ବଳି ପଡିଥିବା ସାବୁନକୁ ଫିଙ୍ଗି ଦେଉଛନ୍ତି କି ? ତେବେ ଘରେ ବସି ମାତ୍ର ୫ ମିନିଟରେ ଏଥିରୁ ପ୍ରସ୍ତୁତ କରିପାରିବେ ୧୦୦ଟଙ୍କିଆ ହ୍ୟାଣ୍ଡୱାସ୍, ଜାଣନ୍ତୁ ପୂରା ପ୍ରକ୍ରିୟା

97

ବଡ କଥା ହେଲା ଏଥିପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିବନି କି ଅନ୍ୟ କୌଣସି ଜିନିଷର ଆବଶ୍ୟକତା ମଧ୍ୟ ପଡିବ ନାହିଁ । କେବଳ ବଳି ପଡିଥିବା ସାବୁନର କିଛି ଖଣ୍ଡ ଏଥିପାଇଁ ଦରକାର ପଡିବ । ଏହି ସାବୁନ ଖଣ୍ଡରୁ ହିଁ ଆପଣ ଏତେ ମାତ୍ରାରେ ହ୍ୟାଣ୍ଡୱାସ ପ୍ରସ୍ତୁତ କରିପାରିବେ , ଯାହାର ବଜାର ଦର ପାଖାପାଖି ୧୦୦ଟଙ୍କାରୁ କମ୍ ହେବନାହିଁ । ବଳକା ସାବୁନ ଖଣ୍ଡ ସହିତ ଆପଣଙ୍କୁ ମିକ୍ସର, ଗୋଟିଏ ଗ୍ଲାସ ଗରମ ପାଣି ଏବଂ ଗୋଟେ ଚାମଚ ଡେଟଲର ଆବଶ୍ୟକତା ପଡିବ । ଏସବୁ ଗୁଡିକର କମ୍ବିନେସନରୁ ଆପଣ ୫୦୦ଏମଏଲରୁ ଅଧିକ ହ୍ୟାଣ୍ଡୱାସ ତିଆରି କରିପାରିବେ ।

ଯଦି ଆପଣଙ୍କ ଘରେ ବଳକା ସାବୁନ ଖଣ୍ଡ ନାହିଁ ତେବେ ଆପଣ ମାତ୍ର ୧୦ ଟଙ୍କିଆ ଦେହଲଗା ସାବୁନ ଆଣି ମଧ୍ୟ ଏଥିରୁ ହ୍ୟାଣ୍ଡୱାସ୍ ପ୍ରସ୍ତୁତ କରିପାରିବେ । ଯଦି ଆପଣ ଅଧିକ ଭଲ କ୍ୱାଲିଟିର ହ୍ୟାଣ୍ଡୱାସ୍ ତିଆରି କରିବାକୁ ଚାହୁଁଛନ୍ତି ତେବେ ଆପଣ କୌଣସି ମହଙ୍ଗା ତଥା ଭଲ ବ୍ରାଣ୍ଡର ସାବୁନ ଏଥିପାଇଁ ବ୍ୟବହାର କରିପାରିବେ ।

ହ୍ୟାଣ୍ଡୱାସ ପ୍ରସ୍ତୁତ କରିବାର ପୂରା ପ୍ରକ୍ରିୟା

• ସର୍ବପ୍ରଥମେ ସମସ୍ତ ସାବୁନ ଖଣ୍ଡକୁ ଏକାସାଥିରେ ମକ୍ସରରେ ପକାଇ ଦିଅନ୍ତୁ । ଯଦି ଆପଣ ନୂଆ ସାବୁନ ରୁ ହ୍ୟାଣ୍ଡୱାସ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ସାବୁନଟିକୁ ଛୋଟ ଛୋଟ ଖଣ୍ଡରେ ଭାଗ କରି ମିକ୍ସରରେ ପକାଇଦିଅନ୍ତୁ ।

• ଏବେ ମିକ୍ସରରେ କିଛି ପରିମାଣରେ ପାଣି ଦିଅନ୍ତୁ । ତେବେ ପାଣି ସାବୁନ ଖଣ୍ଡ ବୁଡିବା ଯାଏ ଦିଅନ୍ତୁ ବେଶି ଦିଅନ୍ତୁ ନାହିଁ ।

• ଏହାପରେ ମିକ୍ସରକୁ ଚଲାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ହେଲେ ଧ୍ୟାନ ରଖିବେ କି, ପ୍ରସ୍ତୁତ କରୁଥିବା ପେଷ୍ଟଙ୍କି ସଂପୂର୍ଣ୍ଣ ଭାବରେ ଗାଢ ହୋଇଥିବା ଦରକାର ।

• ଏହାପରେ ଏଥିରେ ଗୋଟିଏ ଗ୍ଲାସ୍ ଗରମ ପାଣି ମିଶାଇ ତାକୁ ଭଲ ଭାବରେ ଫେଂଟନ୍ତୁ । ଏଥିସହିତ ହିଁ ଆପଣ ରଖିଥିବା ଡେଟଲକୁ ବି ମିଶାଇ ଦିଅନ୍ତୁ ।

• ଏବେ ଏହାକୁ ଭଲ ଭାବରେ ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ଫେଂଟନ୍ତୁ । ଏବେ ଆପଣଙ୍କ ହ୍ୟାଣ୍ଡୱାସ୍ ପୂରା ପ୍ରସ୍ତୁତ ହୋଇଯିବ ।

• ଏହାପରେ ଆପଣ ଏହାକୁ ଏକ ଭଲ ବୋତଲ ପୁରାଇ ବ୍ୟବହାର କରିପାରିବେ ।