ପଣା ସଂକ୍ରାନ୍ତିରେ ବିଶେଷ ବ୍ୟଞ୍ଜନ : ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ବେଲପଣା

Advertisment
ପଣା ସଂକ୍ରାନ୍ତିରେ ବିଶେଷ ବ୍ୟଞ୍ଜନ : ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ବେଲପଣା

Source:YouTube

ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଅଧିକାଂଶ ଓଡ଼ିଆ ଲୋକଙ୍କ ଘରେ ପଣା ପ୍ରସ୍ତୁତ ହୋଇଥାଏ । ସମସ୍ତେ ପ୍ରାୟତଃ ବେଲରେ ପଣା ତିଆରି କରି ଅତିଥି ଓ ସାହିପଡ଼ିଶାଙ୍କୁ ଆପ୍ୟାୟିତ କରିଥାନ୍ତି । ଖାଲି ସେତିକି ନୁହେଁ, କେତେକ ଅନୁଷ୍ଠାନ ପକ୍ଷରୁ ବି ଏହି ଅବସରରେ ବିପୁଳ ମାତ୍ରାରେ ପଣା ତିଆରି କରାଯାଇ ବଣ୍ଟା ଯାଇଥାଏ । ତେବେ ଆସନ୍ତୁ ଜାଣିବା କିପରି ସ୍ୱାଦିଷ୍ଟ ବେଲ ପଣା ତିଆରି କରି ହେବ ?

publive-image

ଘରେ ପଣା ତିଆରି କରିବାକୁ ଆବଶ୍ୟକୀୟ ସାମଗ୍ରୀ ୧. ଗୋଟିଏ ବଡ଼ ବେଲ, ୨-୪ଟି ପାଚିଲା କଦଳୀ, ୩. ଏକ କପ୍ କଟା ଆମ୍ବ ଖଣ୍ଡ ୪. ଏକ କପ୍ ମହୁ ୫. ଅଧ କପ ଦହି ୬. ୨୦୦ ଗ୍ରାମ୍ ଚିନି ବା ଗୁଡ଼ ୭. ଏକ କପ୍ ଚିପୁଡ଼ା ଛେନା ୮. ୨ଟି ଗୁଜୁରାତି, ୯. ଅଳ୍ପ କାଜୁବାଦାମ ୧୦. ଏକ କପ୍ ନଡ଼ିଆ କୋରା ୧୧. ଏକ ଚାମଚ ଗୋଲମରିଚ ଗୁଣ୍ଡ ।

publive-image

ପ୍ରଥମେ ବେଲକୁ ଫଟାଇ ଭଲ ଭାବେ କୋରି ଦିଅନ୍ତୁ । ତା’ପରେ ଉକ୍ତ ବେଲ କୋରା, ପାଚିଲା କଦଳୀ, ଆମ୍ବ ଖଣ୍ଡ, ଦହି, ଚିନି, ଛେନା, ଗୁଜୁରାତି ସହିତ ଦୁଇ ଗ୍ଲାସ୍ ପାଣି ମିଶାଇ ଭଲ ଭାବେ ମିକ୍ସରରେ ଗ୍ରାଇଣ୍ଡ୍ କରି ଦିଅନ୍ତୁ ।

publive-image

ତା’ପରେ ତା’କୁ ଛାଣି ଗ୍ଲାସରେ ଭର୍ତ୍ତି କରନ୍ତୁ । ତା’ଉପରେ ନଡ଼ିଆ କୋରା, କାଜୁ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏବେ ବେଲ ପଣା ପ୍ରସ୍ତୁତ ହୋଇଗଲା । ଏବେ ତାକୁ ପରିବେଷଣ କରନ୍ତୁ । ଆପଣ ଚାହିଁଲେ ତା’ଉପରେ ରାବିଡ଼ି ବି ଦେଇପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe