ପିଲାଙ୍କୁ କୌଣସି ବି ବିପଦରୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସେମାନଙ୍କ ସହ ସେୟାର କରନ୍ତୁ ଏହି ୮ଟି କଥା

98

ଆଜିକାଲି ଶିଶୁ ଅପହରଣ ଏବଂ ସେମାନଙ୍କ ସହ ଘଟୁଥିବା ଅପରାଧ କିଛି ନୂଆ କଥା ନୁହେଁ । ଏହା ବର୍ତ୍ତମାନ ବହୁଳ ଭାବେ ବୃଦ୍ଧି ହେବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏବଳି ଅପରାଧର ଶିକାର ହେବା ନେଇ ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଉଛି । ତେଣୁ ଏହାକୁ ରୋକିବା ଲାଗି ସମସ୍ତ ବାପା-ମା’ ସତର୍କତା ଅବଲମ୍ବନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଜଣାଇବୁ ଯାହା ଆପଣ ନିହାତି ଜାଣି ରଖିବା ଉଚିତ ଓ ଏଥିସହିତ ନିଜ ପିଲାମାନ୍ରୁ ମଧ୍ୟ ଶିଖାଇବା ଉଚିତ । ତେବେ ଆସନ୍ତୁ ଜାଣିବା. . . .

-ସର୍ବ ପ୍ରଥମେ ଆପଣ କୋଡୱାର୍ଡ ପ୍ରକ୍ରିୟା ଆପଣେଇ ପାରିବେ । ଏହା ଏକ ସଫଳ ଉଦାହରଣ ଅଟେ । ନିଜ ଶିଶୁକୁ କିଛି ଏଭଳି କଠିନ କୋଡୱାଡ କୁହନ୍ତୁ ଯାହାର ଅନ୍ୟ ଲୋକମାନେ ଅନୁମାନ ଲଗାଇବା ମଧ୍ୟ କାଠିକର ପାଠ ହୋଇଯିବ ।

-ଆପଣଙ୍କୁ ଛୁଆଙ୍କୁ କଠିନରୁ କଠିନ ସମସ୍ୟାରେ ଥିଲେ ମଧ୍ୟ ଭୟ ନକରିବା ପାଇଁ ଶିଖାନ୍ତୁ । ଅଜଣା ବ୍ୟକ୍ତି ଯେତେ ବି ବଡ ଦୁର୍ଘଟଣା କିମ୍ବା ଲୋଭ ଦେଖାଇବାକୁ ଚେଷ୍ଟା କଲେ ମଧ୍ୟ ଧୈର୍ଯ୍ୟର ସହ ପରିସ୍ଥିତିକୁ ସାହସର ସହ ସମ୍ଭାଳିବା ପାଇଁ କୁହନ୍ତୁ । ଆଖପାଖରେ ଥିବା ଲୋକଙ୍କ ଠାରୁ ଫୋନ ନେଇ ଘରର ଅନ୍ୟ ସଦସ୍ୟଙ୍କୁ କଲ କରିବା ପାଇଁ ପରାମର୍ଶ ଦିଅନ୍ତୁ ।

-ଶିଶୁଙ୍କ ବ୍ୟାଗରେ ଆଇକାର୍ଡ ନିଶ୍ଚିତ ରୂପେ ରଖନ୍ତୁ । ଯେଉଁଥିରେ ଘର ନମ୍ବର କିମ୍ବା ମୋବାଇଲ ନମ୍ବର ଆଦି ରହିଥାଏ ତାହା ରହିବା ନିହାତି ଜରୁରୀ ।

-ଶିଶୁକୁ ସର୍ବଦା ଜିପିଏସ ଟ୍ରାକିଂ ପିନ୍ଧିବା ପାଇଁ ପରାମର୍ଶ ଦିଅନ୍ତୁ । ଆଜିକାଲି ଏହି ଡିଭାଇସରେ ଏଭଳି ସିଷ୍ଟମ ମଧ୍ୟ ରହୁଛି ଯେ , ଯେତେବେଳେ ପିଲା କୌଣସି ଅସୁବିଧାର ସମ୍ମୁଖିନ ହେବ ସେହି ଡିଭାଇସ ଜରିଆରେ ଘରକୁ ମେସେଜ ଏବଂ କଲ ମଧ୍ୟ କରିପାରିବ । ଏହାଦ୍ୱାରା ଆପଣ ମଧ୍ୟ ଆପଣଙ୍କ ମୋବାଇଲ ଜରିଆରେ ଅନୁମାନ ଲଗାଇ ପାରିବେ ଆପଣଙ୍କ ଶିଶୁ କେଉଁ ସ୍ଥାନରେ ଅଛି ।

-ଆପଣଙ୍କ ପିଲା ଯଦି ସୋସିଆଲ ମିଡିଆ ସମ୍ପର୍କରେ ସବୁବେଳେ ରହୁଛି ତେବେ ଏହାର ପତ୍ତା ଲଗାନ୍ତୁ କି ଆପଣଙ୍କ ପିଲା ସେୟାର କରୁଥିବା ତଥ୍ୟ ପିଲାକୁ ଅସୁବିଧାରେ ପକାଇବ ନାହିଁ ତ ଏବଂ ସେ ସୋସିଆଲ ମିଡିଆ ଜରିଆରେ କାହା ସହ ସମ୍ପର୍କରେ ରହୁଛନ୍ତି ସେ ସମସ୍ତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ।

– ପିଲାର ଚାଲି ଚଳଣରେ ପରିବର୍ତ୍ତନ ଦେଖାଦେଲେ ଆପଣ ତାଙ୍କୁ ଭଲ ପାଇବା ଦେଇ ସମସ୍ତ ତଥ୍ୟ ଜାଣନ୍ତୁ ଏବଂ ତାଙ୍କୁ ସାହାଯ୍ୟ କରନ୍ତୁ ।

-ଆପଣଙ୍କ ଶିଶୁକୁ ଜଣାନ୍ତୁ ଯେ ଅଜଣା ବ୍ୟକ୍ତି କିଛି ପ୍ରଲୋଭନ ଦେଖାଇଲେ ନିଅନ୍ତୁ ନାହିଁ ଏବଂ ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ନେବାରୁ ଦୂରେଇ ରୁହନ୍ତୁ ।

-ଆପଣ ଯେଉଁ ସମସ୍ତ ତାଲିମ ଆପଣଙ୍କ ଶିଶୁକୁ ଦେଇଛନ୍ତି ସେ ସମସ୍ତ ତାଲିମ ବାରମ୍ବାର ଅଭ୍ୟାସ କରାନ୍ତୁ । ଯାହାଦ୍ୱାରା ପିଲାର ସମସ୍ତ କଥା ଭଲ ଭାବେ ମନେ ରହିବ ।