରରେ ଥିବା କୋଶ ଗୁଡିକର ବିକାଶ ହେତୁ ଥାଇରଏଡ ହର୍ମୋନର ଆବଶ୍ୟକତା ରହିଛି । ଅସ୍ଥି ଏବଂ ମସ୍ତିକର ବିକାଶ ଲାଗି ଏହା ଜରୁରୀ । ସେ ଏହା ମଧ୍ୟ କହିଛନ୍ତି ଗର୍ଭଧାରଣ ଯୋଜନା କରୁଥିବା ମହିଳା ନିଜ ଖାଦ୍ୟରେ ଆୟୋଡିନର ମାତ୍ରା ଉପରେ ଗୁରୁତ୍ୱ ଦେବା ଉଚିତ୍ । ଏବଂ ଉଚିତ୍ ପରିମାଣର ଆୟୋଡିନ ବ୍ୟବହାର ଉପରେ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ଆୟୋଡିନର ଆବଶ୍ୟକତା ପୂରଣ ପାଇଁ ସୁସ୍ଥ ଓ ବିବିଧତାପୂର୍ଣ ଆହାର ଆବଶ୍ୟକ ହୋଇଥାଏ ।

ଆୟୋଡିନଯୁକ୍ତ ଖାଦ୍ୟ :

ପନିର, ସାମୂଦ୍ରିକ ଲୁଣ, ଅଣ୍ଡା, କ୍ଷୀର, ଦହି ଏସବୁ ମଧ୍ୟରେ ଆୟୋଡିନର ଗୁଣ ଭରପୂର ମାତ୍ରାରେ ଥାଏ । ଏହାଛଡା କଦଳୀ, ସବୁଜ ପନିପରିବା, ପିଆଜ, ବାଦାମ ଇତ୍ୟାଦି ରେ ମଧ୍ୟ ଆୟୋଡିନ ଥାଏ ।