ଆପଣ ନିଜର ଓଜନ ବଢିବା ନେଇ ଚିନ୍ତିତ କି ? କେମିତି ଏ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ ତରିକା

ଆପଣ ନିଜର ଓଜନ ବଢିବା ନେଇ ଚିନ୍ତିତ କି ? କେମିତି ଏ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ ତରିକା

source-http://galerikonveksi.com

publive-imageକନକ ବ୍ୟୁରୋ : ଆଜିକାଲି କାର୍ଯ୍ୟବ୍ୟସ୍ତତା ହେତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କାହା ପାଖରେ ସମୟ ରହୁ ନାହିଁ । ସମସ୍ତେ ଚାହୁଁଛନ୍ତି କେମିତି କମ୍‌ ସମୟ ମଧ୍ୟରେ କାମ ହୋଇଯିବ ଓ ବାକି ସମୟ ମଉଜମସ୍ତିରେ ବିତାଇବୁ । ତେଣୁ କେତେ ଜଲଦି କାମ ସରିବ, ସେହି ବିଷୟରେ ସମସ୍ତଙ୍କର ଧ୍ୟାନ ରହୁଛି । ସେଥିପାଇଁ ଅଧିକାଂଶ କାମ ସହଜ ହେବା ଲାଗି ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରିଥାଆନ୍ତି । ଫଳରେ ବହୁତ ଜଲଦି କାମ ସରିଯାଏ । ଲୋକ ମଧ୍ୟ ଅଳସୁଆ ହୋଇଯାଆନ୍ତି । ଅଳସୁଆ ହୋଇଯିବା ଫଳରେ ଓଜନ ମଧ୍ୟ ବଢିଯାଏ । ଓଜନ ବଢିବା ଦ୍ୱାରା ବହୁତ ପ୍ରକାରର ଅସୁବିଧା ହୋଇଥାଏ ।

ଯଦି ଠିକ୍‌ ସମୟ ଭିତରେ ଓଜନ ନିୟନ୍ତ୍ରଣ କରା ନ ଯିବ ତ ସବୁ ବେଠିକ୍‌ ହୋଇଯିବ । ପରିସ୍ଥିତି ବିଗିଡ଼ିଯିବ। ୟୁଏସ୍‌ ଓବେସିଟି ଆସୋସିଏସନ୍‌ କହିଛନ୍ତି ଯେ ଓଜନ କମ୍‌ କରିବା ଦ୍ୱାରା ଅନେକ ରୋଗ ବହୁ ପରିମାଣରେ ନିୟନ୍ତ୍ରିତ ହୋଇପାରିବ।

publive-imageଓଜନ ବଢିଲେ ହୃଦରୋଗ ହେବାର ବହୁ ସମ୍ଭାବନା ରହିଥାଏ । ଓଜନ କମ୍‌ କରିବା ଦ୍ୱାରା ହୃଦରୋଗ ଆଶଙ୍କା ୮୨ ପ୍ରତିଶତ କମ୍‌ ହେବାର ସମ୍ଭାବନା ରହିଛି । ଚର୍ବି ହେତୁ ଲିଭର ଡିଜିଜ୍‌ ମଧ୍ୟ ୯୦ ପ୍ରତିଶତ କମ୍‌ ହେବାର ସମ୍ଭାବନା ରହିଛି । ହାଇପରଟେନ୍‌ସ/ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ମଧ୍ୟ ୫୨ ରୁ ୯୨ ପ୍ରତିଶତ କମ୍‌ ହେବାର ସମ୍ଭାବନା ରହିଛି । ଓଜନ ବଢିବା ଦ୍ୱାରା ଡାଇବେଟିସ୍‌ ହେବାର ବହୁତ ସମ୍ଭାବନା ବି ରହିଛି । ଯଦି ଆମେ ଓଜନକୁ ନିୟନ୍ତ୍ରିତ କରିବା, ତ’ହେଲେ ଡାଇବେଟିସ୍‌ ହେବାର ଆଶଙ୍କା ୮୩ ପ୍ରତିଶତ କମି ଯାଇଥାଏ।। ସେହିପରି ଆଣ୍ଠୁଗଣ୍ଠି ଦରଜ ଆଦି ସମସ୍ୟା ମଧ୍ୟ ୪୧ରୁ ୭୬ ପ୍ରତିଶତ କମିଯିବାର ସମ୍ଭାବନା ରହିଛି । ମୋଟା ହେବା ଦ୍ୱାରା ନିଦ ଠିକ୍‌ ଭାବରେ ହୋଇ ନ ଥାଏ । ତେଣୁ ଓଜନ ହ୍ରାସ ଦ୍ୱାରା ନିଦ ନ ଆସିବାର ଅସୁବିଧା ୭୪ରୁ ୯୮ ପ୍ରତିଶତ କମ୍‌ ହୋଇଯାଏ । ଭଲ ନିଦ ମଧ୍ୟ ଆସେ । ଡିପ୍ରେସନ ମଧ୍ୟ କମ୍‌ ହୋଇଯାଏ । ଏହା ପ୍ରାୟ ୫୫ ପ୍ରତିଶତ କମ୍‌ ହୋଇଯାଏ ।

ଓଜନ ହ୍ରାସ ଆମେ ମଧ୍ୟ ସହଜରେ କରିପାରିବା । ସକାଳୁ ଭଲ ପ୍ରୋଟିନ୍‌ ଥିବା ବ୍ରେକ୍‌ଫାଷ୍ଟ୍‍ ଖାଆନ୍ତୁ । ଭୋଜନ ଗ୍ରହଣ କରିବାର ଅଧଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ । ଶର୍କରା ଅଂଶ ଅଧିକ ଥିବା ଡିଙ୍କସ୍‌ ଓ ଫ୍ରୁଟ୍‌ ଜୁସ୍‌ ବେଶି ପିଅନ୍ତୁ ନାହିଁ । କଫି କିମ୍ବା ଚା’ ପିଅନ୍ତୁ । ଏଥି ସହିତ ସକାଳୁ ଖାଲି ପେଟରେ ଏକ ଗ୍ଲାସ ଉଷୁମ ଲେମ୍ବୁ ପାଣି ମଧ୍ୟ ପିଇ ପାରନ୍ତି। ଅନେକ ଲେମ୍ବୁ ପାଣି ସହିତ ମହୁ ମିଶାଇ ପିଇ ଥାଆନ୍ତି। ଅନ୍ୟ ପକ୍ଷରେ ଭୋକ ସମୟରେ ଅଧିକ ଜଳୀୟ ଅଂଶ ଥିବା ଫଳାହାର ବି ଓଜନ ବଢ଼ାଇବାକୁ ଦେଇ ନ ଥାଏ। ଖରାଦିନେ କାକୁଡ଼ି ଓ ତରଭୂଜ ଖାଇବାରେ ଲାଭ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe