ତମାଖୁ,ଗୁଟୁଖା ଖାଇବା ଭଳି ଅଭ୍ୟାସକୁ ଛଡାଇବାକୁ ଚାହୁଁଛନ୍ତି କି? ତେବେ ମନେରଖନ୍ତୁ ଏହି ୫ଟି କଥା, ଯେତେ ପୁରୁଣା ହୋଇଥିଲେ ବି ମାତ୍ର ୭ଦିନ ଭିତରେ ହୋଇଯିବ ଛୁଁ

Advertisment
ତମାଖୁ,ଗୁଟୁଖା ଖାଇବା ଭଳି ଅଭ୍ୟାସକୁ ଛଡାଇବାକୁ ଚାହୁଁଛନ୍ତି କି? ତେବେ ମନେରଖନ୍ତୁ ଏହି ୫ଟି କଥା, ଯେତେ ପୁରୁଣା ହୋଇଥିଲେ ବି ମାତ୍ର ୭ଦିନ ଭିତରେ ହୋଇଯିବ ଛୁଁ

Source:dailyhunt.in

ଗୁଟୁଖା ତଥା ତମାଖୁ ଭଳି ମାରାତ୍ମକ ଜିନିଷର ଭୟାବହତା ବିଷୟରେ ସମସ୍ତେ ଅବଗତ । ଆଉ ଏଥିପାଇଁ ସାରା ଦିନରେ ଚାଲିଛି ସଚେତନତା ଅଭିଯାନ । କାରଣ ଗୁଟୁଖା, ତମାଖୁ ତଥା ଧୂମ୍ରପାନ କରିବା ଦ୍ୱାରା ଆମ ଶରୀର ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ । ସେଥିପାଇଁ ତ ଆପଣ ଦେଖିଥିବେ ବିଭିନ୍ନ ସିଗାରେଟ୍ ଏବଂ ତମାଖୁ ତଥା ଗୁଟୁଖା ପ୍ୟାକେଟ୍ ଉପରେ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବଡ ବଡ ଅକ୍ଷରରେ ଲେଖାଯାଇ ଲୋକଙ୍କୁ ସଚେତନ କରାଯାଇଥାଏ ।

କାରଣ ଏସବୁ ଜିନିଷ ସେବନ କରିବା ଦ୍ୱାରା ମୁହଁ, ପେଟ, ଲିଭର, ଗଳା ଏବଂ ବିଭିନ୍ନ ଆଭ୍ୟନ୍ତରରୀଣ ଅଙ୍ଗରେ କ୍ୟାନସର ଭଳି ବଡ ରୋଗ ହେବାର ବହୁତ ସମ୍ଭାବନା ରହିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା କି, ଏହାର ଭୟାବହତା ସଂପର୍କରେ ଲୋକେ ଜାଣିଥିବା ସୁଦ୍ଧା ଏଗୁଡିକୁ ସେବନ କରିବା ବନ୍ଦ କରିନଥାନ୍ତି । ଯଦି ଆପଣ ବି ଏଭଳି ଜିନିଷ ସେବନ କରୁଛନ୍ତି ଆଉ ଏହାକୁ ଛାଡିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ତରିକା ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣ ମାତ୍ର ୭ଦିନ ମଧ୍ୟରେ ଏଗୁଡିକୁ ଖାଇବା ପୂରାପୂରି ଭୁଲି ଯିବେ । ତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ. . .

• ସର୍ବ ପ୍ରଥମେ ଆପଣଙ୍କୁ ନିଜକୁ କଥା ଦେବାକୁ ହେବ କି, ଆପଣ କୌଣସି ବି ପରିସ୍ଥିତିରେ ତମାଖୁ ଖାଇବେ ନାହିଁ । କାରଣ ଅଧିକାଂଶ ସମୟରେ ଦେଖାଯାଏ କି, ଲୋକେ ତମାଖୁ ଖାଇବା ଛାଡି ଦେଇଥିଲେ ସୁଦ୍ଧା ସାଙ୍ଗ ମେଳରେ ତଥା ଅନ୍ୟ କାହା କଥାରେ ପଡି ଏହାକୁ ପୁଣି ଥରେ ଖାଇବା ଆରମ୍ଭ କରିଦେଇଥାନ୍ତି । ତେଣୁ ଅନ୍ୟଙ୍କୁ ଏଭଳି କାମ ନକରିବାକୁ ପରାମର୍ଶ ଦିଅନ୍ତୁ । ଦେଖିବେ ସେମାନେ ବି ଆପଣଙ୍କ ପରିସ୍ଥିତି ବୁଝିପାରିବେ ।

• ତମାଖୁ ଛାଡିବା ପରେ ତାକୁ ଖାଇବାକୁ ବାରମ୍ବାର ଇଚ୍ଛା ହୋଇଥାଏ । ତେଣୁ ଏଭଳି ପରିସ୍ଥ୍ିତିରେ ଆପଣ ଚକୋଲେଟ୍ କିମ୍ବା ଗୁଜୁରାତି କିମ୍ବା ପାନମହୁରୀ ଖାଇବାକୁ ଚେଷ୍ଟା କରନ୍ତୁ ।

• ସେହିପରି ଯେତେବେଳେ ବି ଗୁଟୁଖା ଖାଇବାକୁ ଇଚ୍ଛା ହେବ ସେତେବେଳେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

• ଯଦି ଆପଣ ଦିନକୁ ୭ଟା ଲେଖାଏଁ ଗୁଟୁଖା ଖାଉଛନ୍ତି । ଆଉ ଏହାକୁ ଏକା ବେଳକେ ଛାଡିବାକୁ ଆପଣ ଭୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆପଣ ଦିନକୁ ଗୋଟିଏ ଲେଖାଏଁ କମେଇ କରି ଖାଆନ୍ତୁ । ଦେଖିବେ ସାତ ଦିନ ମଧ୍ୟରେ ଆପଣ ଗୁଟୁଖା ଖାଇବା ପୂରାପୂରି ଭୁଲିଯାଇଥିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe