ଘରେ କୌଣସି ବି ଲୋକକୁ କେବେବି ଆଘାତ ଲାଗିପାରେ କିମ୍ବା ଅସାବଧାନତା କାରଣରୁ ଜଳା କଟା  ଭଳି ଅଘଟଣର ଶିକାର ମଧ୍ୟ ହୋଇପାରନ୍ତି । ତେବେ ଏଭଳି ପରିସ୍ଥିତିରେ ଘରେ ଫାଷ୍ଟ ଆଡ ବକ୍ସ ରଖିବା  ନିହାତି ବହୁତ ଜରୁରୀ । ଯେଉଁଥିରେ କ୍ଷତ ସ୍ଥାନର ଉପଚାର କରିବା ପାଇଁ ଅନେକ ଦରକାରୀ ଜିନିଷମାନ ଉପଲବ୍ଧ ଥାଏ । ହେଲେ ଅନେକ ସମୟରେ ଏଭଳି ବି ହୋଇଥାଏ କି, ଘରେ ଫାଷ୍ଟ ଆଡ ବକ୍ସ ନଥିବା କାରଣରୁ ଦୁର୍ଘଟଣା ସଂପର୍କରେ ଆମକୁ ନାହିନଥିବା ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ତେବେ ଏଭଳି ଅବସ୍ଥାରେ ଘରେ ଥିବା ଛୋଟିଆ ଛୋଟିଆ ଜିନିଷରୁ ହିଁ ଆପଣଙ୍କୁ ବହୁତ ଫାଇଦା ମିଳିପାରେ ।

Advertisment

• ଯଦି ଆପଣଙ୍କ ଘରେ ଫାଷ୍ଟ ଆଡ  କିଟ୍ ନାହିଁ ତେବେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । କାହିଁକି ନା ଆପଣଙ୍କ ଘରେ ହିଁ ଏଭଳି ଅନେକ ଜିନିଷ ରହିଛି, ଯାହାକୁ ଆପଣ ଆଘାତ ଲାଗିଥିବା ସ୍ଥାନରେ ପ୍ରାଥମିକ ଚିକିତ୍ସା ଭାବରେ ବ୍ୟବହାର କରିପାରିବେ । ଜାଣିବା ପାଇଁ ପଢନ୍ତୁ ଏହି ଖବର...

• ଯଦି ରୋଷେଇ ଘରେ କାମ କରୁଥିବା ସମୟରେ ଭୁଲରେ ଛୁରୀରେ ଆଘାତ ଲାଗି କଟିଯାଏ ତେବେ ଏଭଳି ପରିସ୍ଥିତିରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ବରଂ ବ୍ଲଡ୍ ରୋକିବା ପାଇଁ ଆପଣ ବରଫର ବ୍ୟବହାର କରିପାରିବେ, ଯଦି ଘରେ ବରଫ ନାହିଁ ତେବେ ଫିଟିକିରୀକୁ ବି ଓଦା କରି  କ୍ଷତ ସ୍ଥାନରେ ଲଗାଇ ପାରିବେ । ଏହାଦ୍ୱାରା ରକ୍ତସ୍ରାବ ବନ୍ଦ ହୋଇଯିବ ।

• ଏହାଛଡା ଶରୀରର କୌଣସି ବି ଅଙ୍ଗରେ ଯନ୍ତ୍ରଣା ହେଉଥିଲେ କିମ୍ବା ଫୁଲିଗଲେ ବା ମକଚି ହୋଇଗଲେ ତେବେ ଗରମ ପାଣିରେ ଉକ୍ତ ସ୍ଥାନକୁ ସେକନ୍ତୁ ।  ଗରମ ତାପମାନ ଦ୍ୱାରା ଶରୀରର ବ୍ଲଡ ସର୍କୁଲେସନ  ସଠିକ୍ ଭାବରେ ହୋଇଥାଏ ଏବଂ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ । ତେବେ ଏଭଳି ଦିନକୁ ଅନେକ ଥର ବି କରିପାରିବେ ,ନିଶ୍ଚୟ ଆରାମ ମିଳିବ ।

• ସେହିପରି ଯଦି କୌଣସି ଗରମ ଖାଇବା ଦ୍ୱାରା କିମ୍ବା ଚା’ ପିଇବାରୁ ଆପଣଙ୍କର ଜିଭ ସିଝି ଯାଇଛି, ତେବେ ଗୋଟିଏ ଚାମଚ ଦହି ଖାଇ ଦିଅନ୍ତୁ । ଆରାମ ମିଳିବ । ଯଦି ଦହି ଆପଣଙ୍କର ପସନ୍ଦ ନୁହେଁ ତେବେ ଗୋଟିଏ ଚାମଚ ମହୁ ବି ଖାଇପାରିବେ । ଏହାଦ୍ୱାରା ଜଳି ଯାଇଥିବା ବା ସିଝି ଯାଇଥିବା ଜିଭକୁ ଆରାମ ମିଳିଥାଏ । ଯଦି ଚୁଇଙ୍ଗଗମ ଅଛି ତେବେ ଆପଣ ଏହାକୁ ବି ବ୍ୟବହାର କରିପାରିବେ । ଏହାଦ୍ୱାରା ମଧ୍ୟ ବହୁତ ଆରାମ ମିଳିବ ।