ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କ ଅପର୍ ଲିପ୍ ବା ଓଠର ଉପରିଭାଗରେ ହେଉଥିବା କେଶକୁ ନେଇ ଚିନ୍ତାରେ ରହୁଛନ୍ତି । କାହିଁକି ନା ଏଥିପାଇଁ ସେମାନଙ୍କୁ ଅନେକ ସମୟରେ ଅନ୍ୟର ମଜାର କାରଣ ବନିବାକୁ ପଡ଼ୁଛି । ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ କହିବୁ । ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ ।

Advertisment

ହଳଦୀ ଏବଂ ପାଣିର ଉପଯୋଗ

publive-imageଆପଣ ଏକ ଚାମଚ ହଳଦୀ ପାଉଡ଼ରରେ ଏମିତି ମାତ୍ରାରେ ପାଣିକୁ ମିଶ୍ରଣ କରନ୍ତୁ,ଯେପରିକି ତାହା ଏକ ଗାଢ଼ା ପେଷ୍ଟ୍ ଭଳି ପ୍ରସ୍ତୁତ ହେବ !ଏହାପରେ ଆପଣ ଏହି ପେଷ୍ଟକୁ ଆପଣଙ୍କ ଓଠର ଉପରିଭାଗରେ ଧୀରେ ଧୀରେ ଲଗାନ୍ତୁ । ୩୦ ମିନିଟ୍ ପରେ ଏହାକୁ ପୋଛି ଛଡ଼ାଇବାକୁ ହେବ। ତେବେ ଆପଣଙ୍କୁ ଏହି ଉପାୟଟିକୁ ଅତିକମରେ ୪ ସପ୍ତାହ କରିବାକୁ ହେବ। ଏହା ଫଳରେ ଆପଣଙ୍କ ଓଠର ଉପରି ଭାଗରେ ହେବାକୁ ଥିବା କେଶର ବିକାଶକୁ ଏହା ଶୁଖାଇ ଦେଇଥାଏ ।

ଲେମ୍ବୁ,ଚିନି ଏବଂ ପାଣିର ଉପଯୋଗ

publive-imageଆପଣ ଏକ ପାତ୍ରରେ କିଛି ପରିମାଣର ଲେମ୍ବୁ ରସ,ଚିନି ଏବଂ ପାଣି ଆଣି ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।ଏହାପରେ ଆପଣ ଏହାକୁ ଆପଣଙ୍କ ଓଠର ଉପରି ଭାଗରେ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖି ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ ।

ଅଣ୍ଡାର ଧଳା ଅଂଶ ଏବଂ ଚିନିର ଉପଯୋଗ

publive-imageଆପଣ ଏକ ଚାମଚ ଅଣ୍ଡାର ଧଳା ଅଂଶରେ ଏକ ଚାମଚ ଅଟା ଓ ଏକ ଚାମଚ ଚିନିକୁ ମିଶାଇ ଦେଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଏହାକୁ ଆପଣଙ୍କ ଓଠର ଉପରି ଭାଗରେ ଲଗାଇଦିଅନ୍ତୁ । ତେବେ ଆପଣଙ୍କୁ ସପ୍ତାହକ ମଧ୍ୟରେ ୨ଥର ଏପରି କରିବାକୁ ହେବ ।