ବହୁତ ପ୍ରଚେଷ୍ଟା ସତ୍ତ୍ୱେ ବି ଆପଣଙ୍କର ଓଜନରେ ବୃଦ୍ଧି ଘଟୁନାହିଁ। ତେବେ ଏ ନେଇ ଦାୟୀ ଅଟେ ଆପଣଙ୍କର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା। ଜଣାଶୁଣା ଡାଇଟିସିଆନ୍ ଡ଼. ସୁନୀତା ରାୟ୍ ଚୌଧୁରୀ ବ୍ୟକ୍ତିର ଓଜନ ନ ବଢ଼ିବାର ପ୍ରକୃତ କାରଣ ବିଷୟରେ ଜଣାଇଛନ୍ତି । ଏଥିସହ ଆପଣ କିପରି ଆପଣଙ୍କର ପତଳା ଶରୀରର ଓଜନ ବୃଦ୍ଧି କରିପାରିବେ, ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ।
ପେଟ ଜନିତ ସମସ୍ୟା ରହିଥିଲେ
ସାଧାରଣତଃ ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍ ଭଳି ପେଟ ଜନିତ ସମସ୍ୟା ରହିଥିଲେ ବ୍ୟକ୍ତିର ଶରୀରରେ ନ୍ୟୁଟ୍ରିଏଣ୍ଟ୍ସ୍ ଠିକ୍ ଭାବରେ ଆବଜର୍ଭ ହୋଇପାରି ନଥାଏ । ଏହାଦ୍ୱାରା ବ୍ୟକ୍ତିର ଓଜନ କମ୍ ରହିଥାଏ ।
ନ୍ୟୁଟ୍ରିସନର ପରିମାଣ କମ୍ ରହିଥିଲେ
ତେବେ ଡାଏଟରେ ଭିଟାମିନ୍, ଆଇରନ୍, ମିନେରାଲ୍ସ ଏବଂ ଫ୍ୟାଟ୍ସ ଭଳି ନ୍ୟୁଟ୍ରିଏଣ୍ଟସର କମ୍ ମାତ୍ରାରେ ରହିବାକୁ ନେଇ ମଧ୍ୟ ବ୍ୟକ୍ତିର ଓଜନ ବଢ଼ିବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।
ମେଟାବୋଲିକ୍ସ
ଆପଣ ଭରପୁର ମାତ୍ରାରେ ଖାଦ୍ୟ ଖାଉଥିଲେ ବି ଆପଣଙ୍କର ଓଜନରେ ବୃଦ୍ଧି ଘଟୁନାହିଁ । ତେବେ ଜାଣନ୍ତୁ କି ଆପଣଙ୍କର ଫାଷ୍ଟ୍ ମେଟାବୋଲିଜ୍ମ ହୋଇଛି । ଏହା ହେବା ଯୋଗୁଁ ବ୍ୟକ୍ତି ଯେତେ ପରିମାଣରେ ଖାଇଲେ ବି ସେ ହଜମ ହୋଇ ନଥାଏ ।
ଭୁଲ୍ ଏକ୍ସରସାଇଜ୍ କରଣକୁ ନେଇ
ଅଧିକ ମାତ୍ରାରେ କଠିନ ଏକ୍ସରସାଇଜ୍ କରିବାକୁ ନେଇ ବ୍ୟକ୍ତିର ଶରୀରର କ୍ୟାଲୋରି ଖୁବ୍ ମାତ୍ରାରେ ଖର୍ଚ୍ଚ ହୋଇଥାଏ । ଯାହାକି ବ୍ୟକ୍ତିର ଓଜନକୁ ବଢ଼ାଇ ଦିଏ ନାହିଁ । ତେଣୁ ଆପଣ ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ନେଇ ହିଁ ଆପଣଙ୍କର ଏକ୍ସରସାଇଜର ସିଡ଼୍ୟୁଲଟି ପ୍ଲାନ୍ କରନ୍ତୁ।
କମ୍ ମାତ୍ରାରେ ଶୋଇବା କାରଣକୁ ନେଇ
ଶୋଇବା ସମୟରେ କାଁର୍ଟିସୋଲ ହର୍ମୋନ୍ର ତିଆରି ହୋଇଥାଏ, ଯାହାକି ମାଂସପେଶୀ ସୃଷ୍ଟିହେବାରେ ସାହାଯ୍ୟ କରିଥାଏ । ତେଣୁ ଆପଣ ଯଦି ଏକ୍ସରସାଇଜ୍ କରିବା ସହିତ ଯଦି ପର୍ଯ୍ୟାପ୍ତ ପରିମାଣରେ ନ ଶୁଅନ୍ତି ତ, ତେବେ ଆପଣଙ୍କର ଓଜନରେ ବୃଦ୍ଧି ଘଟିବ ନାହିଁ ।
ଷ୍ଟ୍ରେସ୍ କାରଣକୁ ନେଇ
ଷ୍ଟ୍ରେସ୍ କାରଣକୁ ନେଇ ବ୍ୟକ୍ତିକୁ ଭୋକର ପରିମାଣ କମ୍ ହୋଇଥାଏ, ଯାହାକି ତାହାର ସିଡ଼୍ୟୁଲକୁ ଗଡ଼ବଡ଼ କରିଦେଇଥାଏ । ଏହାଦ୍ୱାରା ଓଜନ ବଢ଼ିବାରେ ସମସ୍ୟା ଦେଖାଦେଇଥାଏ ।
କମ୍ ପରିମାଣରେ ଖାଇବା
ସମସ୍ତଙ୍କୁ ସାଧାରଣତଃ ଖାଦ୍ୟର ଆବଶ୍ୟକତା ଅଲଗା-ଅଲଗା ପ୍ରକାରର ହୋଇଥାଏ । ତେଣୁ ଯଦି ବ୍ୟକ୍ତି ତାହାର ଶରୀରର ଆବଶ୍ୟକତା ଅନୁଯାୟୀ ତାହାର ଖାଦ୍ୟକୁ ଖାଇ ନଥାଏ ତ, ତେବେ ତାହାର ଓଜନ କମ୍ ହୋଇଥାଏ ।